ଧୁମଧାମରେ ଉନ୍ମୋଚିତ ହେଲା ବିଶାଳ ହନୁମାନ ମୂର୍ତ୍ତି, ରାମ ଧ୍ୱନିରେ କମ୍ପି ଉଠିଲା ଗଗନ ପବନ

ଦଶପଲ୍ଲା (କେନ୍ୟୁଜ୍‌) :ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ଗ୍ରାମଠାରେ ପବିତ୍ର ପଣା ସଂକ୍ରାନ୍ତି ଓ ପ୍ରଭୁ ଶ୍ରୀ ମହାବୀରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ ମହାବୀର ଜିଉଙ୍କ ୩୩ଫୁଟ ର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଗ୍ରାମ କମିଟି ସଭାପତି ସନାତନ ପୃଷ୍ଟି ଓ ସମ୍ପାଦକ ମନୋରଞ୍ଜନ ବେହେରାଙ୍କ ଉଦ୍ୟମରେ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଯାଇଛି । ଗତକାଲି ଅପରାହ୍ନରେ କଳସଯାତ୍ରା କରାଯାଇ ମହାନଦୀରୁ ଜଳ ଅଣାଯାଇଥିଲା । […] The post ଧୁମଧାମରେ ଉନ୍ମୋଚିତ ହେଲା ବିଶାଳ ହନୁମାନ ମୂର୍ତ୍ତି, ରାମ ଧ୍ୱନିରେ କମ୍ପି ଉଠିଲା ଗଗନ ପବନ appeared first on KNews Odisha.

ଧୁମଧାମରେ ଉନ୍ମୋଚିତ ହେଲା ବିଶାଳ ହନୁମାନ ମୂର୍ତ୍ତି, ରାମ ଧ୍ୱନିରେ କମ୍ପି ଉଠିଲା ଗଗନ ପବନ

ଦଶପଲ୍ଲା (କେନ୍ୟୁଜ୍‌) :ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ଗ୍ରାମଠାରେ ପବିତ୍ର ପଣା ସଂକ୍ରାନ୍ତି ଓ ପ୍ରଭୁ ଶ୍ରୀ ମହାବୀରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ ମହାବୀର ଜିଉଙ୍କ ୩୩ଫୁଟ ର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଗ୍ରାମ କମିଟି ସଭାପତି ସନାତନ ପୃଷ୍ଟି ଓ ସମ୍ପାଦକ ମନୋରଞ୍ଜନ ବେହେରାଙ୍କ ଉଦ୍ୟମରେ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଯାଇଛି ।

ଗତକାଲି ଅପରାହ୍ନରେ କଳସଯାତ୍ରା କରାଯାଇ ମହାନଦୀରୁ ଜଳ ଅଣାଯାଇଥିଲା । ପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସକାଳୁ ସୂର୍ଯ୍ୟପୂଜା ,ଗୋ – ପୂଜା କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅପରାହ୍ନରେ ଶ୍ରୀ ମହାବୀର ଜିଉଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇ ପୂର୍ଣ୍ଣାହୁତି ହୋଇଥିଲା । ଗିରିଶ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ୧୦୮ ହନୁମାନ ଚାଳିଶା ଓ ବିଭିନ୍ନ ମାତୃ ମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅର୍ଣ୍ଣଯଜ୍ଞ, ଘୃତଯଜ୍ଞ,ନାମଯଜ୍ଞ ସହିତ ଜୟ ଶ୍ରୀରାମ ଧ୍ବନିରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷ ପ୍ରମୁଖ ସାମିଲ ହୋଇ ମହାବୀରଙ୍କ କୃପାଭିକ୍ଷା କରିବା ସହିତ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ ।

The post ଧୁମଧାମରେ ଉନ୍ମୋଚିତ ହେଲା ବିଶାଳ ହନୁମାନ ମୂର୍ତ୍ତି, ରାମ ଧ୍ୱନିରେ କମ୍ପି ଉଠିଲା ଗଗନ ପବନ appeared first on KNews Odisha.