ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ ରହୁଥିବା ହିନ୍ଦୁ ସମୂହ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି। ହିନ୍ଦୁ ଆମେରିକୀୟ ସମୂହ ଟ୍ରମ୍ପଙ୍କ ଆମେରିକା ଏବଂ ବାଂଲାଦେଶ ସମେତ ସମଗ୍ର ବିଶ୍ୱରେ ହିନ୍ଦୁମାନଙ୍କର ମାନବିକ ଅଧିକାରର ସୁରକ୍ଷା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ‘ବାଂଲାଦେଶର ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ହୋଇଥିବା ବର୍ବର […] The post ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ appeared first on Dharitri Odia News.

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ ରହୁଥିବା ହିନ୍ଦୁ ସମୂହ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି। ହିନ୍ଦୁ ଆମେରିକୀୟ ସମୂହ ଟ୍ରମ୍ପଙ୍କ ଆମେରିକା ଏବଂ ବାଂଲାଦେଶ ସମେତ ସମଗ୍ର ବିଶ୍ୱରେ ହିନ୍ଦୁମାନଙ୍କର ମାନବିକ ଅଧିକାରର ସୁରକ୍ଷା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଶଂସା କରିଛନ୍ତି।

ଟ୍ରମ୍ପ ‘ବାଂଲାଦେଶର ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ହୋଇଥିବା ବର୍ବର ହିଂସାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସେଠାରେ ସମ୍ପୂର୍ଣ୍ଣ ଅରାଜକତା ପରିସ୍ଥିତି ରହିଛି। ଏହା ମୋ ଅଧୀନରେ କେବେ ହୋଇନାହିଁ। କମଲା ହାରିସ ଏବଂ ଜୋ ବାଇଡେନ ସମଗ୍ର ବିଶ୍ୱରେ ଏବଂ ଆମେରିକାରେ ହିନ୍ଦୁମାନଙ୍କୁ ଅଣଦେଖା କରିଛନ୍ତି।

କିନ୍ତୁ ଆମେ କଟରପନ୍ଥୀ ବାମପନ୍ଥୀଙ୍କୁ ଧର୍ମ ବିରୋଧୀ ଏଜେଣ୍ଡାରୁ ହିନ୍ଦୁ ଆମେରିକୀୟମାନଙ୍କୁ ରକ୍ଷା କରିବୁ। ଆମେ ଅପାଣଙ୍କର ସ୍ବାଧୀନତା ପାଇଁ ଲଢିବୁ। ମୋର ଶାସନ ଅଧୀନରେ ଆମେ ଭାରତ ଏବଂ ମୋର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମର ମହାନ ସହଭାଗିତାକୁ ମଜବୁତ କରିବୁ ବୋଲି ଟ୍ରମ୍ପ କହିଛନ୍ତି।

ତେବେ ଏହାକୁ ନେଇ ହିନ୍ଦୁଜ ଫର ଆମେରିକା ଫାଷ୍ଟର ସଂସ୍ଥାପକ ଓ ଅଧ୍ୟକ୍ଷ ଉତ୍ସବ ସନ୍ଦୁଜା ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମୁଁ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବହୁତ କୃତଜ୍ଞ। ମୁଁ ତାଙ୍କର ସବୁବେଳେ ପ୍ରଶଂସା କରିବି। ଏହା ନିରାଶାଜନକ ଯେ କମଲା ହାରିସ ଏହି ପ୍ରସଙ୍ଗରେ କିଛି କହୁ ନାହାନ୍ତି। ମୁଁ ଭାବୁଛି ଏହି ନିର୍ବାଚନରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି।

The post ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ appeared first on Dharitri Odia News.