ଅହୀର ରେଜିମେଣ୍ଟ ଦାବିରେ କଲସ ଯାତ୍ରା,କୋକସରା ବ୍ଲକ ଯାଦବ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୦୨/୦୬ ଭାରତ-ଚୀନ୍ ଯୁଦ୍ଧରେ ପରାକ୍ରମ ଦେଖାଇ ସହୀଦ ହୋଇଥିବା ୧୧୪ ଅହୀର ଯବାନଙ୍କ ବୀରତ୍ୱର ଗାଥା ଜନମାନସରେ ଉପସ୍ଥାପିତ କରିବା ପାଇଁ ଆରମ୍ଭ ହୋଇଛି ରେଜାଙ୍ଗଲା ସହୀଦ ମାଟି କଳସ ଯାତ୍ରା। କୋକସରା ଠାରେ ଏହି କଳସ ଯାତ୍ରାକୁ ଯାଦବ ସମାଜ କୋକସରା ବ୍ଲକ ପକ୍ଷରୁ ମୋଟେର ଛକ ରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ରେଜେଙ୍ଗଲାର ପବିତ୍ର ମାଟିକୁ ବହନ କରିଥିବା ଏହି କଳସ ଯାତ୍ରା କଳାହାଣ୍ଡିରେ କେସିଙ୍ଗା ଠାରୁ ଆରମ୍ଭ ହୋଇ କୋକସରାଠାରେ ସମାପ୍ତ […] The post ଅହୀର ରେଜିମେଣ୍ଟ ଦାବିରେ କଲସ ଯାତ୍ରା,କୋକସରା ବ୍ଲକ ଯାଦବ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା। appeared first on Odisha.News.

ଅହୀର ରେଜିମେଣ୍ଟ ଦାବିରେ କଲସ ଯାତ୍ରା,କୋକସରା ବ୍ଲକ ଯାଦବ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୦୨/୦୬
ଭାରତ-ଚୀନ୍ ଯୁଦ୍ଧରେ ପରାକ୍ରମ ଦେଖାଇ ସହୀଦ ହୋଇଥିବା ୧୧୪ ଅହୀର ଯବାନଙ୍କ ବୀରତ୍ୱର ଗାଥା ଜନମାନସରେ ଉପସ୍ଥାପିତ କରିବା ପାଇଁ ଆରମ୍ଭ ହୋଇଛି ରେଜାଙ୍ଗଲା ସହୀଦ ମାଟି କଳସ ଯାତ୍ରା। କୋକସରା ଠାରେ ଏହି କଳସ ଯାତ୍ରାକୁ ଯାଦବ ସମାଜ କୋକସରା ବ୍ଲକ ପକ୍ଷରୁ ମୋଟେର ଛକ ରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ରେଜେଙ୍ଗଲାର ପବିତ୍ର ମାଟିକୁ ବହନ କରିଥିବା ଏହି କଳସ ଯାତ୍ରା କଳାହାଣ୍ଡିରେ କେସିଙ୍ଗା ଠାରୁ ଆରମ୍ଭ ହୋଇ କୋକସରାଠାରେ ସମାପ୍ତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ ଓ ଉତ୍କଳ ଯାଦବ ମହାସଭାର ସମ୍ପାଦକ ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଆୟୋଜିତ ରେଜାଙ୍ଗଲା ମାଟି କଲସ ଯାତ୍ରାରେ ରାଷ୍ଟ୍ରିୟ ସହ ସଂଯୋଜକ କିରଣ ଯାଦବ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ଡ଼ ସଞ୍ଜୟ ଧଙ୍ଗଡାମାଝୀ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ତ୍ରିଲୋଚନ ନାଗ, ରାଜ୍ୟ ଯୁବ ସଭାପତି ଅମର କୁମାର ନାଏକ,ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା ଓ ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ମହିଳା ଶାଖା ସଭାନେତ୍ରୀ ରଶ୍ମୀରେଖା ରାଉତ, କୋକସରା ବ୍ଲକ ଯାଦବ ସମିତି ସଭାପତି ବିନୋଦ ରାଉତ, ସମ୍ପାଦକ ଅଲେଖ ଗୋପାଳ, ବିଦ୍ୟାଧର ଗହୀର, ସୁଦର୍ଶନ ବେହେରା, ଯୋଗେନ୍ଦ୍ର ହଂସ, ମାନସ ରଞ୍ଜନ ବାଗ, ପାର୍ଥ ଗୋପାଳ, ପ୍ରହଲ୍ଲାଦ ଚଣ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ପ୍ରକାଶଯୋଗ୍ୟ ଯେ, ୧୯୬୨ ମସିହା ନଭେମ୍ବର ୧୮ରେ ଲଦାଖର ରେଜାଙ୍ଗଲାରେ ହୋଇଥିବା ଭାରତ-ଚୀନ୍ ଲଢେଇରେ ୧୨୦ ଅହୀର (ଯାଦବ) ବୀର ଯବାନ ଚୀନର ପ୍ରାୟ ୩ହଜାର ସୈନିକଙ୍କୁ ମାରିଥିଲେ। ୧୨୦ରୁ ୧୧୪ ଅହୀର ଯବାନ ଦେଶ ପାଇଁ ସହୀଦ ହୋଇଯାଇଥିଲେ ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେହି ପବିତ୍ର ସହୀଦ ମାଟି କଲସ ବିହାରର ଛପ୍ରାରୁ ବାହାରି ଥିବାବେଳେ ସମଗ୍ର ଭାରତ ପରିକ୍ରମା କରି ନଭେମ୍ବର ୧୮ରେ ନୂଆଦିଲ୍ଲୀରେ ପହଞ୍ଚିବ। ସେନାରେ ଅହୀର ରେଜିମେଣ୍ଟ ଗଠନ ନେଇ ସେଠାରେ ଅଖିଳ ଭାରତବର୍ଷିୟ ଯାଦବ ମହାସଭା ପକ୍ଷରୁ ଦାବୀ ଉପସ୍ଥାପନ କରାଯିବ।

The post ଅହୀର ରେଜିମେଣ୍ଟ ଦାବିରେ କଲସ ଯାତ୍ରା,କୋକସରା ବ୍ଲକ ଯାଦବ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା। appeared first on Odisha.News.