ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା 

ଭୁବନେଶ୍ୱର,୨୦।୭: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା ଏୟାରଲିଫ୍ଟ ହୋଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡ଼ିତା। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ। ପୂର୍ବରୁ ଏୟାରଲିଫ୍ଟ ନେଇ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇ କହିଥିଲେ ଯେ, ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଦିଲ୍ଲୀ ଏମ୍ସର ଡାକ୍ତରୀଦଳ ସହ ପରିବାର ସଦସ୍ୟ ମଧ୍ୟ ଯିବେ। ସେଠାରେ ତାଙ୍କର ଅଧିକ ଚିକିତ୍ସା କରାଯିବ। […] The post ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା  appeared first on Dharitri Odia News.

ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା 
ଭୁବନେଶ୍ୱର,୨୦।୭: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା ଏୟାରଲିଫ୍ଟ ହୋଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡ଼ିତା। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ।
ପୂର୍ବରୁ ଏୟାରଲିଫ୍ଟ ନେଇ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇ କହିଥିଲେ ଯେ, ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଦିଲ୍ଲୀ ଏମ୍ସର ଡାକ୍ତରୀଦଳ ସହ ପରିବାର ସଦସ୍ୟ ମଧ୍ୟ ଯିବେ। ସେଠାରେ ତାଙ୍କର ଅଧିକ ଚିକିତ୍ସା କରାଯିବ।
ସୂଚନା ଥାଉକି, ପୁରୀ ଜିଲାର ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏ ଘଟଣାରେ ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ପୀଡ଼ିତା ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ସମ୍ପୃକ୍ତ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୀଡ଼ିତାଙ୍କ ସ୍ବାସ୍ଥ୍ୟ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଏବଂ ସିଏମଓ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଧରାପଡ଼ିବେ। ପୋଲିସ ଟିମ ଅପରେଶନ ମୋଡ୍ରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

The post ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା  appeared first on Dharitri Odia News.