ବିଜେଡିରେ ସଙ୍କଟ:ବହୁ କର୍ମକର୍ତ୍ତା ପଦ ଛାଡ଼ିଲେ

ଡେରାବିଶ,୧୯ା୯(ବେବର୍ତ୍ତା ଅଜୟ ଦାସ):ଗତ ନିର୍ବାଚନରେ ବିଜେଡି ବିଧାୟକ ଭାବେ ଅରବିନ୍ଦ ମହାପାତ୍ର ଜିତିବାର ୩ ମାସ ନ ବିତୁଣୁ ପ୍ରଥମେ ଡେରାବିଶ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ବୁଧବାର ବ୍ଲକ ବିଜେଡିର ପ୍ରମୁଖ ନେତା ପୂର୍ବତନ ସମିତି ସଭ୍ୟ ତଥା ଜିଲା ଉପସଭାପତି ଶ୍ରୀମନ୍ତ ରାଉତରାୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ବୁଧବାର ଜିଲା ସଭାପତିଙ୍କ ସମେତ ରାଜ୍ୟ ସଭାପତି ଓ ଅନ୍ୟ ରାଜ୍ୟସ୍ତରୀୟ […] The post ବିଜେଡିରେ ସଙ୍କଟ:ବହୁ କର୍ମକର୍ତ୍ତା ପଦ ଛାଡ଼ିଲେ appeared first on Dharitri Odia News.

ବିଜେଡିରେ ସଙ୍କଟ:ବହୁ କର୍ମକର୍ତ୍ତା ପଦ ଛାଡ଼ିଲେ

ଡେରାବିଶ,୧୯ା୯(ବେବର୍ତ୍ତା ଅଜୟ ଦାସ):ଗତ ନିର୍ବାଚନରେ ବିଜେଡି ବିଧାୟକ ଭାବେ ଅରବିନ୍ଦ ମହାପାତ୍ର ଜିତିବାର ୩ ମାସ ନ ବିତୁଣୁ ପ୍ରଥମେ ଡେରାବିଶ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ବୁଧବାର ବ୍ଲକ ବିଜେଡିର ପ୍ରମୁଖ ନେତା ପୂର୍ବତନ ସମିତି ସଭ୍ୟ ତଥା ଜିଲା ଉପସଭାପତି ଶ୍ରୀମନ୍ତ ରାଉତରାୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ବୁଧବାର ଜିଲା ସଭାପତିଙ୍କ ସମେତ ରାଜ୍ୟ ସଭାପତି ଓ ଅନ୍ୟ ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ପାଖକୁ ପଠାଇଛନ୍ତି। ଶ୍ରମନ୍ତଙ୍କ ସହ ଜିଲା ମହିଳା ବିଜେଡି ଉପସଭାନେତ୍ରୀ ନମିତା ସାହୁ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ତୃପ୍ତିମୟୀ କର, ବ୍ଲକ ଯୁବ ବିଜେଡି ସଭାପତି ଗୋଲଖ ସାହୁଙ୍କ ଅନ୍ୟ ୮ଜଣ ଦଳୀୟ କର୍ମକର୍ତ୍ତା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ପରିପ୍ରେକ୍ଷୀରେ ବୁଧବାର ଡେରାବିଶ ବ୍ଲକ ଅଧୀନ ଛତାଠାରେ ଏକ ଖବରଦାତା ସମ୍ମିଳନୀ ବରିଷ୍ଠ ନେତା ମନିନ୍ଦ୍ର ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ା ଏଥିରେ ଶ୍ରୀମନ୍ତ ପାଟକୁରା ବିଧାୟକଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଛନ୍ତି, ପାଟକୁରା ନିର୍ବାଚନ ମଣ୍ଡଳୀ ଅଧୀନ ଡେରାବିଶ ବ୍ଲକ ବିଜେଡିର ଭାତହାଣ୍ଡି ।
ବିଗତ ନିର୍ବାଚନରେ ଏହି ବ୍ଲକ ଅଧୀନ ୨୬ ପଞ୍ଚାୟତରେ ବିଜେଡି ସର୍ବାଧିକ ଭୋଟ ଅକ୍ତିଆର କରିଥିଲା। ମାତ୍ର ଚଳିତ ନିର୍ବାଚନରେ ପରିଚାଳନାଗତ ତ୍ରୁଟି ପାଇଁ ଭୋଟ ହାର ବହୁ କମିଯାଇଥିଲା। ଦୀର୍ଘ ୨୬ ବର୍ଷ ହେବ ଦଳୀୟ ସଙ୍ଗଠନକୁ କର୍ମୀମାନେ ସୁଦୁଢ଼ କରି ରଖିଥିବା ବେଳେ ଗତ ନିର୍ବାଚନରେ ଦଳୀୟ ସଭାପତିଙ୍କ ନିଷ୍ପତ୍ତି ଅନୁଯାୟୀ ପୁର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଦଳୀୟ ପ୍ରାର୍ଥୀ ହୋଇଥିଲେ। ଅରବିନ୍ଦଙ୍କୁ ବହୁ ମତରେ ନିର୍ବାଚିତ କରିବା ପାଇଁ ଆମ୍ଭେମାନେ ପ୍ରାଣପଣେ ଉଦ୍ୟମ କରିଥିଲୁ ା ହେଲେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିବା ବିଜୟ ବାବୁଙ୍କ ସମର୍ଥକମାନେ ଅର୍ନ୍ତଘାତି କାଯର୍‌ୟ କରିବା ଯୋଗୁ ଦଳର ଏଭଳି ବିପର୍ଯ୍ୟୟ ହୋଇଥିଲା ବୋଲି କହିଛନ୍ତି ା

The post ବିଜେଡିରେ ସଙ୍କଟ:ବହୁ କର୍ମକର୍ତ୍ତା ପଦ ଛାଡ଼ିଲେ appeared first on Dharitri Odia News.