ସ୍କୁଟରକୁ ପିଟିଲା ‘MO BUS’, ପ୍ରତିବାଦରେ ବସ୍‌ ଭଙ୍ଗା ରୁଜା ସହ ରାସ୍ତାରୋକ

ଭୁବନେଶ୍ବର: ପୁଣି ମୋ ବସ୍ର ମନମାନୀ। ଜନଗହଳି ପୂର୍ଣ୍ଣ ରାସ୍ତାରେ ସ୍କୁଟରକୁ ଧକ୍କା ମୋ ବସ୍‌। ଆଉ ଧକ୍କା ଦେବା ପରେ ସ୍କୁଟର ଉପରେ ହିଁ ଚଢ଼ିଯାଇଥିଲା ମୋ ବସ୍‌। ଏଥିରେ ସ୍କୁଟର ଚାଳକ ଗୁରୁତର ହୋଇଛନ୍ତି।ଦୁର୍ଘଟଣା ଘଟିଛି ଭୁବନେଶ୍ବର ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକରେ । ସେପଟେ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ‘ମୋ ବସ୍’ ଭାଙ୍ଗିବା ସହ ରାସ୍ତା ରୋକ କରିଛନ୍ତି ଲୋକେ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

ସ୍କୁଟରକୁ ପିଟିଲା ‘MO BUS’, ପ୍ରତିବାଦରେ ବସ୍‌ ଭଙ୍ଗା ରୁଜା ସହ ରାସ୍ତାରୋକ

ଭୁବନେଶ୍ବର: ପୁଣି ମୋ ବସ୍ର ମନମାନୀ। ଜନଗହଳି ପୂର୍ଣ୍ଣ ରାସ୍ତାରେ ସ୍କୁଟରକୁ ଧକ୍କା ମୋ ବସ୍‌। ଆଉ ଧକ୍କା ଦେବା ପରେ ସ୍କୁଟର ଉପରେ ହିଁ ଚଢ଼ିଯାଇଥିଲା ମୋ ବସ୍‌। ଏଥିରେ ସ୍କୁଟର ଚାଳକ ଗୁରୁତର ହୋଇଛନ୍ତି।

ଦୁର୍ଘଟଣା ଘଟିଛି ଭୁବନେଶ୍ବର ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକରେ । ସେପଟେ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ‘ମୋ ବସ୍’ ଭାଙ୍ଗିବା ସହ ରାସ୍ତା ରୋକ କରିଛନ୍ତି ଲୋକେ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।