ଆଇପିଏଲ ବିଜୟ ଉତ୍ସବରେ ଦଳାଚକଟା ଘଟଣା, ୪ ଗିରଫ

ନୂଆଦିଲ୍ଲୀ,: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ-୨୦୨୫ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ପ୍ରଥମ ଆଇପିଏଲ ଟ୍ରଫି ଜିତିଥିବାରୁ ବୁଧବାର ଆରସିବି ପ୍ରଶଂସକମାନଙ୍କ ସହ ସେମାନଙ୍କର ବିଜୟ ଉତ୍ସବ ପାଳନ କରୁଥିବାବେଳେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମ ବେଙ୍ଗାଲୁରୁରେ ଦଳାଚକଟାରେ ୧୧ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣାରେ ବେଙ୍ଗାଲୁରୁ ସିଟି ପୁଲିସ ଶୁକ୍ରବାର ୪ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟ​‌େ​‌ର ଆଇପିଏଲ ଫ୍ରାଞ୍ଚାଇଜ ଆରସିବିର ଜଣେ ଶୀର୍ଷ ମାର୍କେଟିଂ ଅଧିକାରୀ ନିଖିଲ ସୋସାଲେ ରହିଛନ୍ତି। ସେ […]

ଆଇପିଏଲ ବିଜୟ ଉତ୍ସବରେ ଦଳାଚକଟା ଘଟଣା, ୪ ଗିରଫ

ନୂଆଦିଲ୍ଲୀ,: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ-୨୦୨୫ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ପ୍ରଥମ ଆଇପିଏଲ ଟ୍ରଫି ଜିତିଥିବାରୁ ବୁଧବାର ଆରସିବି ପ୍ରଶଂସକମାନଙ୍କ ସହ ସେମାନଙ୍କର ବିଜୟ ଉତ୍ସବ ପାଳନ କରୁଥିବାବେଳେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମ ବେଙ୍ଗାଲୁରୁରେ ଦଳାଚକଟାରେ ୧୧ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣାରେ ବେଙ୍ଗାଲୁରୁ ସିଟି ପୁଲିସ ଶୁକ୍ରବାର ୪ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟ​‌େ​‌ର ଆଇପିଏଲ ଫ୍ରାଞ୍ଚାଇଜ ଆରସିବିର ଜଣେ ଶୀର୍ଷ ମାର୍କେଟିଂ ଅଧିକାରୀ ନିଖିଲ ସୋସାଲେ ରହିଛନ୍ତି। ସେ କାମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ସିଟି ବେଙ୍ଗାଲୁରୁ ସିଟି ପୁଲିସ ପକ୍ଷରୁ ଗିରଫ କରା ଯାଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ଅନ୍ୟ ୩ଜଣ ହେଲେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଡିଏନ୍‌ଏର ୩ କର୍ମଚାରୀ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା ଓ ବେଙ୍ଗାଲୁରୁ ସିଟି ପୁଲିସ କମିଶନର ଡି ଦୟାନନ୍ଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ସମସ୍ତ ୪ ବ୍ୟକ୍ତିଙ୍କୁ କୁବୋନ ପାର୍କ ପୁଲିସ ଷ୍ଟେସନରେ ହାଜର କରାଯାଇଛି ।

କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ (କେଏସ୍‌ସିଏ )ର ଦୁଇ ଅଧିକାରୀ ସମ୍ପାଦକ ଶଙ୍କର ଓ କୋଷାଧ୍ୟକ୍ଷ ଜୟରାମ ଫେରାର ଅଛନ୍ତି ବୋଲି ​‌େ​‌ବଙ୍ଗାଲୁରୁ ସିଟି ପୁଲିସ ଡି ଦୟାନନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ବୁଧବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁୁରୁର ଆଇପିଏଲ ଟ୍ରଫି ବିଜୟ ଉତ୍ସବ ଅବସରରେ ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ଗୁରୁବାର କର୍ଣ୍ଣାଟକ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିଦେଶ ଦେବା ସହିତ ବେଙ୍ଗାଲୁରୁ ପୁଲିସ କମିଶନର ଓ ଉପ କମିଶନରଙ୍କୁ ନିଲମ୍ବିତ କରିଥିଲେ। ଅନ୍ୟପକ୍ଷରେ ବେଙ୍ଗାଲୁରୁୁ ପୁଲିସ ପକ୍ଷରୁ ଘଟଣା ଲାଗି କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ, ଆଇପିଏଲ ଦଳ ଆର୍‌ସିବି ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ଡିଏନଏ ବିପକ୍ଷରେ ଏତଲା ରୁଜୁ କରିଥିଲା। କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଘଟଣାର ବିସ୍ତୁତ ରିପୋର୍ଟ ଜୁନ୍‌ ୧୦ ସୁଦ୍ଧା ଦାଖଲ କରିବାକୁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।