ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି। ଏଥିସହିତ ସେ ମଣ୍ଟେ କାର୍ଲୋ ମାଷ୍ଟର୍ସ ଫାଇନାଲ ପରାଜୟର ପ୍ରତିଶୋଧ ମାତ୍ର ଏକ ସପ୍ତାହ ପରେ ନେଇ ପାରିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ଟାଇଟଲ। ଏହି ବର୍ଷ ସେ ଖେଳିଥିବା ଅନ୍ୟ ୩ଟି ଫାଇନାଲରେ ସେ ହାରିଯାଇଥିଲେ। ମଣ୍ଟେ କାର୍ଲୋଠାରେ ୭ମ ସିଡ୍‌ ସିତ୍‌ସିପାସ ସିଧାସଳଖ ସେଟ୍‌ରେ […] The post ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ appeared first on Dharitri Odia News.

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି। ଏଥିସହିତ ସେ ମଣ୍ଟେ କାର୍ଲୋ ମାଷ୍ଟର୍ସ ଫାଇନାଲ ପରାଜୟର ପ୍ରତିଶୋଧ ମାତ୍ର ଏକ ସପ୍ତାହ ପରେ ନେଇ ପାରିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ଟାଇଟଲ। ଏହି ବର୍ଷ ସେ ଖେଳିଥିବା ଅନ୍ୟ ୩ଟି ଫାଇନାଲରେ ସେ ହାରିଯାଇଥିଲେ। ମଣ୍ଟେ କାର୍ଲୋଠାରେ ୭ମ ସିଡ୍‌ ସିତ୍‌ସିପାସ ସିଧାସଳଖ ସେଟ୍‌ରେ ସହଜସାଧ୍ୟ ବିଜୟ ହାସଲ କରିଥଲେ। କିନ୍ତୁ ଏଥର ରୁଡ୍‌ଙ୍କୁ ମିଳିଥିବା ୬ଟି ବ୍ରେକ୍‌୍‌ ପଏଣ୍ଟ ମଧ୍ୟରୁ ତିନୋଟିରେ ବିଜୟ ହାସଲ କରିଥିଲେ।

The post ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ appeared first on Dharitri Odia News.