ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା

ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ସରକାରୀ ସ୍କୁଲଗୁଡ଼ିକ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତ। ପୋଷାକ, ବୁଟ, ବହି, ସ୍କୁଲ ବ୍ୟାଗ ଇତ୍ୟାଦି ମାଗଣାରେ ସରକାର ଯୋଗାଇ ଦେଉଛନ୍ତି l ସେଥିମଧ୍ୟରୁ ମାଗଣାରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ମିଳୁଛି। ଶିକ୍ଷାର ବୃଦ୍ଧି ଏବଂ ଉପରୋକ୍ତ ଯୋଜନା ସବୁ ପିଲାଙ୍କୁ ଠିକ୍‌ ଭାବେ ମିଳୁଛି କି ନାହିଁ ଏହି ସବୁ ତଦାରଖ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ସ୍କୁଲରେ ପରିଚାଳନା କମିଟି ଗଠନ କରାଯାଇଛି। ଉକ୍ତ ସ୍କୁଲରେ […] The post ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା appeared first on Dharitri Odia News.

ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା

ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ସରକାରୀ ସ୍କୁଲଗୁଡ଼ିକ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତ। ପୋଷାକ, ବୁଟ, ବହି, ସ୍କୁଲ ବ୍ୟାଗ ଇତ୍ୟାଦି ମାଗଣାରେ ସରକାର ଯୋଗାଇ ଦେଉଛନ୍ତି l ସେଥିମଧ୍ୟରୁ ମାଗଣାରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ମିଳୁଛି। ଶିକ୍ଷାର ବୃଦ୍ଧି ଏବଂ ଉପରୋକ୍ତ ଯୋଜନା ସବୁ ପିଲାଙ୍କୁ ଠିକ୍‌ ଭାବେ ମିଳୁଛି କି ନାହିଁ ଏହି ସବୁ ତଦାରଖ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ସ୍କୁଲରେ ପରିଚାଳନା କମିଟି ଗଠନ କରାଯାଇଛି। ଉକ୍ତ ସ୍କୁଲରେ ପାଠ ପଢ଼ୁଥିବା ପିଲାର ଅଭିଭାବକ ହିଁ (ଏସ୍‌ଏମ୍‌ସି )ସ୍କୁଲ ପରିଚାଳନା କମିଟିରେ ସଭାପତି ରହିପାରିବେ ବୋଲି ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି। କିନ୍ତୁ ପୁଇଁତୋଳା ସ୍କୁଲରେ ଉକ୍ତ ଗାଇଡ୍‌ଲାଇନ୍‌ ଖୋଲାଖୋଲି ଉଲ୍ଲଂଘନ କରିଆସୁଥିବା ଅଭିଯୋଗ ହୋଇଛି l

ଏ ସମ୍ପର୍କରେ ଏବିଇଓ ବିଜୟ କୁମାର ବେହେରାଙ୍କୁ ପଚାରିବାରୁ ଅଧ୍ୟୟନରତ ପିଲାଙ୍କ ଅଭିଭାବକ ହିଁ ଏସ୍‌ଏମ୍‌ସି ପ୍ରେସିଡେଣ୍ଟ କିମ୍ବା କମିଟିରେ ରହି ପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମଙ୍ଗଳବାର ତଦନ୍ତ କରାଯିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

The post ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା appeared first on Dharitri Odia News.