ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ
ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ସୂତ୍ରରୁ ପ୍ରକାଶ ଯେ ଏହି ୪ଆତଙ୍କବାଦୀ ଇସଲାମିକ ଷ୍ଟେଟ ସହିତ ଜଡିତ ଏବଂ ସେମାନଙ୍କର ଶ୍ରୀଲଙ୍କା ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଅହମଦାବାଦକୁ ଆସୁଥିବା ଏହି ୪ଜଣ ଆତଙ୍କବାଦୀଙ୍କ ବିଷୟରେ ଇନପୁଟ ଗ୍ରହଣ କରାଯାଇଥିଲା। କେନ୍ଦ୍ରୀୟ ଏଜେନ୍ସି ଗୁଜୁରାଟ ଏଟିଏସ ସହିତ […] The post ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ appeared first on Dharitri Odia News.
ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ସୂତ୍ରରୁ ପ୍ରକାଶ ଯେ ଏହି ୪ଆତଙ୍କବାଦୀ ଇସଲାମିକ ଷ୍ଟେଟ ସହିତ ଜଡିତ ଏବଂ ସେମାନଙ୍କର ଶ୍ରୀଲଙ୍କା ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଅହମଦାବାଦକୁ ଆସୁଥିବା ଏହି ୪ଜଣ ଆତଙ୍କବାଦୀଙ୍କ ବିଷୟରେ ଇନପୁଟ ଗ୍ରହଣ କରାଯାଇଥିଲା। କେନ୍ଦ୍ରୀୟ ଏଜେନ୍ସି ଗୁଜୁରାଟ ଏଟିଏସ ସହିତ ଏହି ଇନପୁଟ ଶେୟାର କରିଛି ଯେ ଇସଲାମିକ ଷ୍ଟେଟ ସହିତ ଜଡିତ ଏହି ଆତଙ୍କବାଦୀମାନେ ବିମାନବନ୍ଦରକୁ ଆସିଛନ୍ତି। ଏହି ସମସ୍ତ ଆତଙ୍କବାଦୀ ଶ୍ରୀଲଙ୍କାର ବୋଲି କୁହାଯାଉଛି।
ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ବର୍ତ୍ତମାନ ଗୁଜୁରାଟ ଏଟିଏସ ସମସ୍ତ ୪ ଆତଙ୍କବାଦୀଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା ଆରମ୍ଭ କରିଛି। ଆତଙ୍କବାଦୀମାନେ କେଉଁ ଉଦ୍ଦେଶ୍ୟରେ ଅହମଦାବାଦ ବିମାନବନ୍ଦରକୁ ଆସିଥିଲେ ସେ ନେଇ ସୂଚନା ମିଳିନାହିଁ। ସୂତ୍ର ଏହା ମଧ୍ୟ କହିଛି ଯେ ସେମାନଙ୍କଠାରୁ ପ୍ରାପ୍ତ ଟିକେଟ ଆଧାରରେ ସେମାନେ ଚେନ୍ନାଇରୁ ଆସିଛନ୍ତି। ଇସଲାମିକ ଷ୍ଟେଟର ଏହି ଆତଙ୍କବାଦୀମାନେ କଲମ୍ବୋରୁ ତାମିଲନାଡୁ ଏବଂ ତାମିଲନାଡୁରୁ ଅହମଦାବାଦକୁ ଆସିଛନ୍ତି। ହ୍ୟାଣ୍ଡେଲ ଏହି ଚାରି ଆତଙ୍କବାଦୀଙ୍କୁ ମାର୍ଗଦର୍ଶନ କରୁଥିଲେ।
The post ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ appeared first on Dharitri Odia News.