ଯାତ୍ରାରେ ଆଇଟମ୍ ଡ୍ୟାନ୍ସକୁ ନେଇ ବଢୁଛି ବିବାଦ, ଖୁବଶୀଘ୍ର ଆସିବ ଆଇନ: ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର,୩ା୧୧: ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଖୁବଶୀଘ୍ର ଏକ ଆଇନ ଆସିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ଆଇନ ବିଭାଗକୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ମାନସିକତାରେ ସ୍ବଚ୍ଛତା ଆଣିଲେ ଅଶ୍ଳିଳତା କମିବ । ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ ବଢୁଛି। ହେଲେ ନାଟକରେ ଆଇଟମ୍ ଡ୍ୟାନ୍ସକୁ ନେଇ ଅନେକ […] The post ଯାତ୍ରାରେ ଆଇଟମ୍ ଡ୍ୟାନ୍ସକୁ ନେଇ ବଢୁଛି ବିବାଦ, ଖୁବଶୀଘ୍ର ଆସିବ ଆଇନ: ସଂସ୍କୃତି ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୩ା୧୧: ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଖୁବଶୀଘ୍ର ଏକ ଆଇନ ଆସିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ଆଇନ ବିଭାଗକୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ମାନସିକତାରେ ସ୍ବଚ୍ଛତା ଆଣିଲେ ଅଶ୍ଳିଳତା କମିବ ।
ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ ବଢୁଛି। ହେଲେ ନାଟକରେ ଆଇଟମ୍ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଥିବାରୁ ଏହାକୁ ନେଇ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟିହେଉଛି। ଏହାକୁ ରୋକିବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି କିଛି ଦିନ ତଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରକାଶ କରିଥିଲେ। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବୁଶୀଘ୍ର ଆଇନ ଅଣାଯିବ ବୋଲି ମଧ୍ୟ କହିଥିଲେ।
ସୂଚନାରୁ ଯୋଗ, ଗତ କିଛିଦିନ ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି। ରାଜ୍ୟ ସରକାରଙ୍କ କଡ଼ା ତାଗିଦ ସତ୍ତ୍ୱେ କେତେକ ଅନୁଷ୍ଠାନ ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଉଛନ୍ତି।
The post ଯାତ୍ରାରେ ଆଇଟମ୍ ଡ୍ୟାନ୍ସକୁ ନେଇ ବଢୁଛି ବିବାଦ, ଖୁବଶୀଘ୍ର ଆସିବ ଆଇନ: ସଂସ୍କୃତି ମନ୍ତ୍ରୀ appeared first on Dharitri Odia News.