ଆଇପିଏଲ-୨୦୨୪; ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର, ଟିମ୍‌କୁ ଫେରିବେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଆଇପିଏଲ -୧୭ତମ ସଂସ୍କରଣରେ ଏ ପର୍ଯ୍ୟନ୍ତ ବିଜୟ ଖାତା ଖୋଲି ନଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର  । ଖୁବ୍ ଶୀଘ୍ର ଟିମ୍ ସ୍କ୍ବାଡ୍‌ରେ ସାମିଲ ହେବାକୁ ଯାଉଛନ୍ତି ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଆଇପିଏଲ ଖେଳିବା ନେଇ ତାଙ୍କୁ ଗ୍ରୀନ୍ ସିଗନାଲ୍ ମିଳିଛି । ଏନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସୂର୍ଯ୍ୟକୁମାର ।  କ୍ରିକବଜ୍ ରିପୋର୍ଟ ମୁତାବକ, ଖୁବଶୀଘ୍ର ଆଇପିଏଲ୍ ୨୦୨୪ ଖେଳିବେ ସୂର୍ଯ୍ୟକୁମାର ଯାଦବ । ବେଙ୍ଗାଲୁରୁରେ ଥିବା ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀ ତାଙ୍କୁ ଅନୁମତି ଦେଇଛି । ସେ ଶୁକ୍ରବାରରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ୍ ହେବାକୁ ଯାଉଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ବା ସୂର୍ଯ୍ୟକୁମାର ଏବେ ବିଶ୍ବର ନମ୍ବର ଓ୍ବାନ ଟି-୨୦ ବ୍ୟାଟର । ଆହତ ସମସ୍ୟା ଯୋଗୁ ଗତ ବର୍ଷ ଡିସେମ୍ବର ମାସରୁ ସୂର୍ଯ୍ୟକୁମାର କ୍ରିକେଟରୁ ବାହାର ଅଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିରୋଧ ସିରିଜରେ ଶତକ ମାରିବା ପରେ ଦଳରୁ ବାଦ ପଡ଼ିଛନ୍ତି । ଦକ୍ଷିଣ ଆଫ୍ରିକା ବିରୋଧ ସିରିଜରେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ପରେ ତାଙ୍କର ଅପରେସନ ହୋଇଛି । ଏହାପରେ ତାଙ୍କ ଠାରେ ସ୍ପୋର୍ଟସ ହାର୍ନିଆ ସମସ୍ୟା ଦେଖା ଦେଇଥିଲା । ତେବେ ଦୀର୍ଘ ଦିନର ବ୍ରେକ ପରେ ସୂର୍ଯ୍ୟକୁମାର କ୍ରିକେଟକୁ ଫେରିବେ । ଏବେ ସେ ଏନସିଏରେ ଅଭ୍ୟାସ କରୁଛନ୍ତି । 

ଆଇପିଏଲ-୨୦୨୪; ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର, ଟିମ୍‌କୁ ଫେରିବେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଆଇପିଏଲ -୧୭ତମ ସଂସ୍କରଣରେ ଏ ପର୍ଯ୍ୟନ୍ତ ବିଜୟ ଖାତା ଖୋଲି ନଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର  । ଖୁବ୍ ଶୀଘ୍ର ଟିମ୍ ସ୍କ୍ବାଡ୍‌ରେ ସାମିଲ ହେବାକୁ ଯାଉଛନ୍ତି ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଆଇପିଏଲ ଖେଳିବା ନେଇ ତାଙ୍କୁ ଗ୍ରୀନ୍ ସିଗନାଲ୍ ମିଳିଛି । ଏନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସୂର୍ଯ୍ୟକୁମାର ।  

କ୍ରିକବଜ୍ ରିପୋର୍ଟ ମୁତାବକ, ଖୁବଶୀଘ୍ର ଆଇପିଏଲ୍ ୨୦୨୪ ଖେଳିବେ ସୂର୍ଯ୍ୟକୁମାର ଯାଦବ । ବେଙ୍ଗାଲୁରୁରେ ଥିବା ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀ ତାଙ୍କୁ ଅନୁମତି ଦେଇଛି । ସେ ଶୁକ୍ରବାରରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ୍ ହେବାକୁ ଯାଉଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ବା ସୂର୍ଯ୍ୟକୁମାର ଏବେ ବିଶ୍ବର ନମ୍ବର ଓ୍ବାନ ଟି-୨୦ ବ୍ୟାଟର । 

ଆହତ ସମସ୍ୟା ଯୋଗୁ ଗତ ବର୍ଷ ଡିସେମ୍ବର ମାସରୁ ସୂର୍ଯ୍ୟକୁମାର କ୍ରିକେଟରୁ ବାହାର ଅଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିରୋଧ ସିରିଜରେ ଶତକ ମାରିବା ପରେ ଦଳରୁ ବାଦ ପଡ଼ିଛନ୍ତି । ଦକ୍ଷିଣ ଆଫ୍ରିକା ବିରୋଧ ସିରିଜରେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ପରେ ତାଙ୍କର ଅପରେସନ ହୋଇଛି । ଏହାପରେ ତାଙ୍କ ଠାରେ ସ୍ପୋର୍ଟସ ହାର୍ନିଆ ସମସ୍ୟା ଦେଖା ଦେଇଥିଲା । ତେବେ ଦୀର୍ଘ ଦିନର ବ୍ରେକ ପରେ ସୂର୍ଯ୍ୟକୁମାର କ୍ରିକେଟକୁ ଫେରିବେ । ଏବେ ସେ ଏନସିଏରେ ଅଭ୍ୟାସ କରୁଛନ୍ତି ।