ଆଇଟମ୍‌ ଗାର୍ଲରୁ ଯାତ୍ରା ମାଲିକାଣୀ ହେଲେ ରାଣୀ ପଣ୍ଡା

ଭୁବନେଶ୍ୱର,୨୯।୫: ଓଡ଼ିଶାର ଲୋକପ୍ରିୟ ଯାତ୍ରା ଅନୁଷ୍ଠାନ ‘ସ୍ବର୍ଣ୍ଣ ମନ୍ଦିର’ର ନୂଆ ମାଲିକାଣୀ ହୋଇଛନ୍ତି ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା। ଏହି ଖବର ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି। ସ୍ବର୍ଣ୍ଣ ମନ୍ଦିରର ଶୁଭ ମହୁରତ ଅବସରରେ ରାଣୀ ପଣ୍ଡାଙ୍କୁ ଏହି ଦାୟିତ୍ୱ ଗ୍ରହଣ କରିବାର ଘୋଷଣା କରାଯାଇଛି। ତେବେ ଯାତ୍ରା ସ୍ବର୍ଣ୍ଣ ମନ୍ଦିରର ମାଲିକାନା ହାତକୁ ନେବା ପରେ ରାଣୀ ପଣ୍ଡା କହିଛନ୍ତି, ନୂଆ ରୂପ, ନୂଆ ରଙ୍ଗ ଓ ନୂଆ ଢଙ୍ଗରେ […] The post ଆଇଟମ୍‌ ଗାର୍ଲରୁ ଯାତ୍ରା ମାଲିକାଣୀ ହେଲେ ରାଣୀ ପଣ୍ଡା appeared first on Dharitri Odia News.

ଆଇଟମ୍‌ ଗାର୍ଲରୁ ଯାତ୍ରା ମାଲିକାଣୀ ହେଲେ ରାଣୀ ପଣ୍ଡା

ଭୁବନେଶ୍ୱର,୨୯।୫: ଓଡ଼ିଶାର ଲୋକପ୍ରିୟ ଯାତ୍ରା ଅନୁଷ୍ଠାନ ‘ସ୍ବର୍ଣ୍ଣ ମନ୍ଦିର’ର ନୂଆ ମାଲିକାଣୀ ହୋଇଛନ୍ତି ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା। ଏହି ଖବର ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି। ସ୍ବର୍ଣ୍ଣ ମନ୍ଦିରର ଶୁଭ ମହୁରତ ଅବସରରେ ରାଣୀ ପଣ୍ଡାଙ୍କୁ ଏହି ଦାୟିତ୍ୱ ଗ୍ରହଣ କରିବାର ଘୋଷଣା କରାଯାଇଛି।

ତେବେ ଯାତ୍ରା ସ୍ବର୍ଣ୍ଣ ମନ୍ଦିରର ମାଲିକାନା ହାତକୁ ନେବା ପରେ ରାଣୀ ପଣ୍ଡା କହିଛନ୍ତି, ନୂଆ ରୂପ, ନୂଆ ରଙ୍ଗ ଓ ନୂଆ ଢଙ୍ଗରେ ଯାତ୍ରା ସ୍ବର୍ଣ୍ଣ ମନ୍ଦିର ଦର୍ଶକଙ୍କ ପାଖରେ ପହଞ୍ଚିବ। ଆମେ ଆଧୁନିକତା ସହିତ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ଜୀବନ୍ତ ରଖିବୁ। ଏହି ଯାତ୍ରା ସଂସ୍ଥାକୁ ଆହୁରି ଲୋକପ୍ରିୟ କରିବା ପାଇଁ ନୂଆ ନୂଆ ପରୀକ୍ଷାନିରୀକ୍ଷା କରିବେ। ସେ ଦର୍ଶକଙ୍କୁ ଉନ୍ନତ ମଞ୍ଚ ପ୍ରଦର୍ଶନ, ଆଧୁନିକ ସାଉଣ୍ଡ ଓ ଲାଇଟିଂ ସିଷ୍ଟମ ଏବଂ ଆକର୍ଷଣୀୟ କାହାଣୀ ମାଧ୍ୟମରେ ଏକ ଅଭୂତପୂର୍ବ ଅନୁଭୂତି ଦେବାକୁ ଲକ୍ଷ୍ୟ ରଖିଛନ୍ତି।

 

The post ଆଇଟମ୍‌ ଗାର୍ଲରୁ ଯାତ୍ରା ମାଲିକାଣୀ ହେଲେ ରାଣୀ ପଣ୍ଡା appeared first on Dharitri Odia News.