ରାମ ନାମ ଲେଖି ଚର୍ଚ୍ଚାରେ ବ୍ରଜ କିଶୋରୀ
ଜୟପୁର,୨୧।୧(ପବନ ପାଣିଗ୍ରାହୀ)ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ନେଇ ସାରା ଦେଶ ଏବେ ଉତ୍ସବମୁଖର ହୋଇଉଠିଛି। ମନ୍ଦିର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। କୋରାପୁଟ ଜିଲା ଜୟପୁରରେ ମଧ୍ୟ ଜଣେ ମହିଳା ଲକ୍ଷାଧିକ ସଂକ୍ୟାରେ ରାମ ନାମ ଲେଖି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଲେ ସହରର ପୋଷ୍ଟଲ୍ ଗଳିରେ ରହୁଥିବା ବ୍ରଜ କିଶୋରୀ ସାହୁ। ବୟସ ୭୨ ଟପିଥିଲେ […] The post ରାମ ନାମ ଲେଖି ଚର୍ଚ୍ଚାରେ ବ୍ରଜ କିଶୋରୀ appeared first on Dharitri Odia News.
ଜୟପୁର,୨୧।୧(ପବନ ପାଣିଗ୍ରାହୀ)ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ନେଇ ସାରା ଦେଶ ଏବେ ଉତ୍ସବମୁଖର ହୋଇଉଠିଛି। ମନ୍ଦିର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି।
କୋରାପୁଟ ଜିଲା ଜୟପୁରରେ ମଧ୍ୟ ଜଣେ ମହିଳା ଲକ୍ଷାଧିକ ସଂକ୍ୟାରେ ରାମ ନାମ ଲେଖି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଲେ ସହରର ପୋଷ୍ଟଲ୍ ଗଳିରେ ରହୁଥିବା ବ୍ରଜ କିଶୋରୀ ସାହୁ। ବୟସ ୭୨ ଟପିଥିଲେ ମଧ୍ୟ ସେ ସର୍ବଦା ରହିଛନ୍ତି ଚଳଚଞ୍ଚଳ। ପ୍ରଭୁ ଶ୍ରୀରାମଙ୍କ ନାମ ଲେଖି ସେ ପାଉଛନ୍ତି ଆତ୍ମସନ୍ତୋଷ। ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ସମ୍ପୂର୍ଣ୍ଣ ହେଲେ ସେ ଲେଖିଥିବା ଶ୍ରୀରାମ ନାମ ପୁସ୍ତକକୁ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି ବ୍ରଜକିଶୋରୀ। ଦୀର୍ଘ ୨୦ବର୍ଷ ହେଲାଣି ଏପରି ରାମ ନାମ ଲେଖିବା ଜାରି ରଖିଛନ୍ତି। ପୂର୍ବରୁ ୨୫ଲକ୍ଷ ଶ୍ରୀରାମ ନାମ ୫୫ଟି ଖାତାରେ ଲେଖି ୨୦୨୦ରେ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ୍ରେ ଥିବା ଶ୍ରୀରାମଙ୍କ ମନ୍ଦିରରେ ପ୍ରଦାନ କରିଛନ୍ତି ସେ। ପ୍ରତିଦିନ ନିଜ ଦୈନନ୍ଦିନ କାର୍ଯ୍ୟ ସାରି ସକାଳ ୯ରୁ ଦିନ ଗୋଟାଏ ଯାଏ ଏପରି ଶ୍ରୀରାମ ନାମ ଲେଖନ୍ତି ବୋଲି ବୋଲି କହନ୍ତି ସେ।
The post ରାମ ନାମ ଲେଖି ଚର୍ଚ୍ଚାରେ ବ୍ରଜ କିଶୋରୀ appeared first on Dharitri Odia News.