ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ

ଭୁବନେଶ୍ୱର,୨୨ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ବନସେବା (ଆଇଏଫ୍‌ଏସ୍‌) ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର ଉମା ନନ୍ଦୁରୀଙ୍କୁ ପିସିସିଏଫ୍‌(କେଏଲ୍‌) ଭାବେ ନିଯୁକ୍ତ କରାଯାଇଥିବା ବେଳେ ଉକ୍ତ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର ପ୍ରେମକୁମାର ଝା’ଙ୍କୁ ପିସିସିଏଫ୍‌(ବନ୍ୟପ୍ରାଣୀ) ଏବଂ ସିଡବ୍ଲ୍ୟୁଏଲ୍‌ଡବ୍ଲ୍ୟୁ ସହିତ ଓଡ଼ିଶା ବନନିଗମ ପରିଚାଳନା ନିର୍ଦ୍ଦେଶକ, ଡ. କେ. ମୃଗସେନ୍‌ଙ୍କୁ ପିସିସିଏଫ୍‌-ହପ୍‌ର ପିସିସିଏଫ୍‌, ଏଫ୍‌ଡି ଓ ଆଞ୍ଚଳିକ […] The post ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ appeared first on Dharitri Odia News.

ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ

ଭୁବନେଶ୍ୱର,୨୨ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ବନସେବା (ଆଇଏଫ୍‌ଏସ୍‌) ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର ଉମା ନନ୍ଦୁରୀଙ୍କୁ ପିସିସିଏଫ୍‌(କେଏଲ୍‌) ଭାବେ ନିଯୁକ୍ତ କରାଯାଇଥିବା ବେଳେ ଉକ୍ତ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର ପ୍ରେମକୁମାର ଝା’ଙ୍କୁ ପିସିସିଏଫ୍‌(ବନ୍ୟପ୍ରାଣୀ) ଏବଂ ସିଡବ୍ଲ୍ୟୁଏଲ୍‌ଡବ୍ଲ୍ୟୁ ସହିତ ଓଡ଼ିଶା ବନନିଗମ ପରିଚାଳନା ନିର୍ଦ୍ଦେଶକ, ଡ. କେ. ମୃଗସେନ୍‌ଙ୍କୁ ପିସିସିଏଫ୍‌-ହପ୍‌ର ପିସିସିଏଫ୍‌, ଏଫ୍‌ଡି ଓ ଆଞ୍ଚଳିକ ନିର୍ଦ୍ଦେଶକ, ମନୋଜ ଭି. ନାୟାରଙ୍କୁ ନନ୍ଦନକାନନ ନିର୍ଦ୍ଦେଶକ ସହ କାମ୍ପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି. ରାଜେଶଙ୍କୁ ପରିବେଶ ନିର୍ଦ୍ଦେଶକ ସହିତ ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ଏମ୍‌. ଯୋଗଜୟାନନ୍ଦଙ୍କୁ ଭୁବନେଶ୍ୱର ମଣ୍ଡଳର ଆର୍‌ସିସିଏଫ୍‌ ସହିତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ, ସଞ୍ଜୟ କୁମାର ସ୍ବାଇଁଙ୍କୁ ଅନୁଗୋଳ ମଣ୍ଡଳର ଭାରପ୍ରାପ୍ତ ଆର୍‌ସିସିଏଫ୍‌, ସୁଧାଂଶୁ ଶେଖର ଖୋରାଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ସଦସ୍ୟ ସଚିବ, ପି. ଆର୍ଥନାରୀଙ୍କୁ କଟକ ବନସଂରକ୍ଷକ(କେଏଲ୍‌) ସହିତ ଭୁବନେଶ୍ୱର କେନ୍ଦ୍ରୀୟ ଜୋନ୍‌ର ମହାପ୍ରବନ୍ଧକ, ବିଶ୍ୱନାଥ ନୀଲାନାଭରଙ୍କୁ ବ୍ରହ୍ମପୁର ମଣ୍ଡଳର ଭାରପ୍ରାପ୍ତ ଆର୍‌ସିସିଏଫ୍‌, ଅନୁରାଗ ମିଶ୍ରଙ୍କୁ ଫୁଲବାଣୀ ଡିଏଫ୍‌ଓ(କେଏଲ), କେ. ନାଗରାଜୁଙ୍କୁ ପାରଳାଖେମୁଣ୍ଡି ବନଖଣ୍ଡର ଭାରପ୍ରାପ୍ତ ଡିଏଫ୍‌ଓ, ରଶ୍ମି ଜି.ଙ୍କୁ ଭାରପ୍ରାପ୍ତ ଡିଏଫ୍‌ଓ(ଟିଟିଲାଗଡ-କେଏଲ) ଏବଂ ଇଲାଭର୍ସନ କେ.ଙ୍କୁ ଭାରପ୍ରାପ୍ତ ଡିଏଫ୍‌ଓ ରେଢ଼ାଖୋଲ ଭାବେ ନିଯୁକ୍ତ କରାଯାଇଛି।

The post ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ appeared first on Dharitri Odia News.