ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ ନିର୍ଯାତନା ସହି ନ ପାରି ଶେଷରେ ଠିକାଦାରଙ୍କ କବଳରୁ ଲୁଚି ଶୁକ୍ରବାର ଘରକୁ ଚାଲି ଆସିଛନ୍ତି। ସେମାନେ ହେଲେ ଲଲିନ ଗହୀର(୩୮), ଲଲିତା ଗହୀର (୩୫), ପୁଷ୍ପାଞ୍ଜଳି ଦଳପତି (୩୦) ଓ ପିଣ୍ଟୁ ଦଳପତି (୪୦)। ସେଠାରେ ସେମାନେ କେମିତି କଷ୍ଟରେ ଜୀବନ ଯାପନ କରୁଥିଲେ ତାହାର କରୁଣ କାହାଣୀ […] The post ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ appeared first on Dharitri Odia News.

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ ନିର୍ଯାତନା ସହି ନ ପାରି ଶେଷରେ ଠିକାଦାରଙ୍କ କବଳରୁ ଲୁଚି ଶୁକ୍ରବାର ଘରକୁ ଚାଲି ଆସିଛନ୍ତି। ସେମାନେ ହେଲେ ଲଲିନ ଗହୀର(୩୮), ଲଲିତା ଗହୀର (୩୫), ପୁଷ୍ପାଞ୍ଜଳି ଦଳପତି (୩୦) ଓ ପିଣ୍ଟୁ ଦଳପତି (୪୦)। ସେଠାରେ ସେମାନେ କେମିତି କଷ୍ଟରେ ଜୀବନ ଯାପନ କରୁଥିଲେ ତାହାର କରୁଣ କାହାଣୀ କୋହଭରା କଣ୍ଠରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
୬ମାସ ତଳେ ଧର୍ମଗଡ ଥାନା ତାରାପୁରର ଜଣେ ଦାଦନ ଦଲାଲଙ୍କ କଥାରେ ପଡି ଜୁନାଗଡ ସହରର ଫତେନଗରପଡ଼ା, ଗୋତିପଡା ଓ ତାଲବନ୍ଦ ପଡ଼ାର ୨୪ ଜଣ ଶ୍ରମିକ ଦାଦନ ଖଟିବାକୁ ହ୍ରାଇଦାବାଦ ଯାଇଥିଲେ। ସେଠାରେ ସେମାନେ ଏକ ଇଟାଭାଟିରେ କାମ କରୁଥିଲେ। କାମର ପାଉଣା ମାଗିବା ସମୟରେ ଠିକାଦାର ସେମାନଙ୍କୁ ମାଡ ମାରିବା ସହ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସେମାନେ ଘରକୁ ଯିବା ଲାଗି କହିବାରୁ ଠିକାଦାର ସେମାନଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ। ପରେ ସମସ୍ତ ଶ୍ରମିକ ଅନ୍ଧାର ରାତିର ସୁଯୋଗ ନେଇ ଚାଲିଆସୁଥିବାବେଳେ ଖବର ପାଇ ଠିକାଦାର ବାଟରେ ଅଟକାଇ ସେମାନଙ୍କୁ ଜୋର ଜବରଦସ୍ତ ପୁଣି ନେଇଯାଇଥିଲେ। ତେବେ ଉପରୋକ୍ତ ୪ ଶ୍ରମିକ କୌଶଳକ୍ରମେ ସେଠାରୁ ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ସହରର ଏକ ଛକକୁ ଚାଲିଆସିଥିଲେ। ସେଠାରୁ ସେମାନେ ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲଙ୍କୁ ଫୋନରେ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ବସ୍‌ରେ ଘରକୁ ଯିବା ପାଇଁ ଟଙ୍କା ପଠାଇବାକୁ ନଗରପାଳ ଅଗ୍ରୱାଲଙ୍କୁ ନିବେଦନ କରିଥିଲେ। ନଗରପାଳ ଟଙ୍କା ପଠାଇବା ପରେ ସେମାନେ ବସ୍‌ରେ ଘରକୁ ଚାଲିଆସିଥିଲେ। ଠିକାଦାରଙ୍କ ପାଖରେ ସେମାନଙ୍କ ମୋବାଇଲ ରହିଯାଇଥିବାବେଳେ କାମ କରିଥିବା ୮୦ହଜାର ଟଙ୍କା ମଧ୍ୟ ବକେୟା ରହିଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ମଧ୍ୟ ଆହୁରି ୨୦ଜଣ ଶ୍ରମିକ ଠିକାଦାରଙ୍କ ପାଖରେ ବନ୍ଧା ପଡିଛନ୍ତି। ସେମାନଙ୍କୁ ଠିକାଦାର ନିର୍ଯାତନା ଦେଉଥିବା ଫେରିଥିବା ଶ୍ରମିକ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିବା ସହ ଠିକାଦାରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ୪ଶ୍ରମିକ ନିବେଦନ କରିଛନ୍ତି। ଘଟଣା ସମ୍ପର୍କରେ ନଗରପାଳ ଅଗ୍ରୱାଲ କଳାହାଣ୍ଡିକୁ ନିର୍ବାଚନୀ ପ୍ରଚାର କରିବାକୁ ଆସିଥିବା କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ସିଂ ଯାଦବଙ୍କୁ ଅବଗତ କରିଥିଲେ। ଶୀଘ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଯାଦବ ପ୍ରୟାସ ଆରମ୍ଭ କରିଥିବା ନଗରପାଳ ଅଗ୍ରୱାଲ ପ୍ରକାଶ କରିଛନ୍ତି।

The post ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ appeared first on Dharitri Odia News.