ଆଇନଶୃଙ୍ଖଳା ଓ ଜାତୀୟ ରାଜପଥ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ
ବାଲେଶ୍ବର: ବାଲେଶ୍ୱର ଜିଲ୍ଲାର ଆଇନଶୃଙ୍ଖଳା ଓ ଜାତୀୟ ରାଜପଥ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ ।... The post ଆଇନଶୃଙ୍ଖଳା ଓ ଜାତୀୟ ରାଜପଥ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ appeared first on .
ବାଲେଶ୍ବର: ବାଲେଶ୍ୱର ଜିଲ୍ଲାର ଆଇନଶୃଙ୍ଖଳା ଓ ଜାତୀୟ ରାଜପଥ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ବାଲେଶ୍ଵର ଜିଲ୍ଲାରେ ଲୁଟ୍, ଛିନତାଇ, ରାହାଜାନୀ ଓ ହତ୍ୟା ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏମିତି ସ୍ଥିତିରେ ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ବରେ ପୂର୍ବତନ ବିଧାୟକ ସ୍ୱରୂପ ଦାସ, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ରେମୁଣା ବିଧାୟକ ସୁଦାମ ପରିଡ଼ାଙ୍କ ସମେତ ବିଜେଡିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ସେହିପରି ଜିଲ୍ଲାରେ ଜାତୀୟ ରାଜପଥ-୧୬, ବାଲେଶ୍ଵରରୁ ଭଦ୍ରକ ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଛି । ଦୀର୍ଘଦିନ ଧରି ଏହାର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଅଦ୍ୟାବଧି ଶେଷ ହୋଇନି । ଏହାଦ୍ୱାରା ପ୍ରତ୍ୟକ ଦିନ ଶତାଧିକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତା କାମ ଶୀଘ୍ର ସାରିବାକୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି ଦଳ ।
The post ଆଇନଶୃଙ୍ଖଳା ଓ ଜାତୀୟ ରାଜପଥ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ appeared first on .