ଜେଲ୍ରେ ଏସବୁ କାମ କରୁଛନ୍ତି କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି। ସେ ଜେଲ୍ରେ ରହି ଧ୍ୟାନ, ବହି ପଢିବା ଏବଂ ଯୋଗ କରିବାରେ ଅତିବାହିତ କରୁଛନ୍ତି। ଜେଲ ସୂତ୍ର ଗୁରୁବାର ଏହି ସୂଚନା ଦେଇଛି। ଏସିଆର ସବୁଠୁ ବଡ ଜେଲରେ ରଖାଯାଇଥିବା ପ୍ରଥମ ଷ୍ଟାଡିଂ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ୍ଙ୍କୁ ତିହାର ଜେଲ ନମ୍ବର ୨ର ଜେନେରାଲ ୱାର୍ଡ ନମ୍ବର ୩ରେ ଅବସ୍ଥିତ କୋଠରୀରେ ରଖାଯାଇଛି। ଜେଲ ସୂତ୍ର ଅନୁଯାୟୀ, କେଜ୍ରିଓ୍ବାଲ୍ […] The post ଜେଲ୍ରେ ଏସବୁ କାମ କରୁଛନ୍ତି କେଜ୍ରିଓ୍ବାଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି। ସେ ଜେଲ୍ରେ ରହି ଧ୍ୟାନ, ବହି ପଢିବା ଏବଂ ଯୋଗ କରିବାରେ ଅତିବାହିତ କରୁଛନ୍ତି। ଜେଲ ସୂତ୍ର ଗୁରୁବାର ଏହି ସୂଚନା ଦେଇଛି। ଏସିଆର ସବୁଠୁ ବଡ ଜେଲରେ ରଖାଯାଇଥିବା ପ୍ରଥମ ଷ୍ଟାଡିଂ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ୍ଙ୍କୁ ତିହାର ଜେଲ ନମ୍ବର ୨ର ଜେନେରାଲ ୱାର୍ଡ ନମ୍ବର ୩ରେ ଅବସ୍ଥିତ କୋଠରୀରେ ରଖାଯାଇଛି।
ଜେଲ ସୂତ୍ର ଅନୁଯାୟୀ, କେଜ୍ରିଓ୍ବାଲ୍ ଅଧିକାଂଶ ଦିନ ପୁସ୍ତକ ପଢନ୍ତି, ଯୋଗ କରନ୍ତି ଏବଂ ପ୍ରତିଦିନ ଦୁଇଥର ଧ୍ୟାନ କରନ୍ତି। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପ୍ରାୟ ଦେଢ ଘଣ୍ଟା ଧ୍ୟାନ କରନ୍ତି। ସେ ପ୍ରାୟତଃ ନିଜ କୋଠରୀରେ ଏକ ଚେୟାରରେ ବସି ବହି ପଢିବା ଏବଂ କିଛି ଲେଖୁଥିବା ଦେଖାଯାଏ।
ଜେଲର ଜଣେ ଅଧିକାରୀ କହିଛନ୍ତି, ଜେଲ୍ର ଲାଇବ୍ରେରୀରେ ଉପଲବ୍ଧ ପୁସ୍ତକ ମଧ୍ୟ କେଜ୍ରିଓ୍ବାଲ୍ ପଢିପାରିବେ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କୋଠରୀରେ ୨୦ଟି ଚ୍ୟାନେଲ ସହିତ ଏକ ଟିଭି ଯୋଗାଇ ଦିଆଯାଇଛି, କିନ୍ତୁ ସେ ଏହାକୁ ଦେଖିବାକୁ ବହୁତ ପସନ୍ଦ କରନ୍ତି ନାହିଁ।
The post ଜେଲ୍ରେ ଏସବୁ କାମ କରୁଛନ୍ତି କେଜ୍ରିଓ୍ବାଲ୍ appeared first on Dharitri Odia News.