ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ

ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ଉଇକେଟ ବ୍ୟାଟର ଋଷଭ ପନ୍ତ ନିଲାମୀରେ ସାମିଲ ହୋଇପାରନ୍ତି। ଋଷଭ ତାଙ୍କର ସମ୍ପୂର୍ଣ୍ଣ ଆଇପିଏଲ କ୍ୟାରିୟର ଦିଲ୍ଲୀ ପାଇଁ ଖେଳିଥିଲେ ମଧ୍ୟ ଦଳ ଆଗକୁ ତାଙ୍କୁ ଆଉ ଅଧିନାୟକ ଭାବେ ଦଳରେ ରଖିବାକୁ ଚାହୁଁନାହିଁ। ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲି ଦଳ ଛାଡ଼ିବା ପରେ […] The post ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ appeared first on Dharitri Odia News.

ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ

ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ଉଇକେଟ ବ୍ୟାଟର ଋଷଭ ପନ୍ତ ନିଲାମୀରେ ସାମିଲ ହୋଇପାରନ୍ତି। ଋଷଭ ତାଙ୍କର ସମ୍ପୂର୍ଣ୍ଣ ଆଇପିଏଲ କ୍ୟାରିୟର ଦିଲ୍ଲୀ ପାଇଁ ଖେଳିଥିଲେ ମଧ୍ୟ ଦଳ ଆଗକୁ ତାଙ୍କୁ ଆଉ ଅଧିନାୟକ ଭାବେ ଦଳରେ ରଖିବାକୁ ଚାହୁଁନାହିଁ।

ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲି ଦଳ ଛାଡ଼ିବା ପରେ ଫ୍ରାଞ୍ଚାଇଜ କିଛି ବଡ଼ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଋଷଭ ମେଗା ନିଲାମୀରେ ସାମିଲ ହେବାର ସମ୍ଭାବନା ବହୁତ ଅଧିକ ରହିଛି। ଦିଲ୍ଲୀ ଛାଡିବା ପରେ ବିରାଟ କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପନ୍ତଙ୍କୁ ଦଳରେ ସାମିଲ କରିବା ଲାଗି ରେସରେ ସବୁଠୁ ଆଗରେ ଥିବା କୁହାଯାଉଛି। ସେହିପରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ପଞ୍ଜାବ ପଞ୍ଜାବ କିଙ୍ଗସ୍ ମଧ୍ୟ ପନ୍ତଙ୍କୁ ଅଧିନାୟକ ଭାବେ ଦଳରେ ସାମିଲ କରିବାକୁ ଚାହୁଁଛନ୍ତି।

ଏହାପୂର୍ବରୁ, ଦିଲ୍ଲୀ କ୍ୟାପିଟାଲ୍ସର ସହ-ମାଲିକ ପାର୍ଥ ଜିନ୍ଦଲ ୨୦୨୫ ସିଜିନ ପୂର୍ବରୁ ଫ୍ରାଞ୍ଚାଇଜ୍ ରିଟେନ ରଖିବାକୁ ଆଗ୍ରହୀ ଥିବା କିଛି ଖେଳାଳିଙ୍କ ନାଁ କହିଥିଲେ। ଏଥିରେ ସେ ଋଷଭଙ୍କ ବ୍ୟତୀତ ଟ୍ରିଷ୍ଟନ ଷ୍ଟବ୍ସ, ଜାକ ଫ୍ରାସାର ମ୍ୟାକଗ୍ରୁକ୍ ମଧ୍ୟ ଦଳରେ ରଖିବା କଥା କହିଥିଲେ।, କୁଲଦୀପ ଯାଦବ, ଅଭିଷେକ ପୋରେଲ, ମୁକେଶ କୁମାର, ଖାଲିଲ ଅହମ୍ମଦଙ୍କ ନାଁ ସେ କହିଥିଲେ।

ତେବେ କିଛି ଦିନ ପୂର୍ବେ ଜେଏସଡବ୍ଲୁ-ଜିଏମଆର ସହ-ମାଲିକାନା ଦିଲ୍ଲୀ କ୍ୟାପିଟାଲ୍ସ ହେମାଙ୍ଗ ବଦାନି ଏବଂ ଭେଣୁଗୋପାଲ ରାଓଙ୍କୁ ଯଥାକ୍ରମେ ଫ୍ରାଞ୍ଚାଇଜର ମୁଖ୍ୟ ପ୍ରଶିକ୍ଷକ (ଆଇପିଏଲ) ଏବଂ କ୍ରିକେଟ୍ ନିର୍ଦ୍ଦେଶକ (ଆଇପିଏଲ) ଭାବରେ ନିଯୁକ୍ତି ଘୋଷଣା କରିଥିଲେ। ଫ୍ରାଞ୍ଚାଇଜ୍ ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କର ରିଟେନ ତାଲିକା ଚୂଡାନ୍ତ କରିବ ବୋଲି ଆଶା କରାଯାଉଛି।

The post ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ appeared first on Dharitri Odia News.