ଅସହ୍ୟ ଗୁଳୁଗୁଳିରେ ଗାଁ, ସହରବାସୀ କଲବଲ
ପଟ୍ଟାମୁଣ୍ଡାଇ,୨୮ା୫ (କଳ୍ପତରୁ ନାୟକ):ଲଘୁଚାପଜନିତ ରବିବାର ମେଘ ପବନ ପରେ ସୋମବାର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ସହରର ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି ବିଦ୍ୟୁତ୍ ବିଭ୍ରାଟ ଏବଂ ଲୋ ଭୋଲ୍ଟେଜ୍ ସମସ୍ୟା। ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୭ଟା ଯାଏ ଗୁଳୁଗୁଳୁ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଟିପିସିଓଡିଏଲ୍ ଖାମଖିଆଲ ନୀତି ଯୋଗୁ ଲୋ ଭୋଲ୍ଟେଜ୍ ସମସ୍ୟା ସୁଧୁରୁନାହିଁ। ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମରଗୁଡ଼ିକୁ ଅପ୍ଗ୍ରେଡେଶନ କରାଯାଇ ନ […] The post ଅସହ୍ୟ ଗୁଳୁଗୁଳିରେ ଗାଁ, ସହରବାସୀ କଲବଲ appeared first on Dharitri Odia News.
ପଟ୍ଟାମୁଣ୍ଡାଇ,୨୮ା୫ (କଳ୍ପତରୁ ନାୟକ):ଲଘୁଚାପଜନିତ ରବିବାର ମେଘ ପବନ ପରେ ସୋମବାର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ସହରର ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି ବିଦ୍ୟୁତ୍ ବିଭ୍ରାଟ ଏବଂ ଲୋ ଭୋଲ୍ଟେଜ୍ ସମସ୍ୟା। ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୭ଟା ଯାଏ ଗୁଳୁଗୁଳୁ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଟିପିସିଓଡିଏଲ୍ ଖାମଖିଆଲ ନୀତି ଯୋଗୁ ଲୋ ଭୋଲ୍ଟେଜ୍ ସମସ୍ୟା ସୁଧୁରୁନାହିଁ। ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମରଗୁଡ଼ିକୁ ଅପ୍ଗ୍ରେଡେଶନ କରାଯାଇ ନ ଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି। ବିଦ୍ୟୁତ୍ ବିଭ୍ରାଟ ସାଧାରଣତଃ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇରେ ଉପଭୋକ୍ତାଙ୍କ ବିଦ୍ୟୁତ୍ ଆବଶ୍ୟକତା ବଢ଼ିଥାଏ। ଏଥିସହ ଏସି, କୁଲର, ଫ୍ୟାନ୍ ବ୍ୟବହାର ମଧ୍ୟ ଅଧିକ ହୋଇଥାଏ। ଅପରପକ୍ଷରେ ଏହି ଦିନଗୁଡ଼ିକରେ କାଳବୈଶାଖୀ ବର୍ଷା, ଅଳ୍ପ ପବନରେ ବିଭ୍ରାଟ ଦେଖାଦେଉଛି। ରାତିରେ ଯଦି ବିଭ୍ରାଟ ହେଉଛିି ତା’ପରଦିନ ଯାଏ ଲୋକେ ଅନ୍ଧାରରେ ରହୁଛନ୍ତି। ଏଥିଲାଗି ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମର ଅପ୍ଗ୍ରେଡେଶନ ଜରୁରୀ ହୋଇପଡ଼ିଥିବା ବେଳେ ବିଭାଗ ନିର୍ଦ୍ଧାରିତ ସମୟରେ ଉକ୍ତ କାର୍ଯ୍ୟ କରିବାରେ ବିଫଳ ହୋଇଛି। ଫଳରେ ବାରମ୍ବାର ଫ୍ୟୁଜ୍ କଟିବା ସହ ଡିମ୍ ହୋଇଯାଉଛି। ରାତ୍ର ୧୦ଟା ପରେ କର୍ମଚାରୀ ଅଭିଯୋଗ ପାଇଲେ ସୁଦ୍ଧା ପରଦିନ ୯ଟା ପର୍ଯ୍ୟନ୍ତ ତାହା ସମାଧାନ କରୁନାହାନ୍ତି। ମାତ୍ର ବିଭାଗ କର୍ତ୍ତୃପକ୍ଷ ବିଭାଗୀୟ କର୍ମଚାରୀଙ୍କ ଉପରେ ଦୋଷ ଲଦି ଖସିଯାଉଛନ୍ତି। ଏସବୁ ଭିତରେ ସାଧାରଣ ଉପଭୋକ୍ତା ହୀନସ୍ତା ହେଉଛନ୍ତି। ପ୍ରବଳ ଗୁଳୁଗୁଳୁରେ ସବ୍ଷ୍ଟେଶନ ଓ ଟ୍ରାନ୍ସଫର୍ମରରେ ଅତିରିକ୍ତ ଚାପ ପଡ଼ିବାରୁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ହେଉଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ମାତ୍ର ବିଭାଗ ଉପଭୋକ୍ତାଙ୍କ କିଲୋୱାଟ୍ ବଢାଇ ବିଲ୍ ନେଉଥିବା ବେଳେ ସବ୍ଷ୍ଟେଶନ କିମ୍ବା ଟ୍ରାନ୍ସଫର୍ମରର ୱାଟ ବଢ଼ାଉନାହାନ୍ତି। ଫଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଘଟୁଛି। ଲୋ ଭୋଲ୍ଟେଜ୍ ଯୋଗୁ ମଟରରେ ଟାଙ୍କିକୁ ପାଣି ଉଠୁ ନ ଥିବାରୁ ଜଳ ଯୋଗାଣରେ ବିଭ୍ରାଟ ଘଟୁଛି। ଏହାକୁ ନେଇ ଗ୍ରାମାଞ୍ଚଳ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏ ନେଇ ଟିପିସିଓଡିଏଲ୍ ସହ ନିର୍ବାହୀଯନ୍ତ୍ରୀ ସ୍ମୃତିରଞନ ରଥଙ୍କୁ ପଚାରିବାରେ କୌଣସି କାରଣରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହେଲେ ଏହା ଲୋ ଭୋଲ୍ଟେଜ୍ ସମସ୍ୟା ହେଉଛି।
The post ଅସହ୍ୟ ଗୁଳୁଗୁଳିରେ ଗାଁ, ସହରବାସୀ କଲବଲ appeared first on Dharitri Odia News.