ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ରାଶି
ମୁମ୍ବାଇ: ଅଭିନେତ୍ରୀ ରାଶି ଖାନ୍ନା ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି। କେବଳ ବଲିଉଡ୍ରେ ନୁହେଁ, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ନିକଟରେ ଅଭିନେତା ବିକ୍ରାନ୍ତ ମେସିଙ୍କ ସହ ‘ଦି ସାବରମତି ରିପୋର୍ଟରେ’ ତାଙ୍କୁ ଦେଖିବାକୁ ମିଳିଥିଲା। ଅଭିନୟ ବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ବହୁବାର ନଜରକୁ ଆସିଛନ୍ତି। ନିକଟରେ ସେ ଏକ ସାକ୍ଷାତ୍କାର ଦେଇ ନିଜ ଜୀବନର ଅନେକ କାହାଣୀକୁ ପ୍ରଘଟ […] The post ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ରାଶି appeared first on Dharitri Odia News.
ମୁମ୍ବାଇ: ଅଭିନେତ୍ରୀ ରାଶି ଖାନ୍ନା ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି। କେବଳ ବଲିଉଡ୍ରେ ନୁହେଁ, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ନିକଟରେ ଅଭିନେତା ବିକ୍ରାନ୍ତ ମେସିଙ୍କ ସହ ‘ଦି ସାବରମତି ରିପୋର୍ଟରେ’ ତାଙ୍କୁ ଦେଖିବାକୁ ମିଳିଥିଲା। ଅଭିନୟ ବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ବହୁବାର ନଜରକୁ ଆସିଛନ୍ତି। ନିକଟରେ ସେ ଏକ ସାକ୍ଷାତ୍କାର ଦେଇ ନିଜ ଜୀବନର ଅନେକ କାହାଣୀକୁ ପ୍ରଘଟ କରିଛନ୍ତି।
ରାଶି ଅଭିନେତ୍ରୀ ହେବା ପାଇଁ ନୁହେଁ, ବରଂ ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଥିଲେ ବୋଲି ଏହ ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ରାଶିଙ୍କର ସ୍କୁଲ୍ ପାଠପଢ଼ା ମଧ୍ୟ ରାଷ୍ଟ୍ରୀୟ ରାଜଧାନୀରେ ହୋଇଥିଲା। ସ୍କୁଲ ଏବଂ କଲେଜରେ ପଢିବା ବେଳେ ସେ ଅଧ୍ୟୟନରେ ସର୍ବୋତ୍ତମ ଥିଲେ। ଧୀରେ ଧୀରେ ଆଇଏଏସ୍ ଅଧିକାରୀ ହେବାକୁ ସେ ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ସେଥିପାଇଁ ସେ ନିଜର ପ୍ରସ୍ତୁତି ମଧ୍ୟ ଚଳାଇଥିଲେ ବୋଲି ରାଶି କହିଛନ୍ତି। ତେବେ କଲେଜରେ ପଢ଼ିବା ସମୟରେ ତାଙ୍କୁ ମଡେଲିଂ କରିବା ପାଇଁ ଅଫର ଆସିଥିଲା। ସେ ଉକ୍ତ ଅଫରକୁ ଗ୍ରହଣ କରିଥିଲେ। ରାଶି ଧୀରେ ଧୀରେ ନିଜ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସେଥିରେ ତାଙ୍କୁ ସଫଳତା ମିଳିଥିଲା। ଏହାପରେ ଅଭିନୟ କ୍ଷେତ୍ରରେ ପାଦ ଥାପିବାକୁ ମଧ୍ୟ ରାଶିଙ୍କୁ ଅଫର୍ ଆସିଥିଲା। ୨୦୧୩ରେ ରିଲିଜ୍ ହୋଇଥିବା ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ‘ମାଡ୍ରାସ କାଫେ’ ହେଉଛି ରାଶିଙ୍କ ଅଭିନୀତ ପ୍ରଥମ ଫିଲ୍ମ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଜନ୍ ଆବ୍ରହାମଙ୍କ ସ୍ତ୍ରୀ ଭୂମିକାରେ ନଜରକୁ ଆସିଥିଲେ। ଏହା ପରେ ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ସୁଯୋଗ ପାଇଥିଲେ।
The post ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ରାଶି appeared first on Dharitri Odia News.