ଅସହ୍ୟ କଲା ଫସଲ ହାନି, ଜୀବନ ହାରିଲେ ଯୁବ ଚାଷୀ

ବାଲିକୁଦା,୩୧।୧୨(ତାପସ ସ୍ବାଇଁ):ଫସଲଜନିତ କ୍ଷୟକ୍ଷତି ସହି ନ ପାରି ବେକରେ ରଶି ଲଗାଇ ଝୁଲିପଡ଼ିଲେ ଯୁବ ଚାଷୀ। ଏପରି ଦୁଃଖଦ ଘଟଣା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ତଣ୍ଡିକୂଳ ପଞ୍ଚାୟତ ଅନ୍ତର୍ଗତ ସାରଣା ଗାଁରେ ଘଟିଛି। ସେ ହେଲେ ଉକ୍ତ ଗାଁର ଉତ୍ତମ ସ୍ବାଇଁଙ୍କ ଏକମାତ୍ର ପୁଅ କୃତ୍ତିବାସ (୩୫)। ସେ ବାପାଙ୍କ ପୈତୃକ ଚାଷଜମି ସମେତ ୨ ଏକରରୁ ଊର୍ଦ୍ଧ୍ୱ ଜମିରେ ଭାଗଚାଷ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଘରେ ଦୁଇଟି କୁନି ଝିଅ ସମେତ […] The post ଅସହ୍ୟ କଲା ଫସଲ ହାନି, ଜୀବନ ହାରିଲେ ଯୁବ ଚାଷୀ appeared first on Dharitri Odia News.

ଅସହ୍ୟ କଲା ଫସଲ ହାନି, ଜୀବନ ହାରିଲେ ଯୁବ ଚାଷୀ

ବାଲିକୁଦା,୩୧।୧୨(ତାପସ ସ୍ବାଇଁ):ଫସଲଜନିତ କ୍ଷୟକ୍ଷତି ସହି ନ ପାରି ବେକରେ ରଶି ଲଗାଇ ଝୁଲିପଡ଼ିଲେ ଯୁବ ଚାଷୀ। ଏପରି ଦୁଃଖଦ ଘଟଣା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ତଣ୍ଡିକୂଳ ପଞ୍ଚାୟତ ଅନ୍ତର୍ଗତ ସାରଣା ଗାଁରେ ଘଟିଛି। ସେ ହେଲେ ଉକ୍ତ ଗାଁର ଉତ୍ତମ ସ୍ବାଇଁଙ୍କ ଏକମାତ୍ର ପୁଅ କୃତ୍ତିବାସ (୩୫)। ସେ ବାପାଙ୍କ ପୈତୃକ ଚାଷଜମି ସମେତ ୨ ଏକରରୁ ଊର୍ଦ୍ଧ୍ୱ ଜମିରେ ଭାଗଚାଷ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଘରେ ଦୁଇଟି କୁନି ଝିଅ ସମେତ ସ୍ତ୍ରୀ ଓ ବୃଦ୍ଧ ମା’,ବାପା ରହୁଛନ୍ତି। କୃତ୍ତିବାସ ଚାଷ ପାଇଁ ବିଭିନ୍ନ ସଂସ୍ଥାରୁ ଟଙ୍କା ସୁଧରେ ଆଣି ଚାଷ କାମରେ ଲଗାଇଥିଲେ। ଲଘୁଚାପଜନିତ ବର୍ଷା ପୂର୍ବରୁ ସେ ଗୋଟିଏ ଏକର ଧାନ କାଟି ଦେଇଥିଲେ। ହେଲେ ବର୍ଷା ପରେ ଧାନ ବିଲରୁ ଆଣିବାକୁ ଖୁବ୍‌ ଅଧିକ ଟଙ୍କା ଲୋଡ଼ା ପଡ଼ିଥିଲା। ଏନେଇ ସେ ଚିନ୍ତିତ ହୋଇଯାଇଥିଲେ । ଗତ ଦୁଇଦିନ ତଳେ ବିଲକୁ ଯାଇ ଧାନର ଅବସ୍ଥା ଦେଖି ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇ ବସିଥିଲେ। କେମିତି ବିଲରୁ ଧାନ ଖଳାକୁ ଆସିବ ସେଥିପାଇଁ ସେ ପାଗଳ ପରି ହୋଇ ଯାଇଥିଲେ। ସୋମବାର ପୁଣି ସେ ବିଲକୁ ଯାଇ ଫେରିବା ପରେ ସନ୍ଧ୍ୟାରେ ଶୋଇବା ଘରକୁ ପଶିଯାଇ ବେକର ରଶି ଲଗାଇ ପଙ୍ଖା ହୁକ୍‌ରେ ଝୁଲି ପଡ଼ିଥିଲେ। ଏନେଇ କୃତ୍ତିବାସଙ୍କୁ ଖୋଜି ନ ପାଇବାରୁ ପରିବାର ଲୋକେ ଘର କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଖବରପାଇ ବାଲିକୁଦା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି।

The post ଅସହ୍ୟ କଲା ଫସଲ ହାନି, ଜୀବନ ହାରିଲେ ଯୁବ ଚାଷୀ appeared first on Dharitri Odia News.