ଆଇଆର୍ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ
ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଦୁର୍ଗପତି ସୁଧାକର ମିଶ୍ର ମୁଖ୍ୟ ଅତିଥି ଭାବରେ ମଞ୍ଚାସୀନ ହୋଇ ପ୍ୟାରେଡ ପରିଦର୍ଶନ କରିବା ସହ ମାନ୍ୟବର ଓଡ଼ିଶା ରାଜ୍ୟପାଳ ଏବଂ ମୁଖମନ୍ତ୍ରୀଙ୍କ ବାର୍ତ୍ତାକୁ ପଠନ କରିଥିଲେ। ଏହାପରେ ଦୁର୍ଗପତି ସୁଧାକର ମିଶ୍ର ବାଟାଲିୟନର ୨୦୨୪ ଏବଂ ୨୦୨୫ […] The post ଆଇଆର୍ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ appeared first on Dharitri Odia News.
ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଦୁର୍ଗପତି ସୁଧାକର ମିଶ୍ର ମୁଖ୍ୟ ଅତିଥି ଭାବରେ ମଞ୍ଚାସୀନ ହୋଇ ପ୍ୟାରେଡ ପରିଦର୍ଶନ କରିବା ସହ ମାନ୍ୟବର ଓଡ଼ିଶା ରାଜ୍ୟପାଳ ଏବଂ ମୁଖମନ୍ତ୍ରୀଙ୍କ ବାର୍ତ୍ତାକୁ ପଠନ କରିଥିଲେ। ଏହାପରେ ଦୁର୍ଗପତି ସୁଧାକର ମିଶ୍ର ବାଟାଲିୟନର ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥିବା ୩ ଜଣ କର୍ମଚାରୀ ଉପନିରୀକ୍ଷକ ଲଷ୍ମୀକାନ୍ତ ନାୟକ, ହାବିଲଦାର ପ୍ରମୋଦ କୁମାର ଜେନା, ଯବାନ ଅରୁଣ କୁମାର ଡାକୁଆଙ୍କୁ ସମ୍ମାନିତ କରିଥିଲେ। ଉପଦୁର୍ଗପତି ଲଳିତ କୁମାର ବାଘ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସହକାରୀ ଦୁର୍ଗପତି ମନୋରଞ୍ଜନ ତରାଇ, ସହକାରୀ ଦୁର୍ଗପତି ସନ୍ତୋଷ ସାହୁ, ଅତିଶ କୁମାର ସାହୁ, ନିରୀକ୍ଷକ ଅମିତ କୁମାର ଏକ୍କା, ବିଜୟ କହଁର, ଉପନିରୀକ୍ଷକ ଗୋପାଳ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀକାନ୍ତ ନାୟକ, ଶିବବ୍ରତ ବେହେରା, ଗିରିଶ ଚନ୍ଦ୍ର ମାଝୀ, ବରିଷ୍ଠ ହାବିଲଦାର ରାଧେଶ୍ୟାମ ପାଣିଗ୍ରାହୀ, କିଶୋର କୁମାର ନାୟକ, ପ୍ରହଲ୍ଲାଦ ରାଉତ, ଲିଙ୍ଗରାଜ ପାଢ଼ୀ, ଅନିଲ କୁମାର ମୋଇନି, ସୁଦାମ ବେହେରା, ଦେବବ୍ରତ ନାୟକ, ଜଗନ୍ନାଥ ବିଷୋୟୀ, ପ୍ରଶାନ୍ତ କୁମାର ଗୌଡ଼, କନଷ୍ଟେବଳ ବଳରାମ ଜେନା, ବିକାଶ କୁମାର ନାୟକ, ଚନ୍ଦ୍ରକାନ୍ତ ମଲ୍ଲିକ, ସାଗର ସେଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
The post ଆଇଆର୍ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ appeared first on Dharitri Odia News.