୨୫ଟି ଚୋରା ବାଇକ ଜବତ କଲା ଲକ୍ଷ୍ମୀପୁର ପୋଲିସ୍; ୫ ଗିରଫ
ନାରାୟଣପାଟଣା ୧୫।୦୭;କୋରାପୁଟରେ ବାଇକ ଚୋରଙ୍କ ଉତ୍ପାତ। ବିଭିନ୍ନ ସ୍ଥାନରେ ଚଢାଉ କରିଛିଛି ପୋଲିସ୍ । ୨୫ଟି ଚୋରା ବାଇକ ଜବତ କଲା ପୋଲିସ । ଏଥିରେ ସାମିଲ ଥିବା ତିନି ଜଣ ବାଇକ କିଣାଳୀଙ୍କ ସମେତ ଦୁଇ ଜଣ ଚୋରଙ୍କୁ ଗିରଫ କରିଛି ଲକ୍ଷ୍ମୀପୁର ପୋଲିସ୍ । ଏନେଇ ସୋମବାର ଏକ ପ୍ରେସ୍ କନଫରେସନରେ ଏହି ସୂଚନା ଦେଇଛନ୍ତି।ସୂଚନା ମୂତାବକ ଲକ୍ଷ୍ମୀପୁର ଥାନାରେ ଗତ କିଛିଦିନ ତଳେ ୪ଟି ମୋଟର ସାଇକେଲ ଚୋରି ହୋଇଥିଲା। ମୋଟର ସାଇକେଲ ଚୋର ଙ୍କୁ ଧରିବା ସକାଶେ ଲକ୍ଷ୍ମୀପୁର ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି ହୋଇଥିଲା। କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀପୁର ଏସ୍ଡ଼ିପିଓ ଙ୍କ ନେତୃତ୍ଵ ରେ ଏକ ଟିମ ଗଠନ କରାଯାଇଥିଲା। କିଛିଦିନ ପରେ ପୋଲିସ ଏକ ସୁରାକ ପାଇ ଏକ ଭଡାଘରେ ଲକ୍ଷ୍ମୀପୁର ପୋଲିସ ଚଢ଼ାଉ କରି ଦୁଇଟି ମୋଟର ସାଇକେଲ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଉକ୍ତ ଦୁଇ ଜଣ ଙ୍କୁ ପଚରା ଉଚୁରା କରିବା ପରେ ଏମାନଙ୍କ ମାଷ୍ଟର ମାଇଣ୍ଡ ରାୟଗଡା ଜିଲ୍ଲା ର ବୋଲି ଜାଣିବାକୁ ପାଇଥିଲେ। ରାୟଗଡା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସର ସହଯୋଗରେ ପଦ୍ମପୁର ଅଞ୍ଚଳ ରେ ଚଢ଼ାଉ କରି ୨୫ ଟି ମୋଟର ସାଇକେଲ ଉଦ୍ଧାର କରାଯିବା ସହ ୩ଜଣ ମୋଟର ସାଇକେଲ କିଣାଳୀ ଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଚୋରି ରାକେଟର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ବେଳେ ଗିରଫ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବ
ନାରାୟଣପାଟଣା ୧୫।୦୭;କୋରାପୁଟରେ ବାଇକ ଚୋରଙ୍କ ଉତ୍ପାତ। ବିଭିନ୍ନ ସ୍ଥାନରେ ଚଢାଉ କରିଛିଛି ପୋଲିସ୍ । ୨୫ଟି ଚୋରା ବାଇକ ଜବତ କଲା ପୋଲିସ । ଏଥିରେ ସାମିଲ ଥିବା ତିନି ଜଣ ବାଇକ କିଣାଳୀଙ୍କ ସମେତ ଦୁଇ ଜଣ ଚୋରଙ୍କୁ ଗିରଫ କରିଛି ଲକ୍ଷ୍ମୀପୁର ପୋଲିସ୍ । ଏନେଇ ସୋମବାର ଏକ ପ୍ରେସ୍ କନଫରେସନରେ ଏହି ସୂଚନା ଦେଇଛନ୍ତି।
ସୂଚନା ମୂତାବକ ଲକ୍ଷ୍ମୀପୁର ଥାନାରେ ଗତ କିଛିଦିନ ତଳେ ୪ଟି ମୋଟର ସାଇକେଲ ଚୋରି ହୋଇଥିଲା। ମୋଟର ସାଇକେଲ ଚୋର ଙ୍କୁ ଧରିବା ସକାଶେ ଲକ୍ଷ୍ମୀପୁର ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି ହୋଇଥିଲା। କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀପୁର ଏସ୍ଡ଼ିପିଓ ଙ୍କ ନେତୃତ୍ଵ ରେ ଏକ ଟିମ ଗଠନ କରାଯାଇଥିଲା। କିଛିଦିନ ପରେ ପୋଲିସ ଏକ ସୁରାକ ପାଇ ଏକ ଭଡାଘରେ ଲକ୍ଷ୍ମୀପୁର ପୋଲିସ ଚଢ଼ାଉ କରି ଦୁଇଟି ମୋଟର ସାଇକେଲ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଉକ୍ତ ଦୁଇ ଜଣ ଙ୍କୁ ପଚରା ଉଚୁରା କରିବା ପରେ ଏମାନଙ୍କ ମାଷ୍ଟର ମାଇଣ୍ଡ ରାୟଗଡା ଜିଲ୍ଲା ର ବୋଲି ଜାଣିବାକୁ ପାଇଥିଲେ।
ରାୟଗଡା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସର ସହଯୋଗରେ ପଦ୍ମପୁର ଅଞ୍ଚଳ ରେ ଚଢ଼ାଉ କରି ୨୫ ଟି ମୋଟର ସାଇକେଲ ଉଦ୍ଧାର କରାଯିବା ସହ ୩ଜଣ ମୋଟର ସାଇକେଲ କିଣାଳୀ ଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଚୋରି ରାକେଟର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ବେଳେ ଗିରଫ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି। ଫେରାର ମାଷ୍ଟର ମାଇଣ୍ଡକୁ ଶୀଘ୍ର ଗିରଫ କରାଯିବା ସକାଶେ ପୋଲିସ ଚେଷ୍ଟା ଜାରି ରଖାଯାଇଥିବା ସୂଚନା ଦିଆଯାଇଛି।