ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ସରକାରୀ କାର୍ଯ୍ୟାଳୟ ଓ ସ୍କୁଲଗୁଡ଼ିକ ସକାଳୁଆ ହୋଇଥିବାରୁ ଛାତ୍ରୀଛାତ୍ରମାନେ ଖରାର ପ୍ରକୋପରୁ ତ୍ରାହି ପାଉଥିଲେ ମଧ୍ୟ ସାଧାରଣ ଲୋକେ ଦିନ ୧ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟ ସହ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ଯୋଗୁ ତାତିରୁ ନିସ୍ତାର ପାଇପାରୁ ନାହାନ୍ତି। ସମ୍ପ୍ରତି ଧରାକୋଟ ଅଞ୍ଚଳରେ ତାପମାତ୍ରା […] The post ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.

ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ସରକାରୀ କାର୍ଯ୍ୟାଳୟ ଓ ସ୍କୁଲଗୁଡ଼ିକ ସକାଳୁଆ ହୋଇଥିବାରୁ ଛାତ୍ରୀଛାତ୍ରମାନେ ଖରାର ପ୍ରକୋପରୁ ତ୍ରାହି ପାଉଥିଲେ ମଧ୍ୟ ସାଧାରଣ ଲୋକେ ଦିନ ୧ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟ ସହ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ଯୋଗୁ ତାତିରୁ ନିସ୍ତାର ପାଇପାରୁ ନାହାନ୍ତି।

ସମ୍ପ୍ରତି ଧରାକୋଟ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚିଛି। ଏଣୁ ମଣିଷଠାରୁ ପଶୁ ପକ୍ଷୀ ସମସ୍ତେ ଏଥିରେ କବଳିତ ହେଲେଣି। ବନ୍ଧ, ପୋଖରୀ, ଗାଡ଼ିଆ, କୂଅ ଶୁଖିଲା ପଡ଼ିଛି। ଚାରିଆଡେ ଜଳ କଷ୍ଟ ଅନୁଭୂତ ହେଲାଣି। ଗାଁ ଗାଁରେ ପିଇବା ପାଣି ସମସ୍ୟା ବଢ଼ିଲାଣି। ବାଟୋଇମାନଙ୍କ ଜଳ କଷ୍ଟ ଦୂର ପାଇଁ ବିଭିନ୍ନ ପଞ୍ଚାୟତରେ ଖୋଲିଥିବା ଜଳଛତ୍ର କିଛି ମାତ୍ରାରେ ତୃଷା ମେଣ୍ଟାଉଛି।

କିନ୍ତୁ ଏହା ପର୍ଯ୍ୟାପ୍ତ ପରିମାଣର ଖୋଲି ନାହିଁ। ଏଣୁ ଅଧିକ ଜଳଛତ୍ର ଖୋଲିବା ପାଇଁ ଦାବି ହେଉଛି। ଚଳିତ ବର୍ଷ ସ୍ବାଭାବିକ ପରିମାଣର ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଣୁ ପ୍ରଶାସନିକସ୍ତରରେ ବର୍ତ୍ତମାନ ଠାରୁ ବନ୍ଧ, ପୋଖରୀ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ନ ସାରିଲେ ଆଗକୁ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହାର ପ୍ରଭାବ ଋତୁଚକ୍ର ଉପରେ ପଡୁଛି। ଏଣୁ ପ୍ରଶାସନ ତରଫରୁ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ଦାବି ହେଉଛି।

The post ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.