ଆଇନ ଶୃଙ୍ଖଳାକୁ ନେଇ ବର୍ଷିଲା ବିଜେଡ଼ି, ବହୁ ବର୍ଷ ପରେ ଗଞ୍ଜାମ ପୁଣି ହୋଇଛି ଅଶାନ୍ତ

ଭୁବନେଶ୍ୱର ୨୭।୦୪ : ବହୁ ବର୍ଷ ପରେ ପୁଣି ଥରେ ଅଶାନ୍ତ ହୋଇଛି ଗଞ୍ଜାମ। ହୋଲିରେ ମଧ୍ୟ ହତ୍ୟା ହୋଇଛି। କବିସୁର୍ଯ୍ୟନଗରରେ ଲୋକ ଆଜି ଅସୁରକ୍ଷିତ। ଆମ ସରକାରରେ କୌଣସି ଅପରାଧୀକୁ ସୁରକ୍ଷା ଦିଆଯାଉନଥିଲା। ଆଜି ରାଜନେତାଙ୍କ ଛତ୍ର ଛାୟା ତଳେ ଏମିତି ହେଉଛି। ଏଥିପାଇଁ ସରକାର ଦାୟୀ । ଏହା ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ବିଜେଡି ନେତ୍ରୀ ଲତିକା ପ୍ରଧାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ,ପୂର୍ବରୁ ଗଞ୍ଜାମରେ ଏପରି ଘଟଣା ହୁଏ ନାହିଁ। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ଥିବାରୁ ସବୁ ସରକାରୀ କଳ ତାଙ୍କ ପାଇଁ ଲାଗିଛି। ଏବେ ଶାଳବଣ ଘଟଣାରେ ପୋଲିସ ବହୁ ବିଲମ୍ବରେ ପହଞ୍ଚିଛି। ପୋଲିସ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ କେବଳ ପ୍ରୋଟକଲ ସମ୍ଭାଳୁଛନ୍ତି। ସାରା ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଓଡ଼ିଆ ଅସ୍ମିତାକୁ ଏବେ କୋଠାରଘାତ ହୋଇଛି।  ଏହା ରାଜନେତାଙ୍କ ଛାତ୍ର ଛାୟା ତଳେ ଏହା ଘଟିଛି। ସେମାନେ ବର୍ତ୍ତମାନର ବିଧାୟକଙ୍କ ଛାତ୍ରଛୟା ତଳେ ଅପରାଧୀ ମାନେ ରହିଛନ୍ତି। 

ଆଇନ ଶୃଙ୍ଖଳାକୁ ନେଇ ବର୍ଷିଲା ବିଜେଡ଼ି, ବହୁ ବର୍ଷ ପରେ ଗଞ୍ଜାମ ପୁଣି ହୋଇଛି ଅଶାନ୍ତ

ଭୁବନେଶ୍ୱର ୨୭।୦୪ : ବହୁ ବର୍ଷ ପରେ ପୁଣି ଥରେ ଅଶାନ୍ତ ହୋଇଛି ଗଞ୍ଜାମ। ହୋଲିରେ ମଧ୍ୟ ହତ୍ୟା ହୋଇଛି। କବିସୁର୍ଯ୍ୟନଗରରେ ଲୋକ ଆଜି ଅସୁରକ୍ଷିତ। ଆମ ସରକାରରେ କୌଣସି ଅପରାଧୀକୁ ସୁରକ୍ଷା ଦିଆଯାଉନଥିଲା। ଆଜି ରାଜନେତାଙ୍କ ଛତ୍ର ଛାୟା ତଳେ ଏମିତି ହେଉଛି। ଏଥିପାଇଁ ସରକାର ଦାୟୀ । ଏହା ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ବିଜେଡି ନେତ୍ରୀ ଲତିକା ପ୍ରଧାନ । 


ସେ ଆହୁରି ମଧ୍ୟ କହିଛନ୍ତି ଯେ,ପୂର୍ବରୁ ଗଞ୍ଜାମରେ ଏପରି ଘଟଣା ହୁଏ ନାହିଁ। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ଥିବାରୁ ସବୁ ସରକାରୀ କଳ ତାଙ୍କ ପାଇଁ ଲାଗିଛି। ଏବେ ଶାଳବଣ ଘଟଣାରେ ପୋଲିସ ବହୁ ବିଲମ୍ବରେ ପହଞ୍ଚିଛି। ପୋଲିସ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ କେବଳ ପ୍ରୋଟକଲ ସମ୍ଭାଳୁଛନ୍ତି। ସାରା ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଓଡ଼ିଆ ଅସ୍ମିତାକୁ ଏବେ କୋଠାରଘାତ ହୋଇଛି।  ଏହା ରାଜନେତାଙ୍କ ଛାତ୍ର ଛାୟା ତଳେ ଏହା ଘଟିଛି। ସେମାନେ ବର୍ତ୍ତମାନର ବିଧାୟକଙ୍କ ଛାତ୍ରଛୟା ତଳେ ଅପରାଧୀ ମାନେ ରହିଛନ୍ତି।