ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ଖବର: ଏବେ ଏହି ଗ୍ରାଉଣ୍ଡରେ ଖେଳିବ ଶିଖର ଧାଓ୍ବନଙ୍କ ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ,୨୭।୨: ଆଇପିଏଲ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଏହି ସିଜିନ୍‌ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୭ ଦିନର ଏକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ବିଶ୍ୱାସ କରାଯାଉଛି। ତେବେ ଏହି ସିଜିନ୍‌ ପୂର୍ବରୁ ବଡ ସୂଚନା ସାମ୍ନାକୁ ଆସୁଛି । ବାସ୍ତବରେ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସର ହୋମ ଗ୍ରାଉଣ୍ଡରେ […] The post ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ଖବର: ଏବେ ଏହି ଗ୍ରାଉଣ୍ଡରେ ଖେଳିବ ଶିଖର ଧାଓ୍ବନଙ୍କ ପଞ୍ଜାବ କିଙ୍ଗ୍ସ appeared first on Dharitri Odia News.

ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ଖବର: ଏବେ ଏହି ଗ୍ରାଉଣ୍ଡରେ ଖେଳିବ ଶିଖର ଧାଓ୍ବନଙ୍କ ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ,୨୭।୨: ଆଇପିଏଲ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଏହି ସିଜିନ୍‌ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୭ ଦିନର ଏକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ବିଶ୍ୱାସ କରାଯାଉଛି। ତେବେ ଏହି ସିଜିନ୍‌ ପୂର୍ବରୁ ବଡ ସୂଚନା ସାମ୍ନାକୁ ଆସୁଛି । ବାସ୍ତବରେ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସର ହୋମ ଗ୍ରାଉଣ୍ଡରେ ପରିବର୍ତ୍ତନ କରାଯାଇଛି।

ପଞ୍ଜାବ କିଙ୍ଗ୍ସ ସୋସିଆଲ ମିଡିଆ ମାଧ୍ୟମରେ ନିଜର ନୂଆ ହୋମ ଗ୍ରାଉଣ୍ଡ ଘୋଷଣା କରିଛି। ପଞ୍ଜାବ କିଙ୍ଗ୍ସର ଆଇପିଏଲ ମ୍ୟାଚମହାରାଜା ଯାଦବନ୍ଦ୍ର ସିଂ କ୍ରିକେଟ ଷ୍ଟାଡିୟମ ମୁଲାଂପୁରରେ ଅନୁଷ୍ଠିତ ହେବ। ମହାରାଜା ଯାଦବନ୍ଦ୍ର ସିଂ କ୍ରିକେଟ ଷ୍ଟାଡିୟମ ମୋହାଲିରେ ଅଛି। ମହାରାଜା ଯାଦବନ୍ଦ୍ର ସିଂ ଷ୍ଟାଡିୟମ ଗତ ଦୁଇ ବର୍ଷ ମଧ୍ୟରେ ଘରୋଇ ମ୍ୟାଚ ଆୟୋଜନ କରିଛି। ଏହି ଷ୍ଟାଡିୟମରେ ୩୩,୦୦୦ ଦର୍ଶକ ବସିବାର କ୍ଷମତା ଅଛି।

The post ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ଖବର: ଏବେ ଏହି ଗ୍ରାଉଣ୍ଡରେ ଖେଳିବ ଶିଖର ଧାଓ୍ବନଙ୍କ ପଞ୍ଜାବ କିଙ୍ଗ୍ସ appeared first on Dharitri Odia News.