ଆତଙ୍କବାଦୀଙ୍କ ଭରସାରେ ପାକିସ୍ତାନ, ଖଣି ସୁରକ୍ଷା ପାଇଁ ଦେଉଛନ୍ତି ବଟି

ଇସଲାମାବାଦ: ପାକିସ୍ତାନରେ ବିଶ୍ବର ବହୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଲୁଚି ରହିଛନ୍ତି। ଏମାନଙ୍କୁ ସରକାର ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ମାତ୍ର ଦେଶର ସୁରକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି। ଏବେ ସରକାର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କୁ ଭରସା କରିଛନ୍ତି। ଏ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ଆସିଛି। ଏଥିରେ କୁହାଯାଇଛି ଯେ ପାକିସ୍ତାନର ବିଭିନ୍ନ ପ୍ରକଳ୍ପରେ କାମ କରୁଥିବା ଚୀନ୍‌ ନାଗରିକଙ୍କୁ ସୁରକ୍ଷା ଦେବାକୁ ନେଇ ସରକାର ବଡ଼ ବଡ଼ ଦାବି କରୁଛନ୍ତି, […]

ଆତଙ୍କବାଦୀଙ୍କ ଭରସାରେ ପାକିସ୍ତାନ, ଖଣି ସୁରକ୍ଷା ପାଇଁ ଦେଉଛନ୍ତି ବଟି
Untitled 1 22

ଇସଲାମାବାଦ: ପାକିସ୍ତାନରେ ବିଶ୍ବର ବହୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଲୁଚି ରହିଛନ୍ତି। ଏମାନଙ୍କୁ ସରକାର ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ମାତ୍ର ଦେଶର ସୁରକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି। ଏବେ ସରକାର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କୁ ଭରସା କରିଛନ୍ତି। ଏ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ଆସିଛି। ଏଥିରେ କୁହାଯାଇଛି ଯେ ପାକିସ୍ତାନର ବିଭିନ୍ନ ପ୍ରକଳ୍ପରେ କାମ କରୁଥିବା ଚୀନ୍‌ ନାଗରିକଙ୍କୁ ସୁରକ୍ଷା ଦେବାକୁ ନେଇ ସରକାର ବଡ଼ ବଡ଼ ଦାବି କରୁଛନ୍ତି, ମାତ୍ର ତୃଣମୂଳସ୍ତରର ସ୍ଥିତି ଭିନ୍ନ ରହିଛି। ପାକିସ୍ତାନର ବଲୁଚିସ୍ତାନ ରାଜ୍ୟ ସରକାର ନିଜ ଖଣି ଉଦ୍ୟୋଗକୁ ସୁରକ୍ଷା ଦେଇପାରୁନାହାନ୍ତି। ସେନା ଉପରୁ ସରକାର ଭରସା ଉଠାଇ ଦେଇଛନ୍ତି। ଏହି ଉଦ୍ୟୋଗକୁ ବଞ୍ଚାଇବା ପାଇଁ ଆତଙ୍କବାଦୀଙ୍କ ଶରଣ ପଶିଛନ୍ତି। ଆତଙ୍କବାଦୀଙ୍କୁ ବଟି ଦେଉଛନ୍ତି। ଖଣି କର୍ମଚାରୀଙ୍କୁ ସୁରକ୍ଷା ଏବଂ ଆକ୍ରମଣ ନ କରିବା ପାଇଁ ସରକାର ଆତଙ୍କବାଦୀ ସଂଗଠନ ବଲୁଚିସ୍ତାନ ଲିବରେସନ ଆର୍ମୀ (ବିଏଲଏ)କୁ ଟଙ୍କା ଦେଉଛନ୍ତି। ଆତଙ୍କବାଦୀଙ୍କୁ ଖଣି ସୁରକ୍ଷାରେ ମୁତୟନ କରାଯାଉଛି। ଏମାନଙ୍କୁ ସୁରକ୍ଷାବାହିନୀଠାରୁ ଅଧିକ ଦରମା ମିଳୁଛି। ସୂଚନା ଅନୁଯାୟୀ ବଲୁଚିସ୍ତାନର ହମାଇ, ଡେଗାରି, ମାଚ, ଜିୟାରତ, ଚାମଲଙ୍ଗ ଏବଂ ଅବେଗମରେ କୋଇଲା ଖଣି ରହିଛି। ଏଠାରେ ୨୧ କୋଟି ଟନ୍‌ କୋଇଲା ଥିବା ଅନୁମାନ କରାଯାଉଛି। ଏହି ରାଜ୍ୟରେ ଥିବା ୬୦ କିମି ଚାମଲାଙ୍ଗ କୋଇଲ ଖଣିରେ ଉଚ୍ଚ ମାନର ୬୦ ଲକ୍ଷ ଟନ୍‌ କୋଇଲା ରହିଛି।

ଖଣି କମ୍ପାନୀଙ୍କୁ ସୁରକ୍ଷା ଦେବା ନାମରେ ସରକାର ଆତଙ୍କବାଦୀ ସଂଗଠନଗୁଡିକ ସହ ଚୁକ୍ତି କରୁଛନ୍ତି। ବଲୁଚିସ୍ତାନର ଅର୍ଥ ବ୍ୟବସ୍ଥାରେ ଖଣି କ୍ଷେତ୍ରର ସବୁଠାରୁ ବଡ଼ ଯୋଗଦାନ ରହିଛି। ଏଠାରେ ୩ ହଜାରରୁ ଅଧିକ କୋଇଲା ଖଣି ରହିଛି। ଏ ସବୁଥିରେ ପ୍ରାୟ ୪୦ ହଜାର ଶ୍ରମିକ କାମ କରୁଛନ୍ତି। ଚାମଲଙ୍ଗ ଖଣିରୁ ପ୍ରତିଦିନ ପ୍ରାୟ ୨୦୦-୨୫୦ ଟ୍ରକ୍‌ କୋଇଲା ଦେଶର ବିଭିନ୍ନ ଭାଗକୁ ଯାଉଛି। ଟନ୍‌ ପିଛା ୪୦୦୦-୫୦୦୦ ଟଙ୍କା ମୂଲ୍ୟରେ କୋଇଲା ବିକ୍ରି କରାଯାଉଛି। ମାତ୍ର ଟନ୍‌ ପିଛା ରାଜ୍ୟ ସରକାରଙ୍କୁ କେବଳ ୩୬୦ ଟଙ୍କା ମିଳୁଛି। ଖଣିର ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବାହିନୀ ଫ୍ରଣ୍ଟିୟର କୋରକୁ ଟନ୍‌ ପିଛା ୨୪୦ ଟଙ୍କା ଦିଆଯାଉଛି। ସେହିପରି ଖଣି ସୁରକ୍ଷା ପାଇଁ ଏବଂ କୋଇଲା ଟ୍ରକ୍‌ ଉପରେ ଆକ୍ରମଣ ନ କରିବାକୁ ଆତଙ୍କବାଦୀ ସଂଗଠନ ବିଏଲଏକୁ ଟନ୍‌ ପ୍ରତି ୨୬୦ ଟଙ୍କା ଦିଆଯାଉଛି। ଏହି ଟଙ୍କାକୁ ବିଏଲଏର ବ୍ୟାଙ୍କ ଖାତାରେ ଜମା କରିଦିଆଯାଉଛି।

ଅନ୍ୟପକ୍ଷରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହରିକ-ଇ-ତାଲିବାନ (ଟିଟିପି)କୁ ମଧ୍ୟ ଚାନ୍ଦା ଦିଆଯାଉଛି। ଆକ୍ରମଣ ନ କରିବା ପାଇଁ ଟନ୍‌ ପିଛା ୬୦ ଟଙ୍କା ପ୍ରଦାନ କରାଯାଉଛି। ମାତ୍ର ବିଏଲଏ ଏବଂ ଟିଟିପି ଭଳି ଆତଙ୍କବାଦୀ ସଂଗଠନ ସହ ଏଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ।