ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ…

ଭୁବନେଶ୍ୱର,୩୧।୮: ରତ୍ନଭଣ୍ଡାର ସର୍ଭେ ନେଇ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ କରି ସାରିଲାଣି। ନନ୍‌ପେନିଟ୍ରେଟିଙ୍ଗ ସର୍ଭେ କରିବା ପାଇଁ ଯୋଜନା ରହିଛି। ସମସ୍ତଙ୍କ ମନରେ ଗୋଟେ ଆଶଙ୍କା ଅଛି। ଗଜପତି ମହରାଜ ବି ଆଶଙ୍କା ପ୍ରକାଶ କରିଛନ୍ତି। ଅତୀତରେ ମୋଗଲ ଆକ୍ରମଣ ହେଉଥିଲା ସେ ସମୟର କିଛି ଜନିଷ କିଛି ଅଳଙ୍କାର ଚଟାଣ ତଳେ ଥାଇପାରେ। ଆମେ ଟିକେ ଷ୍ଟଡି କରିବା ଆବଶ୍ୟକତା […] The post ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ… appeared first on Dharitri Odia News.

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ…

ଭୁବନେଶ୍ୱର,୩୧।୮: ରତ୍ନଭଣ୍ଡାର ସର୍ଭେ ନେଇ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ କରି ସାରିଲାଣି। ନନ୍‌ପେନିଟ୍ରେଟିଙ୍ଗ ସର୍ଭେ କରିବା ପାଇଁ ଯୋଜନା ରହିଛି।

ସମସ୍ତଙ୍କ ମନରେ ଗୋଟେ ଆଶଙ୍କା ଅଛି। ଗଜପତି ମହରାଜ ବି ଆଶଙ୍କା ପ୍ରକାଶ କରିଛନ୍ତି। ଅତୀତରେ ମୋଗଲ ଆକ୍ରମଣ ହେଉଥିଲା ସେ ସମୟର କିଛି ଜନିଷ କିଛି ଅଳଙ୍କାର ଚଟାଣ ତଳେ ଥାଇପାରେ। ଆମେ ଟିକେ ଷ୍ଟଡି କରିବା ଆବଶ୍ୟକତା ରହିଛି । କିଛି ପରକଳ୍ପନା ଆସୁଛି ସେଠାରେ ଷୁଡଙ୍ଗ ଥାଇପାରେ। ଏ ସବୁ ଥାଇପାରେ, ନଥାଇପାରେ। ସେ ଦୃଷ୍ଟିରୁ ଜିପିଆର ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଏସଆଇ ତାର ଦାୟିତ୍ୱ ନେଇଛି। ଗୁପ୍ତ ରତ୍ନଭଣ୍ଡାର ଥାଇପାରେ। ଏ ଯାଏଁ ତାର ସ୍ପଷ୍ଟତା ଆସିନି। ସେ ଦୃଷ୍ଟିକୋଣରୁ ଜିପିଆର ସର୍ଭେ ଓ ଟେକ୍ନିକାଲି କାମ ହେବ। କୌଣସି ଇନଷ୍ଟ୍ରୁମେଣ୍ଟ ମାଟି ଭତିରକୁ ଭର୍ତ୍ତି ନ କରି ସରଫେସ ସର୍ଭେ ଯେମିତି ଅୟଲ ମାଇନ ସର୍ଭେ ହୁଏ, ସେମିତି ସର୍ଭେ ହେବ। ଏଏସଆଇ ଆଇଆଇଟି ସହ ସହବନ୍ଧିତ ହୋଇ ଏଭଳି ସର୍ଭେ କରିବାର ଯୋଜନା ଚାଲିଛି। ରତ୍ନଭଣ୍ଡାର ମରାମତି ଆରମ୍ଭ ପୂର୍ବରୁ ଏ କାମ କରିବା ପାଇଁ ଡିଜି ASIକୁ ଯୋଗାଯୋଗ କରାଯାଇଛି।

The post ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ… appeared first on Dharitri Odia News.