ଅସହ୍ୟ ହେଲା ବାପାର ଅତ୍ୟାଚାର, ମା’ର ତାଗିଦ୍ ସତ୍ତ୍ୱେ ବାପା ରଖୁଥିଲା ଶାରୀରିକ ସମ୍ପର୍କ

ରକ୍ତ ସମ୍ପର୍କରେ କଳଙ୍କର ଛିଟା। ଏମିତି କାଣ୍ଡ କରିପାରେ କେବଳ ଜଣେ ସଇତାନ୍ ବାପ । ନିଜ ନାବାଳିକା ଝିଅ ସହ ଘଟାଇଛି ନାରକୀୟ ଘଟଣା । ବାରମ୍ବାର ଝିଅକୁ କରୁଥିଲା ଦୁଷ୍କର୍ମ । ଏସବୁକୁ ସହ୍ୟ କରିପାରି ନଥିଲା ନାବାଳିକା ଝିଅ । ଶେଷରେ ବାପାର ପାପ ପାଇଁ ଜୀବନ ହାରିଦେଲା। ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଗଲା ଆରପାରିକୁ। ଝିଅର ମୃତ୍ୟୁ ପରେ ଏବେ ନ୍ୟାୟ ମାଗୁଛି ଅସହାୟ ମା। ଏ ସଂସାରରେ […] The post ଅସହ୍ୟ ହେଲା ବାପାର ଅତ୍ୟାଚାର, ମା’ର ତାଗିଦ୍ ସତ୍ତ୍ୱେ ବାପା ରଖୁଥିଲା ଶାରୀରିକ ସମ୍ପର୍କ appeared first on KNews Odisha.

ଅସହ୍ୟ ହେଲା ବାପାର ଅତ୍ୟାଚାର, ମା’ର ତାଗିଦ୍ ସତ୍ତ୍ୱେ ବାପା ରଖୁଥିଲା ଶାରୀରିକ ସମ୍ପର୍କ

ରକ୍ତ ସମ୍ପର୍କରେ କଳଙ୍କର ଛିଟା। ଏମିତି କାଣ୍ଡ କରିପାରେ କେବଳ ଜଣେ ସଇତାନ୍ ବାପ । ନିଜ ନାବାଳିକା ଝିଅ ସହ ଘଟାଇଛି ନାରକୀୟ ଘଟଣା । ବାରମ୍ବାର ଝିଅକୁ କରୁଥିଲା ଦୁଷ୍କର୍ମ । ଏସବୁକୁ ସହ୍ୟ କରିପାରି ନଥିଲା ନାବାଳିକା ଝିଅ । ଶେଷରେ ବାପାର ପାପ ପାଇଁ ଜୀବନ ହାରିଦେଲା। ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଗଲା ଆରପାରିକୁ। ଝିଅର ମୃତ୍ୟୁ ପରେ ଏବେ ନ୍ୟାୟ ମାଗୁଛି ଅସହାୟ ମା।

ଏ ସଂସାରରେ ପିତା ଆଉ ସନ୍ତାନର ସମ୍ପର୍କ ସବୁଠୁ ଉର୍ଦ୍ଧ୍ୱରେ ବହୁତ ନିବିଡ଼ ମଧ୍ୟ । ଖାସ୍ କରି ବାପା ଆଉ ଝିଅର ସମ୍ପର୍କ । କିନ୍ତୁ ଏଇ ବାପା ପାଇଁ ଗୋଟିଏ ଅଲିଅଳି ଝିଅ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇ ଯାଇଛି । ଯାହା ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି । ଏହି ଅମାନବୀୟ ଘଟଣା ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଘଟିଛି । ନିଜ ଜନ୍ମଦାତା ବାପାର ଦୁଷ୍କର୍ମର ଶିକାର ହୋଇଛଇ ଝିଅ । ଏପରି କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସଇତାନ୍ ବାପ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ଅନ୍ତର୍ଗତ ଏକ ଗାଁରେ ଏଭଳି ଲଜ୍ଜା ଜନକ ଘଟଣା ଘଟିଯାଇଛି । ଜଣେ ବାପା ନବମ ଶ୍ରେଣୀରେ ପଢୁଥିବା ନିଜର ଝିଅକୁ ଦୁଷ୍କର୍ମ କରିବାକୁ ପଛାଇ ନାହିଁ। ଆଉ ଝିଅ ଲଜ୍ଜା ସହି ନପାରି ନେଇ ଯାଇଛି ଚରମ ନିଷ୍ପତ୍ତି । ଏପରି ସଂଘାତିକ ଅଭିଯୋଗ ଆଣିଛନ୍ତି ଝିଅର ମା ।

କିଛି ଦିନ ହେବ ଅମଣିଷ ବାପା ତା ବଡ ଝିଅକୁ ଦୁର୍ବ୍ୟବହାର ଦେଖାଉଥିଲା । ନାବାଳିକା ଝିଅ ଏପରି ଏକ ଲଜ୍ଜା ଜନକ ଘଟଣା ସଂପର୍କରେ ମା’କୁ ଅଭିଯୋଗ କରିଥିଲା । ହେଲେ ମା’ ନିଜ ସ୍ୱାମୀର ଏଭଳି କୁକର୍ମକୁ ଲୁଚାଇ ରଖିବା ସହିତ ସ୍ବାମୀକୁ ତାଗିଦ୍ କରିଥିଲେ। ହେଲେ ପାପୀ ବାପା ପୁଣି ଦୋହରାଇଲା ନିଜର କୁକର୍ମକୁ । ନାବାଳିକା ଝିଅକୁ ପୁଣି ଜୋର ଜବରଦସ୍ତ ମଦ ପିଇ ଦୁର୍ବ୍ୟବହାର ଦେଖାଇଥିଲା । ନାବାଳିକା ଜଣକ ଆଉ ସହିଲା ନାହିଁ । କେଉଁଠି ଅଭିଯୋଗ କରିବ ? କଣ ପ୍ରକୃତରେ ନ୍ୟାୟ ପାଇ ପାରିବ ? କାରଣ ରକ୍ଷକ ଏଠି ଭକ୍ଷକ ସାଜିଛି । ତେଣୁ ଏପରି ଲଜ୍ଜା, ଶାରୀରିକ ଓ ମାନସିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନେଇଗଲା ଚରମ ନିଷ୍ପତ୍ତି । ନିଜ ଶୋଇବା ଘରେ ଶେଷ କରି ଦେଲଶ ନିଜ ଜୀବନକୁ । ଏହାକୁ ଦେଖି ଝିଅର ମା’ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତାଙ୍କ ବୁଦ୍ଧି ହଜିଯାଇଥିଲା । ସେ ସଙ୍ଗେ ସଙ୍ଗେ ଝିଅକୁ ଧରି ଗୋପ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ପୀଡ଼ିତା ଝିଅଟିକୁ ମୃତ ଘୋଷଣା କରିଥିଲେ । ଗୋପ ଥାନାକୁ ଏ ସଂପର୍କରେ ସଂଗେ ସଂଗେ ଜଣାଇ ବି ଦେଲେ । ନାବାଳିକା ଝିଅର ମୃତ୍ୟୁକୁ ନେଇ ମା ସିଧାସଳଖ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି । ସେପଟେ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ ନାବାଳିକାର ଶବକୁ ଜବତ କରି ଫେରାର ଥିବା ବାପାକୁ ଖୋଜୁଛି ।

The post ଅସହ୍ୟ ହେଲା ବାପାର ଅତ୍ୟାଚାର, ମା’ର ତାଗିଦ୍ ସତ୍ତ୍ୱେ ବାପା ରଖୁଥିଲା ଶାରୀରିକ ସମ୍ପର୍କ appeared first on KNews Odisha.