ଭୀଷଣ ବର୍ଷା ଯୋଗୁ ମୁମ୍ବାଇରେ ଭୁଶୁଡିଲା ବିଲ୍ଡିଂର ବାଲକୋନୀ, ୧ ମୃତ, ୬ ଆହତ
ମୁମ୍ବାଇ : ଭୀଷଣ ବର୍ଷା ଯୋଗୁ ଶନିବାର ମୁମ୍ବାଇ ଗ୍ରାଣ୍ଡ ରୋଡରେ ଥିବା ଏକ ପୁରୁଣା ବିଲ୍ଡିଂର ବାଲକୋନୀ ଭୁଶୁଡି ପଡିଛି। ଏଥିରେ ଜଣେ ବୟଷ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ଦମକଳ ବିଭାଗ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ମୃତାହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ବେଳେ ବିଲ୍ଡିଂରେ ଥିବା ଅନ୍ୟ ପରିବାରଙ୍କୁ ସକୁଶଳେ ବାହାର କରାଯାଇଛି। #WATCH | Maharashtra: One person died and 13 others were injured as a part of the balcony of a building named Rubina Manzil collapsed in the Grand Road area of Mumbai. pic.twitter.com/9x8zO8mpmO— ANI (@ANI) July 20, 2024କୁହାଯାଉଛି ଗ୍ରାଣ୍ଡ ରୋଡରେ ଥିବା ରୁବିନା ମଞ୍ଜିଲ ନାମକ ଏହି ବିଲ୍ଡିଂଟି ବହୁତ ପୁରୁଣା ଜରାଜିର୍ଣ୍ଣ ହୋଇପଡିଛି ଏଥିରେ ଲଗାଣ ବର୍ଷା ଜାରି ଥିବାରୁ ବାଲକୋନୀ ବତୁରି ଗଳି ପଡିଛି। ଅଧିକାରୀଙ୍କ ସୂଚନା ଅନୁସାରେ ଭବନରେ ଥିବା ଅନ୍ୟ ୧୩ ଜଣଙ୍କୁ ଦମକଳ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ଡିଭିଜନାଲ ଫାୟାର ଅଫିସର ଏକନାଥ ମଟାଲେ କହିଛନ୍ତି ଯେ ଆମକୁ ଏକ ବିଲ୍ଡିଂ ଭୁଶୁଡି ପଡିଥିବାର ଖବର ମିଳିଥିଲା। ସେହି ଅନୁସାରେ ପ୍ରସ୍ତୁତ ହୋଇଯାଇଥିବା ଦମକଳ ବିଭାଗ କର୍ମଚାରୀମାନେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଉଦ୍ଧାର
ମୁମ୍ବାଇ : ଭୀଷଣ ବର୍ଷା ଯୋଗୁ ଶନିବାର ମୁମ୍ବାଇ ଗ୍ରାଣ୍ଡ ରୋଡରେ ଥିବା ଏକ ପୁରୁଣା ବିଲ୍ଡିଂର ବାଲକୋନୀ ଭୁଶୁଡି ପଡିଛି। ଏଥିରେ ଜଣେ ବୟଷ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ଦମକଳ ବିଭାଗ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ମୃତାହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ବେଳେ ବିଲ୍ଡିଂରେ ଥିବା ଅନ୍ୟ ପରିବାରଙ୍କୁ ସକୁଶଳେ ବାହାର କରାଯାଇଛି।
#WATCH | Maharashtra: One person died and 13 others were injured as a part of the balcony of a building named Rubina Manzil collapsed in the Grand Road area of Mumbai. pic.twitter.com/9x8zO8mpmO— ANI (@ANI) July 20, 2024
କୁହାଯାଉଛି ଗ୍ରାଣ୍ଡ ରୋଡରେ ଥିବା ରୁବିନା ମଞ୍ଜିଲ ନାମକ ଏହି ବିଲ୍ଡିଂଟି ବହୁତ ପୁରୁଣା ଜରାଜିର୍ଣ୍ଣ ହୋଇପଡିଛି ଏଥିରେ ଲଗାଣ ବର୍ଷା ଜାରି ଥିବାରୁ ବାଲକୋନୀ ବତୁରି ଗଳି ପଡିଛି। ଅଧିକାରୀଙ୍କ ସୂଚନା ଅନୁସାରେ ଭବନରେ ଥିବା ଅନ୍ୟ ୧୩ ଜଣଙ୍କୁ ଦମକଳ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ଡିଭିଜନାଲ ଫାୟାର ଅଫିସର ଏକନାଥ ମଟାଲେ କହିଛନ୍ତି ଯେ ଆମକୁ ଏକ ବିଲ୍ଡିଂ ଭୁଶୁଡି ପଡିଥିବାର ଖବର ମିଳିଥିଲା। ସେହି ଅନୁସାରେ ପ୍ରସ୍ତୁତ ହୋଇଯାଇଥିବା ଦମକଳ ବିଭାଗ କର୍ମଚାରୀମାନେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଏହି ଉଦ୍ଧାର ଅଭିଯାନରେ ମୋଟ ୩୭ ଲୋକଙ୍କୁ ବାହାର କରାଯାଇଥିବା ବେଳେ ଆହତ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁ ବିଲ୍ଡିଂରେ ଏହି ଦୁର୍ଘଟଣା ଘଟିଛି ତାହା ଗ୍ରାଣ୍ଡ ରୋଡ ରେଳ ଷ୍ଟେସନ ନିକଟସ୍ଥ ସ୍ଲିଟର ରୋଡରେ ରହିଛି। ଏଥିରେ ବିଲ୍ଡିଂର ଦ୍ୱିତୀୟ ଓ ତୃତୀୟ ମହଲା ବାଲକୋନୀର ଅଂଶ ସାଙ୍ଗକୁ ଚତୁର୍ଥ ମହଲାରୁ ଗ୍ରାଉଣ୍ଡ ଦବି ଯାଇଛି। ବାଲକୋନୀ ଭୁଶୁଡିବା ଯୋଗୁ ପ୍ରାଣ ହରାଇଥିବା ମହିଳାଙ୍କ ଚିହ୍ନଟ ହୋଇ ପାରି ନାହିଁ। ତେବେ ତାଙ୍କ ବୟସ ପାଖାପାଖି ୭୦ ହେବ ବୋଲି କୁହାଯାଇଛି।