ଆଇପିଏଲକୁ ଏଥର ମିଳିବ ନୂଆ ଚାମ୍ପିଅନ, ଇତିହାସ ରଚିବା ଅପେକ୍ଷାରେ ବେଙ୍ଗାଲୁରୁ-ପଞ୍ଜାବ
ଆଇପିଏଲ ୨୦୨୫ ଫାଇନାଲରେ ଐତିହାସିକ ମୁକାବିଲ ହେବାକୁ ଯାଉଛି । ଜୁନ୍ ୩ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ଟିମ୍ ପରସ୍ପରକୁ ସାକ୍ଷାତ କରିବେ । ଏହି ଦୁଇଟି ଯାକ ଟିମ ପାଇଁ ଚଳିତବର୍ଷ ଆଇପିଏଲ ବେଶ ରୋମାଞ୍ଚକ ରହିଛି । ଲିଗ୍ ଷ୍ଟେଜରେ ଦୁଇଟି ଯାକ ଟିମ୍ ଟପ୍-୨ରେ ରହିଥିଲା । ଏବେ ଆଉ ଗୋଟିଏ ମ୍ୟାଚ ପରେ ଆଇପିଏଲ ୨୦୨୫ର ବିଜେତା ମିଳିଯିବ । ଆଇପିଏଲରେ ୯ […] The post ଆଇପିଏଲକୁ ଏଥର ମିଳିବ ନୂଆ ଚାମ୍ପିଅନ, ଇତିହାସ ରଚିବା ଅପେକ୍ଷାରେ ବେଙ୍ଗାଲୁରୁ-ପଞ୍ଜାବ appeared first on KNews Odisha.

ଆଇପିଏଲ ୨୦୨୫ ଫାଇନାଲରେ ଐତିହାସିକ ମୁକାବିଲ ହେବାକୁ ଯାଉଛି । ଜୁନ୍ ୩ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ଟିମ୍ ପରସ୍ପରକୁ ସାକ୍ଷାତ କରିବେ । ଏହି ଦୁଇଟି ଯାକ ଟିମ ପାଇଁ ଚଳିତବର୍ଷ ଆଇପିଏଲ ବେଶ ରୋମାଞ୍ଚକ ରହିଛି । ଲିଗ୍ ଷ୍ଟେଜରେ ଦୁଇଟି ଯାକ ଟିମ୍ ଟପ୍-୨ରେ ରହିଥିଲା । ଏବେ ଆଉ ଗୋଟିଏ ମ୍ୟାଚ ପରେ ଆଇପିଏଲ ୨୦୨୫ର ବିଜେତା ମିଳିଯିବ । ଆଇପିଏଲରେ ୯ ବର୍ଷ ପରେ କିଛି ଖାସ୍ ଦେଖିବାକୁ ମିଳିବ ।
ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ ଫାଇନାଲ ଖେଳାଯିବ । ୨୦୧୬ ପରେ ପ୍ରଥମ ଥର ପାଇଁ ଫାଇନାଲରେ ଏହି ଦୁଇଟି ଟିମ୍ ଫାଇନାଲ ଖେଳିବେ ।
ଏଥର ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ। ୫ ଥରର ବିଜେତା ମୁମ୍ବାଇକୁ ୫ ୱିକେଟରେ ହରାଇ ଫାଇନାଲରେ ପଞ୍ଜାବ କିଙ୍ଗସ୍ । ଆଇପିଏଲରେ ଆସନ୍ତାକାଲି ହେବ ଫାଇନାଲ ଫାଇଟ । ଟାଇଟଲ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ବନାମ ପଞ୍ଜାବ କିଙ୍ଗସ ମଧ୍ୟରେ ଲଢ଼େଇ ହେବ ।
ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ । ପରାଜୟ ସହ ମୁମ୍ବାଇର ଅଭିଯାନ ସମାପ୍ତ ହୋଇଛି । ଶ୍ରେୟସ ଆୟର ଅଧିନାୟକତ୍ୱ ଇନିଂସ ଖେଳି ନିଜ ଦଳକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଗତକାଲି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୬ ୱିକେଟ ହରାଇ ୨୦୩ ରନ କରିଥିଲା । ଜବାବରେ ପଞ୍ଜାବ ଶ୍ରେୟସ ଆୟରଙ୍କ ଧୂଆଁଧାର ୮୭ ରନ ଓ ନେହଲ ୱେଧରାଙ୍କ ୪୮ ରନ ବଳରେ ମ୍ୟାଚକୁ ଜିତି ନେଇଛି ।
Also Read : ଆଇପିଏଲ ଇତିହାସର ରେକର୍ଡ, ଯାହାକୁ ଭାଙ୍ଗିବା ଅସମ୍ଭବ
The post ଆଇପିଏଲକୁ ଏଥର ମିଳିବ ନୂଆ ଚାମ୍ପିଅନ, ଇତିହାସ ରଚିବା ଅପେକ୍ଷାରେ ବେଙ୍ଗାଲୁରୁ-ପଞ୍ଜାବ appeared first on KNews Odisha.