ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର,୨୬ା୧୦: ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ପ୍ରବେଶ ଓ ପ୍ରସ୍ଥାନ ପଥରେ ଆଇପି କ୍ୟାମେରା ଲଗାଇବେ। ଆଇପି କ୍ୟାମେରା ତଥ୍ୟ କମିଶନରେଟ୍‌ ପୋଲିସ ପାଖରେ ରହିବ। ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଦ୍ଧାରିତ କରିଛିପୋଲିସ। ୨୦୨୪ରେ ଟୁଇନ୍‌ […] The post ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା appeared first on Dharitri Odia News.

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର,୨୬ା୧୦: ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ପ୍ରବେଶ ଓ ପ୍ରସ୍ଥାନ ପଥରେ ଆଇପି କ୍ୟାମେରା ଲଗାଇବେ।

ଆଇପି କ୍ୟାମେରା ତଥ୍ୟ କମିଶନରେଟ୍‌ ପୋଲିସ ପାଖରେ ରହିବ। ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଦ୍ଧାରିତ କରିଛିପୋଲିସ। ୨୦୨୪ରେ ଟୁଇନ୍‌ ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଛି। ଚୋରି ଘଟଣାରେ ୨୯ ଲୁଟେରାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।

The post ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା appeared first on Dharitri Odia News.