ଆଇପିଏଲ ମେଗା ନିଲାମ ସମୟରେ ଫୋନ କଲ୍‌ରେ ରହୁଛନ୍ତି ଧୋନୀ, ପରଦା ପଛରେ ରହି କରୁଛନ୍ତିି ପ୍ରସ୍ତୁତ

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ର ମେଗା ନିଲାମ ସାଉଦି ଆରବର ଜେଦାହ ସହରରେ ଚାଲିଛି। ୨୪ ଏବଂ ୨୫ ନଭେମ୍ବରରେ ଦୁଇ ଦିନ ଧରି ଏହି ନିଲାମ ଅନୁଷ୍ଠିତ ହେଉଛି। ନିଲାମର ପ୍ରଥମ ଦିନ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିଲା, ଯେଉଁଥିରେ ସମସ୍ତ ଫ୍ରାଞ୍ଚାଇଜ ପ୍ରତିନିଧୀମାନେ ନିଲାମରେ ବିଡ କରିବାକୁ ଆସିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ଟେବୁଲରେ ଏମଏସ ଧୋନୀଙ୍କୁ ଦେଖାଯାଇ ନ ଥିଲା, କିନ୍ତୁ ସେ କଲରେ ସଂଯୁକ୍ତ ଥିଲେ। ଏମଏସ ଧୋନୀ ପରଦା ପଛରୁ ଦଳ ପ୍ରସ୍ତୁତ […] The post ଆଇପିଏଲ ମେଗା ନିଲାମ ସମୟରେ ଫୋନ କଲ୍‌ରେ ରହୁଛନ୍ତି ଧୋନୀ, ପରଦା ପଛରେ ରହି କରୁଛନ୍ତିି ପ୍ରସ୍ତୁତ appeared first on Dharitri Odia News.

ଆଇପିଏଲ ମେଗା ନିଲାମ ସମୟରେ ଫୋନ କଲ୍‌ରେ ରହୁଛନ୍ତି ଧୋନୀ, ପରଦା ପଛରେ ରହି କରୁଛନ୍ତିି ପ୍ରସ୍ତୁତ

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ର ମେଗା ନିଲାମ ସାଉଦି ଆରବର ଜେଦାହ ସହରରେ ଚାଲିଛି। ୨୪ ଏବଂ ୨୫ ନଭେମ୍ବରରେ ଦୁଇ ଦିନ ଧରି ଏହି ନିଲାମ ଅନୁଷ୍ଠିତ ହେଉଛି। ନିଲାମର ପ୍ରଥମ ଦିନ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିଲା, ଯେଉଁଥିରେ ସମସ୍ତ ଫ୍ରାଞ୍ଚାଇଜ ପ୍ରତିନିଧୀମାନେ ନିଲାମରେ ବିଡ କରିବାକୁ ଆସିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ଟେବୁଲରେ ଏମଏସ ଧୋନୀଙ୍କୁ ଦେଖାଯାଇ ନ ଥିଲା, କିନ୍ତୁ ସେ କଲରେ ସଂଯୁକ୍ତ ଥିଲେ।

ଏମଏସ ଧୋନୀ ପରଦା ପଛରୁ ଦଳ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଥିଲେ। ଚେନ୍ନାଇ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛି । ଯେଉଁଥିରେ ଡୱେନ ବ୍ରାଭୋ ଏମଏସ ଧୋନୀଙ୍କ ସହ କଲରେ କଥା ହେଉଥିବା ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ଆପଣ କହିପାରିବେ ଯେ ନିଲାମରେ କିଣାଯାଇଥିବା ଖେଳାଳିଙ୍କ ପଛରେ ଧୋନୀଙ୍କ ହାତ ରହିଛି।

ନିଲାମର ପ୍ରଥମ ଦିନରେ ଚେନ୍ନାଇ ମୋଟ ୭ ଖେଳାଳି କିଣିଛି, ଯେଉଁଥିରେ ସେମାନେ ରଚିନ ରବିନ୍ଦ୍ରଙ୍କୁ ଦଳ କିଣିଛି। ୭ ଜଣ ଖେଳାଳିଙ୍କ ମଧ୍ୟରେ ୩ ବିଦେଶୀ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ ସାମିଲ କରାଯାଇଛି। ଚେନ୍ନାଇ ଏହି ଖେଳାଳିଙ୍କୁ କିଣିବାରେ ୩୯.୪୦କୋଟି ଟଙ୍କା ଖର୍ଚ୍ଚ କରିଛି। ବର୍ତ୍ତମାନ ନିଲାମର ଦ୍ୱିତୀୟ ଦିନରେ ଚେନ୍ନାଇର ପାଖରେ ୧୫.୬୦ କୋଟି ଟଙ୍କା ବାକି ଅଛି । ବର୍ତ୍ତମାନ ଫ୍ରାଞ୍ଚାଇଜରେ ୧୨ଟି ସ୍ଲଟ ଖାଲି ଅଛି ।

The post ଆଇପିଏଲ ମେଗା ନିଲାମ ସମୟରେ ଫୋନ କଲ୍‌ରେ ରହୁଛନ୍ତି ଧୋନୀ, ପରଦା ପଛରେ ରହି କରୁଛନ୍ତିି ପ୍ରସ୍ତୁତ appeared first on Dharitri Odia News.