୧,୦୦,୦୦୦ କୋଟି ଟଙ୍କା ଟପିଲା IPLର ବ୍ରାଣ୍ଡ୍ ଭାଲ୍ୟୁ, ଜାଣନ୍ତୁ କେଉଁ ଟିମ୍ କେତେ ମୂଲ୍ୟବାନ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ । ଗତ କିଛି ବର୍ଷରେ ଏହାର ବ୍ରାଣ୍ଡ୍ ଭାଲ୍ୟୁ ଲଗାତାର ବଢିବାରେ ଲାଗିଛି । ଦୁନିଆର ସବୁଠୁ ଲୋକପ୍ରିୟ ଟି-୨୦ ଲିଗ୍‌ର ବ୍ରାଣ୍ଡ୍‌ ଭାଲ୍ୟୁ ପୂର୍ବ ବର୍ଷ ତୁଳନାରେ ୧୩ ପ୍ରତିଶତ ବଢି ୧୨ ବିଲିୟନ ଡଲାର (୧.୦୧ ଲକ୍ଷ କୋଟି ଟଙ୍କା) ହୋଇଛି । ୨୦୨୩ରେ ଆଇପିଏଲ୍‌ର ବ୍ରାଣ୍ଡ୍ ଭାଲ୍ୟୁ ୧୦.୭ ବିଲିୟନ ଡଲାର ଥିଲା ।ବ୍ରାଣ୍ଡ ଭାଲ୍ୟୁଏସନ୍ କରୁଥିବା କମ୍ପାନି ବ୍ରାଣ୍ଡ ଫାଇନାନ୍ସର ନୂଆ ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ଆଇପିଏଲ୍‌ର ଚାରୋଟି ଟିମ୍‌ର ବ୍ରାଣ୍ଡ୍ ଭାଲ୍ୟୁ ୧୦୦ ମିଲିୟନ ଡଲାର ଟପିଛି । ଚେନ୍ନାଇ ସୁପର କଙ୍ଗ୍ସ, ମୁମ୍ୱାଇ ଇଣ୍ଡିୟନ୍ସ, କୋଲକତା ନାଇଟ୍ ରାଇଡର୍ସ ଏବଂ ଆରସିବିର ବ୍ରାଣ୍ଡ୍ ଭାଲ୍ୟୁ ୧୦୦ ମିଲିୟନ ଡଲାର ଟପିଛି । ଗତ ବର୍ଷ ଆଇପିଏଲ୍‌ର ବ୍ରାଣ୍ଡ୍ ଭାଲ୍ୟୁ ପ୍ରଥମ ଥର ୧୦ ବିଲିୟନ ଡଲାର ପାର୍ କରିଥିଲା । ୨୦୦୮ ମସିହାରେ ଆଇପିଏଲ୍ ଆରମ୍ଭ ହୋଇଥିଲା । ୨୦୦୯ ମସିହାରେ ଲିଗ୍‌ର ବ୍ରାଣ୍ଡ ଭାଲ୍ୟୁ ୨ ବିଲିୟନ ଡଲାର ହୋଇଥିଲା ।ଆଇପିଏଲ୍ ଟିମ୍‌ଗୁଡ଼ିକ ମଧ୍ୟରେ ଚେନ୍ନାଇ ସୁପର୍ କିଙ୍ଗ୍ସ ସବୁଠୁ ମୂଲ୍ୟବାନ । ସିଏସ୍‌କେର ବ୍ରାଣ୍ଡ୍ ଭାଲ୍ୟୁ ଚଳିତ ବର୍ଷ ୫୨ ପ୍ରତିଶତ ବଢି ୧୨୨ ମିଲିୟନ ଡଲାର ହୋଇଛି । ମୁମ୍ୱାଇ ଇଣ୍ଡିଆନ୍ସ ୧୧୯ ମିଲିୟନ ଡଲାର ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆରସିବି (୧୧୭ ମିଲିୟନ ଡଲାର) ଏବଂ କେକେଆର (୧୦

୧,୦୦,୦୦୦ କୋଟି ଟଙ୍କା ଟପିଲା IPLର ବ୍ରାଣ୍ଡ୍ ଭାଲ୍ୟୁ, ଜାଣନ୍ତୁ କେଉଁ ଟିମ୍ କେତେ ମୂଲ୍ୟବାନ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ । ଗତ କିଛି ବର୍ଷରେ ଏହାର ବ୍ରାଣ୍ଡ୍ ଭାଲ୍ୟୁ ଲଗାତାର ବଢିବାରେ ଲାଗିଛି । ଦୁନିଆର ସବୁଠୁ ଲୋକପ୍ରିୟ ଟି-୨୦ ଲିଗ୍‌ର ବ୍ରାଣ୍ଡ୍‌ ଭାଲ୍ୟୁ ପୂର୍ବ ବର୍ଷ ତୁଳନାରେ ୧୩ ପ୍ରତିଶତ ବଢି ୧୨ ବିଲିୟନ ଡଲାର (୧.୦୧ ଲକ୍ଷ କୋଟି ଟଙ୍କା) ହୋଇଛି । ୨୦୨୩ରେ ଆଇପିଏଲ୍‌ର ବ୍ରାଣ୍ଡ୍ ଭାଲ୍ୟୁ ୧୦.୭ ବିଲିୟନ ଡଲାର ଥିଲା ।

ବ୍ରାଣ୍ଡ ଭାଲ୍ୟୁଏସନ୍ କରୁଥିବା କମ୍ପାନି ବ୍ରାଣ୍ଡ ଫାଇନାନ୍ସର ନୂଆ ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ଆଇପିଏଲ୍‌ର ଚାରୋଟି ଟିମ୍‌ର ବ୍ରାଣ୍ଡ୍ ଭାଲ୍ୟୁ ୧୦୦ ମିଲିୟନ ଡଲାର ଟପିଛି । ଚେନ୍ନାଇ ସୁପର କଙ୍ଗ୍ସ, ମୁମ୍ୱାଇ ଇଣ୍ଡିୟନ୍ସ, କୋଲକତା ନାଇଟ୍ ରାଇଡର୍ସ ଏବଂ ଆରସିବିର ବ୍ରାଣ୍ଡ୍ ଭାଲ୍ୟୁ ୧୦୦ ମିଲିୟନ ଡଲାର ଟପିଛି । ଗତ ବର୍ଷ ଆଇପିଏଲ୍‌ର ବ୍ରାଣ୍ଡ୍ ଭାଲ୍ୟୁ ପ୍ରଥମ ଥର ୧୦ ବିଲିୟନ ଡଲାର ପାର୍ କରିଥିଲା । ୨୦୦୮ ମସିହାରେ ଆଇପିଏଲ୍ ଆରମ୍ଭ ହୋଇଥିଲା । ୨୦୦୯ ମସିହାରେ ଲିଗ୍‌ର ବ୍ରାଣ୍ଡ ଭାଲ୍ୟୁ ୨ ବିଲିୟନ ଡଲାର ହୋଇଥିଲା ।

ଆଇପିଏଲ୍ ଟିମ୍‌ଗୁଡ଼ିକ ମଧ୍ୟରେ ଚେନ୍ନାଇ ସୁପର୍ କିଙ୍ଗ୍ସ ସବୁଠୁ ମୂଲ୍ୟବାନ । ସିଏସ୍‌କେର ବ୍ରାଣ୍ଡ୍ ଭାଲ୍ୟୁ ଚଳିତ ବର୍ଷ ୫୨ ପ୍ରତିଶତ ବଢି ୧୨୨ ମିଲିୟନ ଡଲାର ହୋଇଛି । ମୁମ୍ୱାଇ ଇଣ୍ଡିଆନ୍ସ ୧୧୯ ମିଲିୟନ ଡଲାର ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆରସିବି (୧୧୭ ମିଲିୟନ ଡଲାର) ଏବଂ କେକେଆର (୧୦୯ ମିଲିୟନ ଡଲାର) ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି । 

ଅନ୍ୟ ଟିମଗୁଡ଼ିକ ମଧ୍ୟରେ ଏସ୍‌ଆର୍‌ଏଚ୍‌ର ବ୍ରାଣ୍ଡ୍‌ ଭାଲ୍ୟୁ ୭୬% ବଢି ୮୫ ମିଲିୟନ ଡଲାର ହୋଇଛି । ରାଜସ୍ଥାନ ରୟାଲ୍ସର ବ୍ରାଣ୍ଡ୍ ଭାଲ୍ୟୁ ୩୦% ବଢି ୮୧ ମିଲିୟନ ଡଲାରରେ ପହଞ୍ଚିଛି । ଦିଲ୍ଲୀ କ୍ୟାପିଟାଲର ବ୍ରାଣ୍ଡ୍ ଭାଲ୍ୟୁ ୨୪ ପ୍ରତିଶତ ବଢି ୮୦ ମିଲିୟନ ଡଲାର ହୋଇଛି । ନୂଆ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ବ୍ରାଣ୍ଡ୍ ଭାଲ୍ୟୁ ଯଥାକ୍ରମେ ୬୯ ମିଲିୟନ ଡଲାର ଏବଂ ୬୦ ମିଲିୟନ ଡଲାର ହୋଇଛି । ପଞ୍ଜାବ କିଙ୍ଗ୍ସର ବ୍ରାଣ୍ଡ୍ ଭାଲ୍ୟୁ ୪୯ ପ୍ରତିଶତ ବଢି ୬୮ ମିଲିୟନ ଡଲାର ହୋଇଛି ।