ଆଇନ ସଚେତନତା ଶିବିର

ଗୁରୁଡିଝାଟିଆ: ଖମାରନୂଆଗାଁ ବିଦ୍ୟାଳୟ ପରିସରରେ ଆଠଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଏଡିଜେ ରାଜକୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେଉଁମାନେ ଆଇନସେବା ମୁକ୍ତ ଭାବେ ପାଇପାରିବେ ବୁଝାଇବା ସହ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ମଧ୍ୟ ବିଶଦ ଭାବେ ଅବଗତ କରାଇଥିଲେ। ଆଠଗଡ ଓକିଲ ସଂଘର ସାଂପଦକ ବନବିହାରୀ ସାହୁ, ଆଇନଜୀବୀ ଜ୍ଞାନ ପ୍ରକାଶ ଧଳସାମନ୍ତ, ଆଇନଜୀବୀ ଶ୍ରୀନିବାସ […]

ଆଇନ ସଚେତନତା ଶିବିର

ଗୁରୁଡିଝାଟିଆ: ଖମାରନୂଆଗାଁ ବିଦ୍ୟାଳୟ ପରିସରରେ ଆଠଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଏଡିଜେ ରାଜକୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେଉଁମାନେ ଆଇନସେବା ମୁକ୍ତ ଭାବେ ପାଇପାରିବେ ବୁଝାଇବା ସହ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ମଧ୍ୟ ବିଶଦ ଭାବେ ଅବଗତ କରାଇଥିଲେ।

ଆଠଗଡ ଓକିଲ ସଂଘର ସାଂପଦକ ବନବିହାରୀ ସାହୁ, ଆଇନଜୀବୀ ଜ୍ଞାନ ପ୍ରକାଶ ଧଳସାମନ୍ତ, ଆଇନଜୀବୀ ଶ୍ରୀନିବାସ ଦାସ ପ୍ରମୁଖ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଉପସ୍ଥିତ ଗାଁର ମୁରବୀ, ଯୁବକ, ମହିଳା ଓ ବିଦ୍ୟାର୍ଥୀଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୋଶ କୁମାର ସ୍ୱାଇଁ, ବିଚାର ବିଭାଗ ସହାୟକ ରାଜଶ୍ରୀ ମହଲା ଓ ବୀଣାପାଣି ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।