ସୈଫ୍ ଆକ୍ରମଣ: ଭୁଲ୍ ବ୍ୟକ୍ତିଙ୍କୁ ଧରିଲା ମୁମ୍ବାଇ ପୋଲିସ
ମୁମ୍ବାଇ,୧୮ା୧: ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ଙ୍କ ଘରକୁ ବୁଧବାର ରାତିରେ ଅନୁପ୍ରବେଶ କରି ତାଙ୍କୁ ୬ ଥର ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସର ୨୦ ଟିମ୍ ଏଯାଏ ଧରିପାରି ନାହାନ୍ତି। ଏହା ପରିବର୍ତ୍ତେ ସେମାନେ ଏହି ଆକ୍ରମଣ ସହ ଜଡ଼ିତ ନ ଥିବା ଜଣେ ଭିନ୍ନ ବ୍ୟକ୍ତିଙ୍କୁ ଧରି ବାନ୍ଦ୍ରା ଥାନାକୁ ନେଇ ପଚରାଉଚରା କରିଛନ୍ତି। ସୈଫ୍ଙ୍କ ଘରେ ଏହି କାଣ୍ଡ ଭିଆଇବା ପରେ ସେଠାରୁ ଫେରାର ହେଉଥିବାବେଳେ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା […] The post ସୈଫ୍ ଆକ୍ରମଣ: ଭୁଲ୍ ବ୍ୟକ୍ତିଙ୍କୁ ଧରିଲା ମୁମ୍ବାଇ ପୋଲିସ appeared first on Dharitri Odia News.
ମୁମ୍ବାଇ,୧୮ା୧: ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ଙ୍କ ଘରକୁ ବୁଧବାର ରାତିରେ ଅନୁପ୍ରବେଶ କରି ତାଙ୍କୁ ୬ ଥର ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସର ୨୦ ଟିମ୍ ଏଯାଏ ଧରିପାରି ନାହାନ୍ତି। ଏହା ପରିବର୍ତ୍ତେ ସେମାନେ ଏହି ଆକ୍ରମଣ ସହ ଜଡ଼ିତ ନ ଥିବା ଜଣେ ଭିନ୍ନ ବ୍ୟକ୍ତିଙ୍କୁ ଧରି ବାନ୍ଦ୍ରା ଥାନାକୁ ନେଇ ପଚରାଉଚରା କରିଛନ୍ତି। ସୈଫ୍ଙ୍କ ଘରେ ଏହି କାଣ୍ଡ ଭିଆଇବା ପରେ ସେଠାରୁ ଫେରାର ହେଉଥିବାବେଳେ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଅନୁପ୍ରବେଶକାରୀଙ୍କ ସହ ଅଟକ ବ୍ୟକ୍ତିଙ୍କ ଚେହେରାର ସାମଞ୍ଜସ୍ୟ ଥିବାରୁ ତାଙ୍କୁ ବାନ୍ଦ୍ରା ରେଳ ଷ୍ଟେଶନ୍ରୁ ପୋଲିସ ଧରିଥିଲା। ସତ ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଛାଡ଼ିଦେଇଥିବା ଜଣାପଡ଼ିଛି।
The post ସୈଫ୍ ଆକ୍ରମଣ: ଭୁଲ୍ ବ୍ୟକ୍ତିଙ୍କୁ ଧରିଲା ମୁମ୍ବାଇ ପୋଲିସ appeared first on Dharitri Odia News.