ରାଶିଫଳ: ସୋମବାର, ମେ ୨୬ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ କିନ୍ତୁ ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ବ୍ୟବସାୟରେ ପ୍ରତିବନ୍ଧକ, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷାକରିବା ଭଲ। କର୍ମକ୍ଷେତ୍ରସ୍ଥ ବିଶୃଙ୍ଖଳିତ ପରିସ୍ଥିତିରେ ପଡି ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ବୃଷ ସାଧାରଣ କଥାରେ ଅତ୍ୟଧିକ ଉତ୍ତେଜନା କିମ୍ବା ଭାବପ୍ରବଣତା ନିଜର ହିଁ କ୍ଷତି ସାଧନ କରିବ। ଆଲୋଚନା ଅବସରରେ ନିଜର ପ୍ରମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟା ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ […] The post ରାଶିଫଳ: ସୋମବାର, ମେ ୨୬ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ମେ ୨୬ ତାରିଖ – Daily Horoscope
ମେଷ
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ କିନ୍ତୁ ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ବ୍ୟବସାୟରେ ପ୍ରତିବନ୍ଧକ, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷାକରିବା ଭଲ। କର୍ମକ୍ଷେତ୍ରସ୍ଥ ବିଶୃଙ୍ଖଳିତ ପରିସ୍ଥିତିରେ ପଡି ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ।
ବୃଷ
ବୃଷ
ସାଧାରଣ କଥାରେ ଅତ୍ୟଧିକ ଉତ୍ତେଜନା କିମ୍ବା ଭାବପ୍ରବଣତା ନିଜର ହିଁ କ୍ଷତି ସାଧନ କରିବ। ଆଲୋଚନା ଅବସରରେ ନିଜର ପ୍ରମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟା ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ଆର୍ଥିକ ସ୍ଥିତିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ର୍ରରେ ଉତ୍ତମ ବୁଝାମଣା ସାଙ୍ଗକୁ ବନ୍ଧୁଙ୍କ ସାହାଯ୍ୟ ହେତୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ। ମକଦ୍ଦମା, ପ୍ରଶାସନ, ରାଜନୀତି ତଥା ଗଠନମୂଳକ କାଯର୍‌ୟରେ ଉତ୍ସାହିତ ହେବେ। ଗୃହ, ଭୂମି, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିଲେ ମଧ୍ୟ ସମାଧାନ ହୋଇଯିବ। ଆନୁଷ୍ଠାନିକ କାମରେ ସାମିଲ୍‌ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ଯେ କୌଣସି କ୍ଷେତ୍ର ହେଉନା କାହିଁକି କାମ ହାସଲରେ ଅସୁବିଧା ହେବନି। କିନ୍ତୁ ପ୍ରତିବନ୍ଧକ କିମ୍ବା ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବ। ପରିସ୍ଥିତକୁ ସାମ୍‌ନା କରିବାକୁ ଯାଇ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ। ପାରିବାରିକ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ।
ସି˚ହ
ସି˚ହ
ଆତ୍ମୀୟଙ୍କ ସାହାଯ୍ୟରୁ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅସୁବିଧା ହେବନାହିଁ। ପ୍ଲଟିଂ କାରବାର, ପରିବହନ, ପ୍ରଶାସନ, ମାଲିମକଦ୍ଦମା, କ୍ଷେତ୍ର ଉନ୍ନତ ରହିବ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପଡୋଶୀଙ୍କ ସହ ପୂର୍ବ ଶତ୍ରୁତା ହେତୁ ଅପରାହ୍ନରେ କଳହର ଆଶଙ୍କା ରହିଛି।
କନ୍ୟା
ଆଜି ସକାଳୁ ସକାଳୁ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତାଜନିତ ମନ ଆନ୍ଦୋଳିତ ରହିବ। ଅତି ନିକଟ ସମ୍ପର୍କୀୟ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେଇପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିବାର ସୂଚନା ରହିଛି। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ପ୍ରତ୍ୟେକ କାମ ଡେରିରେ ହେଉଥିବାରୁ ମନ ଭଲ ଲାଗିବ ନାହିଁ। ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆଲୋଚନା ପରିସରରେ ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ପଡୋଶୀ ମୁଖ୍ୟ ଭୂମିକା ସାଜିପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବାରୁ ମନ ବିଚଳିତ ହେବ। ପ୍ରଶାସନ, ରାଜନୀତି ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବନ୍ଧୁମାନେ ସହଯୋଗର ପ୍ରତିଶ୍ରୁତି ଦେଇ ଠିକଣା ସମୟରେ ଦୂରେଇ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟାକୁ ନେଇ ବିଶେଷ ବ୍ୟସ୍ତତା ବଢିଯାଇପାରେ।
ଧନୁ
ଧନୁ
ପ୍ରତିକୂଳ ସମୟ ଚାଲିଥିବାରୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ନିଜର ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସାହାଯ୍ୟ କରିବାରେ ପଛେଇ ଯିବେ। ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ ମନୋରଞ୍ଜନ କାର୍ଯ୍ୟରେ ଅନୁରୋଧ କ୍ରମେ ଅଂଶଗ୍ରହଣ କରିପାରନ୍ତି।
ମକର
ମକର
ଆଜି ସମ୍ପର୍କୀୟଙ୍କ ମାଧ୍ୟମରେ ସକାଳୁ ଶୁଭ ଖବର ପାଇ ମନ ଆହ୍ଲାଦିତ ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଅଯଥା କଳହରୁ ଦୂରେଇ ରୁହନ୍ତୁ ନତୁବା ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସକାଶେ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ।
କୁମ୍ଭ
କୁମ୍ଭ
ଆଜିର ଗ୍ରହସ୍ଥିତି ଆପଣଙ୍କ କର୍ମକ୍ଷେତ୍ର, ପରିବାର, ଯାନବାହନ, ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ। ଅନ୍ୟମାନଙ୍କ ସକାଶେ କିଛି ଭଲକାମ କରିବାକୁ ଯାଇ ଅପଦସ୍ଥ ହେବେ। ହଠାତ୍‌ ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରି ଆସିବେ। ଶିକ୍ଷା, ଗବେଷଣା, ବିଦେଶ ଯାତ୍ରା, ସାହିତ୍ୟ, ସଙ୍ଗୀତ ଓ ଆଲୋଚନା କ୍ଷେତ୍ର ପ୍ରଶସ୍ତ ରହିବ।
ମୀନମୀନ

ଆଜିର ସାମାଜିକ ସମ୍ପର୍କ ମନ୍ଦ ହେବନି, କିନ୍ତୁ ପରିବାରରେ ବିବାଦ ବଢ଼ିପାରେ। ଅଫିସ୍‌ରେ ଅଧସ୍ତନ କର୍ମଚାରୀଙ୍କୁ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡିବ। ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟା କରି ବିଫଳ ହେବେ। ଜମିଜମା କିମ୍ବା ପିଲାଙ୍କ ସମ୍ବନ୍ଧୀୟ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିପାରେ।

The post ରାଶିଫଳ: ସୋମବାର, ମେ ୨୬ ତାରିଖ – Daily Horoscope appeared first on Dharitri Odia News.