ଅସ୍ଥିର ମଧ୍ୟପ୍ରାଚ୍ୟ, ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢିଲା

ନୂଆଦିଲ୍ଲୀ ୨୩/୦୬: ମଧ୍ୟପ୍ରାଚ୍ୟ ଅସ୍ଥିର । ଆକାଶରୁ ନିଆଁ ବର୍ଷା । ମିସାଇଲା ମଡରେ ଥରହର ଦୁଇ ଦେଶ । ଇରାନ୍-ଇସ୍ରାଏଲ ଲଢେଇ ତୀବ୍ର ହେଲାଣି । କେହି କାହାକୁ ଛାଡିବାକୁ ନାରାଜ । ଏହାରି ଭିତରେ ଯୁଦ୍ଧ ମୈଦାନରେ ଏଣ୍ଟ୍ରି ମାରିଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଇରାନର ୩ଟି ପରମାଣୁ ଠିକଣା ଉପରେ ଆମରିକା ଆକ୍ରମଣ ପରେ ତୀବ୍ର ହୋଇଛି ଯୁଦ୍ଧ ଭୟ । କିନ୍ତୁ ଆମେରିକାର ଆକ୍ରମଣ ପୂର୍ବରୁ ଇରାନ ସେସବୁ ଅଞ୍ଚଳରୁ ପରମାଣୁ ଅସ୍ତ୍ର ନିର୍ମାଣ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଦାବି କରିଛି । ଆମେରିକାକୁ ଏହି ନୂଆ ଠିକଣା ଠାବ କରିବା କଷ୍ଟକର ହେବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ଏକ୍ସପର୍ଟ ରାଜୀବ ନୟନ । ସେପଟେ ଆମେରିକାର ଭୟଙ୍କର ଆକ୍ରମଣ ପରେ ତେଜିଛି ତୃତୀୟ ବିଶ୍ବଯୁଦ୍ଧର ଭୟ । ରବିବାର ବସିଥିବା ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯୁଦ୍ଧବିରତି ପାଇଁ ଅପିଲ କରିଛନ୍ତି ଋଷ ଓ ଚୀନ । ମଧ୍ୟପ୍ରାଚ୍ୟରେ ତତକ୍ଷଣାତ ବିନା ସର୍ତ୍ତ ଯୁଦ୍ଧବିରତି ପାଇଁ ସୁରକ୍ଷା ପରିଷଦର ୧୫ ଜଣିଆ ଦଳ ଗୁରୁତ୍ୱ ଦେଇଛନ୍ତି । ଆମେରିକାର ଆକ୍ରମଣକୁ ଋଷ ଓ ଚୀନ ନିନ୍ଦା କରିଛନ୍ତି । ଏହାରି ଭିତରେ ଇସ୍ରାଏଲ୍ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ତେହେରାନ୍ । ତେଲ ଅଭିଭ୍ ସମେତ ଇସ୍ରାଏଲର ଅନେକ ଅଞ୍ଚଳକୁ ଘନ ଘନ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲ ଓ ଇରାନର ଅଧିକାଂଶ ସ୍ଥାନରେ ବାଜୁଛି ଯୁଦ୍ଧ ସାଇରନ୍ । ଆମେରିକାର

ଅସ୍ଥିର ମଧ୍ୟପ୍ରାଚ୍ୟ, ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢିଲା

ନୂଆଦିଲ୍ଲୀ ୨୩/୦୬: ମଧ୍ୟପ୍ରାଚ୍ୟ ଅସ୍ଥିର । ଆକାଶରୁ ନିଆଁ ବର୍ଷା । ମିସାଇଲା ମଡରେ ଥରହର ଦୁଇ ଦେଶ । ଇରାନ୍-ଇସ୍ରାଏଲ ଲଢେଇ ତୀବ୍ର ହେଲାଣି । କେହି କାହାକୁ ଛାଡିବାକୁ ନାରାଜ । ଏହାରି ଭିତରେ ଯୁଦ୍ଧ ମୈଦାନରେ ଏଣ୍ଟ୍ରି ମାରିଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଇରାନର ୩ଟି ପରମାଣୁ ଠିକଣା ଉପରେ ଆମରିକା ଆକ୍ରମଣ ପରେ ତୀବ୍ର ହୋଇଛି ଯୁଦ୍ଧ ଭୟ । 

କିନ୍ତୁ ଆମେରିକାର ଆକ୍ରମଣ ପୂର୍ବରୁ ଇରାନ ସେସବୁ ଅଞ୍ଚଳରୁ ପରମାଣୁ ଅସ୍ତ୍ର ନିର୍ମାଣ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଦାବି କରିଛି । ଆମେରିକାକୁ ଏହି ନୂଆ ଠିକଣା ଠାବ କରିବା କଷ୍ଟକର ହେବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ଏକ୍ସପର୍ଟ ରାଜୀବ ନୟନ । ସେପଟେ ଆମେରିକାର ଭୟଙ୍କର ଆକ୍ରମଣ ପରେ ତେଜିଛି ତୃତୀୟ ବିଶ୍ବଯୁଦ୍ଧର ଭୟ । 

ରବିବାର ବସିଥିବା ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯୁଦ୍ଧବିରତି ପାଇଁ ଅପିଲ କରିଛନ୍ତି ଋଷ ଓ ଚୀନ । ମଧ୍ୟପ୍ରାଚ୍ୟରେ ତତକ୍ଷଣାତ ବିନା ସର୍ତ୍ତ ଯୁଦ୍ଧବିରତି ପାଇଁ ସୁରକ୍ଷା ପରିଷଦର ୧୫ ଜଣିଆ ଦଳ ଗୁରୁତ୍ୱ ଦେଇଛନ୍ତି । ଆମେରିକାର ଆକ୍ରମଣକୁ ଋଷ ଓ ଚୀନ ନିନ୍ଦା କରିଛନ୍ତି । ଏହାରି ଭିତରେ ଇସ୍ରାଏଲ୍ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ତେହେରାନ୍ । 

ତେଲ ଅଭିଭ୍ ସମେତ ଇସ୍ରାଏଲର ଅନେକ ଅଞ୍ଚଳକୁ ଘନ ଘନ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲ ଓ ଇରାନର ଅଧିକାଂଶ ସ୍ଥାନରେ ବାଜୁଛି ଯୁଦ୍ଧ ସାଇରନ୍ । ଆମେରିକାର ନ୍ୟୁୟର୍କ ଓ ୱାଶିଂଟନରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି ।