ଆଇଟିଆର ଦାଖଲ ସତ୍ତ୍ବେ… ୧୨ ଲକ୍ଷଙ୍କୁ ମିଳିନି ରିଟର୍ଣ୍ଣ
ନୂଆଦିଲ୍ଲୀ: ଆଇଟିଆର ଦାଖଲକୁ ନେଇ ବଡ଼ ସୂଚନା ଆସିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଆଇଟିଆର ଦାଖଲ କରିଥିବା ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ଏ ଯାଏ ଟିକସ ରିଟର୍ଣ୍ଣ ମିଳିପାରି ନାହିଁ। ଖୋଦ୍ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୩.୬୮ କୋଟି ଆୟକର ରିଟର୍ଣ୍ଣ ମଧ୍ୟରୁ ୩.୫୬ କୋଟି ଲୋକଙ୍କୁ ରିଟର୍ଣ୍ଣ ମିଳିସାରିଛି। ତେବେ ପ୍ରାୟ ୧୨ ଲକ୍ଷ ରିଟର୍ଣ୍ଣରେ ରିଫଣ୍ଡ କ୍ରେଡିଟ ହୋଇପାରି ନାହିଁ। ଏହାର ଅନେକ […]

ନୂଆଦିଲ୍ଲୀ: ଆଇଟିଆର ଦାଖଲକୁ ନେଇ ବଡ଼ ସୂଚନା ଆସିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଆଇଟିଆର ଦାଖଲ କରିଥିବା ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ଏ ଯାଏ ଟିକସ ରିଟର୍ଣ୍ଣ ମିଳିପାରି ନାହିଁ। ଖୋଦ୍ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୩.୬୮ କୋଟି ଆୟକର ରିଟର୍ଣ୍ଣ ମଧ୍ୟରୁ ୩.୫୬ କୋଟି ଲୋକଙ୍କୁ ରିଟର୍ଣ୍ଣ ମିଳିସାରିଛି। ତେବେ ପ୍ରାୟ ୧୨ ଲକ୍ଷ ରିଟର୍ଣ୍ଣରେ ରିଫଣ୍ଡ କ୍ରେଡିଟ ହୋଇପାରି ନାହିଁ। ଏହାର ଅନେକ କାରଣ ରହିଛି। ଏହା ମଧ୍ୟରେ ଆଇଟିଆରରେ ଦିଆଯାଇଥିବା ଭୁଲ୍ ବ୍ୟାଙ୍କ୍ ଖାତା, ପାନ୍ ଏବଂ ଆଧାର ଲିଙ୍କ୍ ନ ହେବା, ବକେୟା ରାଶି ଆଦି ସାମିଲ ରହିଛି। ଏହା ବ୍ୟତୀତ ଆଉ କିଛି ଟିକସ ଦାତା ଆୟକର ବିଭାଗ ଦ୍ବାରା ପଠାଯାଇଥିବା ନୋଟିସ୍ର ଜବାବ ମଧ୍ୟ ଦେଇନାହାନ୍ତି। ଏଥିଯୋଗୁଁ ରିଟର୍ଣ୍ଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନାହିଁ।
ଆୟକର ରିଟର୍ଣ୍ଣ ନ ହୋଇପାରିବାର ବଡ଼ କାରଣ ମଧ୍ୟରେ ବ୍ୟାଙ୍କ ଖାତା ଭୁଲ୍ କିମ୍ବା ଅପ୍ଡେଟ୍ ନ ହେବା ସାମିଲ ରହିଛି। ସେହିପରି ଆଧାର ଲିଙ୍କ୍ ନ ହୋଇଥିବାରୁ ମଧ୍ୟ ରିଟର୍ଣ୍ଣ ଦିଆଯାଇପାରୁ ନାହିଁ। ଆୟକର ନିୟମର ଧାରା ୨୪୫ (୧) ଏବଂ ୨୪୫ (୨) ଅଧିନରେ ବକେୟା ମଧ୍ୟ ପଡ଼ି ରହିଛି। ଆଉ କିଛି ମାମଲାରେ ଟିକସ ଦାତା ଆୟକର ବିଭାଗ ପଠାଇଥିବା ନୋଟିସ୍ର ଜବାବ ଦେଇନାହାନ୍ତି। ଯଦି କୌଣସି ଟିକସଦାତା ରିଟର୍ଣ୍ଣ ପାଇ ନାହାନ୍ତି ଏବଂ ନୋଟିସ୍ ଦିଆଯାଇ ନାହିଁ ତେବେ ସେମାନେ ଆୟକର ଇ-ଫିଲିଂ ପୋର୍ଟାଲକୁ ଯାଇ ଯାଞ୍ଚ କରିପାରିବେ। ଏଥିପାଇଁ ପୋର୍ଟାଲରେ ଲଗ୍ଇନ କରି ‘ଇ-ପ୍ରୋସିଡିଂ’ ଟ୍ୟାବ୍କୁ ଯିବାକୁ ହେବ। ଯଦି ଆଇଟିଆର ନୋଟିସ ମିଳିଛି ତେବେ ‘ଫର୍ ୟୋର ଆକ୍ସନ’ ଟ୍ୟାବ୍ ଦେଖିବାକୁ ମିଳିବ। ଏଠାରେ ଥିବା ‘ଭ୍ୟୁ ନୋଟିସ/ଅଡର୍ସ’ ଉପରେ କ୍ଲିକ୍ କରି ଜବାବ ଦେବାକୁ ହେବ। ନୋଟିସ୍ ସହ ସହମତ ହେଲେ ‘ଏଗ୍ରି’ ବଟନ୍ରେ କ୍ଲିକ୍ କରି ସଠିକ୍ ସୂଚନା ଦେଇ ଆଇଟିଆର ଦାଖଲ କରିବାକୁ ପଡ଼ିବ। ଯଦି ଆୟ କିମ୍ବା ଆୟକର ରିଆତିରେ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ସଂଶୋଧିତ ଆଇଟିଆର ଦାଖଲ କରିବାକୁ ହେବ। ଏହି ପ୍ରକ୍ରିୟା ପାଳନ କରି ଟିକସଦାତା ରିଟର୍ଣ୍ଣ ସମସ୍ୟାର ସମାଧାନ କରିପାରିବେ।