ନବୀନ ଗଲେ ଆପେ ଆପେ ଭିଡ଼ ଜମୁଛି, CM ଗଲେ ଟ୍ରାଫିକ୍‌ ଜାମ ହେଉଛି: ବିଜେଡି

ଭୁବନେଶ୍ୱର,୧୨।୧୦: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲାକୁ ନେଇ ରାଜନୀତି ସରଗରମ ହୋଇଛି। ଗୋଟିଏ ପଟେ ଭାଜପାର ନେତାମାନେ ଏହାକୁ ନେଇ କଟାକ୍ଷ କରୁଥିବା ବେଳେ କାଉଣ୍ଟର କରୁଛନ୍ତି ବିଜେଡି ନେତା। ଏହି କ୍ରମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଟାକ୍ଷକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ଖାଦ୍ୟ ଯୋଗାଣ ମନ୍ତ୍ରୀ ଯାହା କହିଛନ୍ତି ତାହା ଠିକ୍‌। ଲୋକଙ୍କ ସେବା କରିବା […] The post ନବୀନ ଗଲେ ଆପେ ଆପେ ଭିଡ଼ ଜମୁଛି, CM ଗଲେ ଟ୍ରାଫିକ୍‌ ଜାମ ହେଉଛି: ବିଜେଡି appeared first on Dharitri Odia News.

ନବୀନ ଗଲେ ଆପେ ଆପେ ଭିଡ଼ ଜମୁଛି, CM ଗଲେ ଟ୍ରାଫିକ୍‌ ଜାମ ହେଉଛି: ବିଜେଡି

ଭୁବନେଶ୍ୱର,୧୨।୧୦: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲାକୁ ନେଇ ରାଜନୀତି ସରଗରମ ହୋଇଛି। ଗୋଟିଏ ପଟେ ଭାଜପାର ନେତାମାନେ ଏହାକୁ ନେଇ କଟାକ୍ଷ କରୁଥିବା ବେଳେ କାଉଣ୍ଟର କରୁଛନ୍ତି ବିଜେଡି ନେତା। ଏହି କ୍ରମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଟାକ୍ଷକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଯାହା କହିଛନ୍ତି ତାହା ଠିକ୍‌। ଲୋକଙ୍କ ସେବା କରିବା ଆମ ନିଶା, କିପରି ଛାଡ଼ିବ। ନବୀନ ବାବୁ ମଣ୍ଡପ ଗଲେ ଲୋକେ ଆପେ ଆପେ ଭିଡ଼ କରୁଛନ୍ତି। CM ଗଲେ ଭିଡ଼ ନୁହେଁ ବରଂ ଟ୍ରାଫିକ୍‌ ଜାମ ହେଉଛି ବୋଲି ସମ୍ବିତ କହିଛନ୍ତି।

କହିରଖୁଛୁ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ଦେତା ନବୀନ ପଟ୍ଟନାୟକ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିଥିଲେ। ଏହାକୁ ଟାର୍ଗେଟ କରି ଭାଜପା ନେତା ତଥା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର କହିଥିଲେ ଯେ, ଏବେ କାଇଁ ନବୀନ ପ୍ରତିଯୋଗିତା କରି ବୁଲୁଛନ୍ତି, ୨୪ ବର୍ଷ ଧରି କ୍ଷତାରେ ରହିବା ବେଳେ କରି ନ ଥିଲେ। ଆମକୁ ବିଜେଡି କପି ପେଷ୍ଟ କରୁଛି ବୋଲି ସେ ଦର୍ଶାଇ ଥିଲେ। ନବୀନ ବାବୁଙ୍କର ବୟସ ଅଧିକ ହେଲାଣି। ମଣ୍ଡପ ନ ବୁଲି ସେ ସଙ୍ଗଠନ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ କଟାକ୍ଷ କରିଥିଲେ।

The post ନବୀନ ଗଲେ ଆପେ ଆପେ ଭିଡ଼ ଜମୁଛି, CM ଗଲେ ଟ୍ରାଫିକ୍‌ ଜାମ ହେଉଛି: ବିଜେଡି appeared first on Dharitri Odia News.