ଦୂତି ଚାନ୍ଦଙ୍କ କାର୍କୁ ପିଟିଲା ଟ୍ରକ୍: ଗୋଡ଼ାଇ ଗୋଡ଼ାଇ ଟ୍ରକ୍କୁ କଲେ କାବୁ…
କଟକ,୧୩ା୧୨ (କାର୍ତ୍ତିକ ସାହୁ):୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୂତି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ କାର୍ରେ ଆସୁଥିଲେ। ମଧୁପାଟଣା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ପରେ ଟ୍ରକ୍ ଚାଳକ ତାଙ୍କୁ ଦୁର୍ବ୍ୟବହାର କରି ପଳାଇ ଯାଉଥିଲେ। […] The post ଦୂତି ଚାନ୍ଦଙ୍କ କାର୍କୁ ପିଟିଲା ଟ୍ରକ୍: ଗୋଡ଼ାଇ ଗୋଡ଼ାଇ ଟ୍ରକ୍କୁ କଲେ କାବୁ… appeared first on Dharitri Odia News.
କଟକ,୧୩ା୧୨ (କାର୍ତ୍ତିକ ସାହୁ):୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୂତି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ କାର୍ରେ ଆସୁଥିଲେ। ମଧୁପାଟଣା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ପରେ ଟ୍ରକ୍ ଚାଳକ ତାଙ୍କୁ ଦୁର୍ବ୍ୟବହାର କରି ପଳାଇ ଯାଉଥିଲେ। ହେଲେ ଦୂତି ଗୋଡ଼ାଇ ଗୋଡ଼ାଇ ଉକ୍ତ ଟ୍ରକ୍କୁ କାବୁ କରିଥିଲେ। ଖବରପାଇ ମଧୁପାଟଣା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ଦୂତି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୩୩୧/୨୪) ରୁଜୁ କରିଥିବା ଆଇଆଇସି ଚିତ୍ତରଞ୍ଜନ ରାଉତ ସୂଚନା ଦେଇଛନ୍ତି।
The post ଦୂତି ଚାନ୍ଦଙ୍କ କାର୍କୁ ପିଟିଲା ଟ୍ରକ୍: ଗୋଡ଼ାଇ ଗୋଡ଼ାଇ ଟ୍ରକ୍କୁ କଲେ କାବୁ… appeared first on Dharitri Odia News.