ଆଇପିଏଲ ପୂର୍ବରୁ ବଡ଼ ପରିବର୍ତ୍ତନ କଲା ଲକ୍ଷ୍ନୌ, ଏବେ ଏହି ଭେଟେରାନଙ୍କ ହେଲା ଦଳରେ ଏଣ୍ଟ୍ରି

ନୂଆଦିଲ୍ଲୀ,୨।୩: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ରହିଲା। ଆଇପିଏଲ୨୦୨୪ର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହି ସମୟ ମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ନିଜ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁସେନର୍ଙ୍କୁ ଆଇପିଏଲର ଆଗାମୀ ସିଜନ ପାଇଁ ଏହାର ସହକାରୀ ପ୍ରଶିକ୍ଷକ […] The post ଆଇପିଏଲ ପୂର୍ବରୁ ବଡ଼ ପରିବର୍ତ୍ତନ କଲା ଲକ୍ଷ୍ନୌ, ଏବେ ଏହି ଭେଟେରାନଙ୍କ ହେଲା ଦଳରେ ଏଣ୍ଟ୍ରି appeared first on Dharitri Odia News.

ଆଇପିଏଲ ପୂର୍ବରୁ ବଡ଼ ପରିବର୍ତ୍ତନ କଲା ଲକ୍ଷ୍ନୌ, ଏବେ ଏହି ଭେଟେରାନଙ୍କ ହେଲା ଦଳରେ ଏଣ୍ଟ୍ରି

ନୂଆଦିଲ୍ଲୀ,୨।୩: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ରହିଲା। ଆଇପିଏଲ୨୦୨୪ର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହି ସମୟ ମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ନିଜ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି।

ଲକ୍ଷ୍ନୌ ସୁପର ଜିଆଣ୍ଟସ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁସେନର୍ଙ୍କୁ ଆଇପିଏଲର ଆଗାମୀ ସିଜନ ପାଇଁ ଏହାର ସହକାରୀ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲେଙ୍ଗର ସହକାରୀ ପ୍ରଶିକ୍ଷକ ଏସ୍‌. ଶ୍ରୀ ରାମଙ୍କ ସହ ମିଶି କାମ କରିବେ।

ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳ ୨୦୨୨ରେ ଇଣ୍ଡିଆନ ପ୍ରିମିୟର ଲିଗରେ ଯୋଗ ଦେଇଥିଲା। ଉଭୟ ବର୍ଷ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟାଇଟଲ ଜିତିବାରେ ସକ୍ଷମ ହୋଇନାହିଁ। ଉଭୟ ଥର ଦଳକୁ ଏଲିମିଟରରେ ହଟାଇ ଦିଆଯାଇଥିଲା।

The post ଆଇପିଏଲ ପୂର୍ବରୁ ବଡ଼ ପରିବର୍ତ୍ତନ କଲା ଲକ୍ଷ୍ନୌ, ଏବେ ଏହି ଭେଟେରାନଙ୍କ ହେଲା ଦଳରେ ଏଣ୍ଟ୍ରି appeared first on Dharitri Odia News.