ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା

ନୂଆଦିଲ୍ଲୀ,୧୪।୧: ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା ‘ଆଇଡିବିଆଇ ଚିରଞ୍ଜୀବୀ-ସୁପର ସିନିୟର ସିଟିଜେନ ଫିକ୍ସଡ ଡିପୋଜିଟ/ଏଫଡି’ ପ୍ଲାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଆର୍ଥତ୍କ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଏଫଡି ଉତ୍ପାଦର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ ହୋଇଛି। ସେହିଭଳି ଏହି ପଦକ୍ଷେପ ବ୍ୟାଙ୍କର ଷ୍ଟାଣ୍ଡାର୍ଡ ଫିକ୍ସଡ ଡିପୋଜିଟ ରେଟ ଉପରେ ଅତିରିକ୍ତ ୬୫ ବେସିସ ପଏଣ୍ଟ (ବିପିଏସ୍‌) ଏବଂ ବରିଷ୍ଠ ନାଗରିକ ହାର ଉପରେ ୧୫ ବିପିଏସ ପ୍ରଦାନ କରୁଛି। […] The post ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା appeared first on Dharitri Odia News.

ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା

ନୂଆଦିଲ୍ଲୀ,୧୪।୧: ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା ‘ଆଇଡିବିଆଇ ଚିରଞ୍ଜୀବୀ-ସୁପର ସିନିୟର ସିଟିଜେନ ଫିକ୍ସଡ ଡିପୋଜିଟ/ଏଫଡି’ ପ୍ଲାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଆର୍ଥତ୍କ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଏଫଡି ଉତ୍ପାଦର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ ହୋଇଛି। ସେହିଭଳି ଏହି ପଦକ୍ଷେପ ବ୍ୟାଙ୍କର ଷ୍ଟାଣ୍ଡାର୍ଡ ଫିକ୍ସଡ ଡିପୋଜିଟ ରେଟ ଉପରେ ଅତିରିକ୍ତ ୬୫ ବେସିସ ପଏଣ୍ଟ (ବିପିଏସ୍‌) ଏବଂ ବରିଷ୍ଠ ନାଗରିକ ହାର ଉପରେ ୧୫ ବିପିଏସ ପ୍ରଦାନ କରୁଛି। ଏପରିକି ଏହି ଅଫରର ମୁଖ୍ୟ ଆକର୍ଷଣଗୁଡିକ ମଧ୍ୟରେ ୫୫୫ ଦିନର କାର୍ଯ୍ୟକାଳ ପାଇଁ ବାର୍ଷିକ ୮.୦୫% ର ସର୍ବୋଚ୍ଚ ସୁଧ ହାର ସାମିଲ ରହିଛି। ସେହିପରି ବ୍ୟାଙ୍କ ୩୭୫ ଦିନ ପାଇଁ ବାର୍ଷିକ ୭.୯୦%, ୪୪୪ ଦିନ ପାଇଁ ବାର୍ଷିକ ୮% ଏବଂ ୭୦୦ ଦିନ ପାଇଁ ବାର୍ଷିକ ୭.୮୫% ସୁଧ ହାର ପ୍ରଦାନ କରୁଛି।
ଏ ସମ୍ପର୍କରେ ଆଇଡିବିଆଇ ବ୍ୟାଙ୍କର ଉପପରିଚାଳନା ନିର୍ଦ୍ଦେଶକ ସୁମିତ ଫକ୍କା କହିଛନ୍ତି, ବରିଷ୍ଠ ନାଗରିକଙ୍କ ସ୍ବତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ‘ଆଇଡିବିଆଇ ଚିରଞ୍ଜୀବୀ-ସୁପର ସିନିୟର ସିଟିଜେନ ଏଫ୍‌ଡି’କୁ ନିକଟରେ ଉପସ୍ଥାପନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବ୍ୟାଙ୍କର ଏହି ଅଫର ସମ୍ମାନଜନକ ପିଢ଼ିକୁ ଏକ ସୁରକ୍ଷିତ ଏବଂ ନିରାପଦ ନିବେଶ ବିକଳ୍ପ ପ୍ରଦାନ କରିଥାଏ,ଯାହା ସେମାନଙ୍କ ଆର୍ଥତ୍କ ନିରାପତ୍ତା ଏବଂ ମାନସିକ ଶାନ୍ତିର ଗ୍ୟାରେଣ୍ଟି ହୋଇଥାଏ।

The post ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା appeared first on Dharitri Odia News.