ପାରାଦୀପ ବନ୍ଦର ବାଟେ ବିଶ୍ୱସ୍ତରୀୟ କଣ୍ଟେନର ସର୍ଭିସ୍‌ ଆରମ୍ଭ

ପାରାଦୀପ,୯ା୩(ଶରତ ରାଉତ): ପାରାଦୀପ ବନ୍ଦର ବାଟେ ଶୁକ୍ରବାର ବିଶ୍ୱସ୍ତରୀୟ କଣ୍ଟେନର ପଣ୍ୟ କାରବାର ଆରମ୍ଭ ହୋଇଛି। ଏନେଇ ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାରଙ୍କ ସହ ବିଶ୍ୱର ସର୍ବବୃହତ ଭୂମଧ୍ୟସାଗରୀୟ ଶିପିଂ କମ୍ପାନୀ ଏମ୍‌ଏସ୍‌ସି (ମେଡିଟାରାନ ଶିପିଂ କମ୍ପାନୀ)ବୁଝାମଣାପତ୍ର କରିଛି। ପ୍ରଥମଥର ପାଇଁ ପଣ୍ୟ କାରବାରରେ ଓଡ଼ିଶା ସରକାରଙ୍କ ଭାଗୀଦାରି ହୋଇଛି। ଉକ୍ତ କମ୍ପାନୀର ବୃହତ୍‌ ଜାହାଜ ଏମ୍‌ଭି ଟାଇଗର ଏଫ୍‌ ମେଡରେ ୨୫୦ଟି କଣ୍ଟେନର ବୋଝେଇ ହୋଇ ରାତି ୯ଟାରେ କଲମ୍ବୋ ଯାତ୍ରା କରିଛି। ଏହା […] The post ପାରାଦୀପ ବନ୍ଦର ବାଟେ ବିଶ୍ୱସ୍ତରୀୟ କଣ୍ଟେନର ସର୍ଭିସ୍‌ ଆରମ୍ଭ appeared first on Dharitri Odia News.

ପାରାଦୀପ ବନ୍ଦର ବାଟେ ବିଶ୍ୱସ୍ତରୀୟ କଣ୍ଟେନର ସର୍ଭିସ୍‌ ଆରମ୍ଭ

ପାରାଦୀପ,୯ା୩(ଶରତ ରାଉତ): ପାରାଦୀପ ବନ୍ଦର ବାଟେ ଶୁକ୍ରବାର ବିଶ୍ୱସ୍ତରୀୟ କଣ୍ଟେନର ପଣ୍ୟ କାରବାର ଆରମ୍ଭ ହୋଇଛି। ଏନେଇ ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାରଙ୍କ ସହ ବିଶ୍ୱର ସର୍ବବୃହତ ଭୂମଧ୍ୟସାଗରୀୟ ଶିପିଂ କମ୍ପାନୀ ଏମ୍‌ଏସ୍‌ସି (ମେଡିଟାରାନ ଶିପିଂ କମ୍ପାନୀ)ବୁଝାମଣାପତ୍ର କରିଛି। ପ୍ରଥମଥର ପାଇଁ ପଣ୍ୟ କାରବାରରେ ଓଡ଼ିଶା ସରକାରଙ୍କ ଭାଗୀଦାରି ହୋଇଛି। ଉକ୍ତ କମ୍ପାନୀର ବୃହତ୍‌ ଜାହାଜ ଏମ୍‌ଭି ଟାଇଗର ଏଫ୍‌ ମେଡରେ ୨୫୦ଟି କଣ୍ଟେନର ବୋଝେଇ ହୋଇ ରାତି ୯ଟାରେ କଲମ୍ବୋ ଯାତ୍ରା କରିଛି। ଏହା ପାରାଦୀପ ବନ୍ଦରରୁ କଲିକତା ବନ୍ଦର ଦେଇ କଲମ୍ବୋ ଯିବ। ଫେରିବା ବେଳେ ବିଶାଖାପାଟଣା ବନ୍ଦର ଦେଇ ପାରାଦୀପ ଆସିବ। ଏମିତି ମାସକୁ ୩ ଥର ଯାତାୟାତ କରିବ। ୧୫୪.୫୫ ମିଟର ଲମ୍ବ ଓ ୨୫.୨୧ ମିଟର ପ୍ରସ୍ଥ ବିଶିଷ୍ଟ ଏମ୍‌ଭି ଟାଇଗରରେ ପ୍ରଥମ ପର୍ଯ୍ୟାୟରେ ବେଦାନ୍ତ କମ୍ପାନୀର ୯୦ ଏବଂ ଜିନ୍ଦଲ ଷ୍ଟିଲ କମ୍ପାନୀର ୩୬ଟି ଆଲୁମିନିୟମ କଣ୍ଟେନର ବୋଝେଇ ହୋଇଛି। କଣ୍ଟେନର ସର୍ଭିସ କ୍ଷେତ୍ରରେ ପ୍ରଥମକରି ଓଡିଶା ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ବିଭାଗ (ଏମ୍‌ଏସ୍‌ଏମ୍‌ଇ) ପକ୍ଷରୁ ଏହି ସେବା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଦେଶର ଅନ୍ୟ ବନ୍ଦରଗୁଡ଼ିକରେ ସମ୍ପୃକ୍ତ ରାଜ୍ୟ ସରକାର ସେଠାରେ ଥିବା କମ୍ପାନୀଗୁଡ଼ିକର ପଣ୍ୟ କାରବାର ସେହି ବନ୍ଦର ଜରିଆରେ କରୁଥିବାବେଳେ ଓଡିଶା ସରକାର ଏଥିରୁ ବଞ୍ଚତ୍ତ ରହୁଥିଲେ। ଏବେ ଓଡ଼ିଶା ସରକାର ମଧ୍ୟ ସେହିଭଳି ସେବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ଥିବା କମ୍ପାନୀଗୁଡ଼ିକ ଆଉ ଅନ୍ୟ ରାଜ୍ୟ ବନ୍ଦର ଉପରେ ନିର୍ଭରଶୀଳ ହେବେନାହିଁ ବୋଲି ଏମ୍‌ଏସ୍‌ଏମଇ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି। ଏପରି କଣ୍ଟେନର ସେବା ଜରିଆରେ ଯେଉଁ କମ୍ପାନୀଗୁଡିକ ପାରାଦୀପ ବନ୍ଦର ବାଟେ କାରବାର କରିବେ ସେମାନଙ୍କୁ ବନ୍ଦର ପ୍ରଶାସନ ୭୫% ରିହାତି ଦେବ। ଜାହାଜ ବିଦାୟୀ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଅପରାହ୍ନରେ ପିଆଇସିଟି ବର୍ଥ ପାଖରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନ୍ଧ, ଏମ୍‌ଏସଏମଇ ସଚିବ ମିଶ୍ର, ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତାଙ୍କ ସମେତ ଅନ୍ୟ ଅଧିକାରୀ, କମ୍ପାନୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଭଳି କଣ୍ଟେନର ସେବା ଓଡ଼ିଶା ପାଇଁ ସ୍ମରଣୀୟ ଦିନ ବୋଲି ମିଶ୍ର କହିଥିଲେ। ଅଧ୍ୟକ୍ଷ ହାରାନ୍ଧ କହିଥିଲେ, ପାରାଦୀପ ବନ୍ଦର ୧୯୬୭ରୁ ଏପର୍ଯ୍ୟନ୍ତ ୫୭ ବର୍ଷ ହେଲା କେବଳ ଲୁହାପଥର, କୋଇଲା, ଅଶୋଧିତ ତୈଳ ଆମଦାନୀ ରପ୍ତାନି କରୁଥିଲା। ଏବେ ସବୁପ୍ରକାର ପଣ୍ୟ ଏହି କଣ୍ଟେନର ସର୍ଭିସ ଜରିଆରେ ହୋଇପାରିବ। ଓଡ଼ିଶାର କମ୍ପାନୀଗଡ଼ିକ ଯଦି ଧାର୍ଯ୍ୟ ପଣ୍ୟ ବୋଝେଇ କରିବାରେ ଅସମର୍ଥ ହେବେ ତାକୁ ରାଜ୍ୟ ସରକାର ଭରଣା କରିବେ।

The post ପାରାଦୀପ ବନ୍ଦର ବାଟେ ବିଶ୍ୱସ୍ତରୀୟ କଣ୍ଟେନର ସର୍ଭିସ୍‌ ଆରମ୍ଭ appeared first on Dharitri Odia News.