ଏସିଆର କୋଟିପତି ରାଜଧାନୀ ପାଲଟିଲା ମୁମ୍ଵାଇ, ଅରବପତି ତାଲିକାର ଶୀର୍ଷରେ ମୁକେଶ ଅମ୍ଵାନୀ
ମୁମ୍ଵାଇ ୨୭।୦୩: ମୁମ୍ବାଇ ବର୍ତ୍ତମାନ ଏସିଆର କୋଟିପତିଙ୍କ ରାଜଧାନୀ ପାଲଟିଛି। ଏଠାରେ କୋଟିପତିଙ୍କ ସଂଖ୍ୟା ବର୍ତ୍ତମାନ ବେଜିଂ ତୁଳନାରେ ଅଧିକ ହୋଇଛି। ରିସର୍ଚ୍ଚର ୨୦୨୪ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ ମୁମ୍ବାଇରେ ୯୨ ଅରବପତି ଥିବାବେଳେ ବେଜିଂରେ ୯୧ ଅରବପତି ଅଛନ୍ତି। ଭାରତରେ ୨୭୧ ତୁଳନାରେ ଚାଇନାରେ ମୋଟ ୮୧୪ ବିଲିୟନେୟାର ଅଛନ୍ତି। ବିଶ୍ଵସ୍ତର ହିସାବରେ ମୁମ୍ବାଇ ବର୍ତ୍ତମାନ ନ୍ୟୁୟର୍କ ପରେ କୋଟିପତିଙ୍କ ଦୃଷ୍ଟିରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନ୍ୟୁୟର୍କରେ ଅରବପତିଙ୍କ ସଂଖ୍ୟା ୧୧୯। ତାଲିକା ଅନୁଯାୟୀ, ସାତ ବର୍ଷ ପରେ ଲଣ୍ଡନ ୯୭ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ। ଯିଏକି ୨୦୨୪ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକାରେ ଶ୍ରେଷ୍ଠ ୧୦ ଅରବପତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ରିପୋର୍ଟ ଅନୁଯାୟୀ, ୬୬ ବର୍ଷିୟ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୪୦ ପ୍ରତିଶତ ବୃଦ୍ଧି ହୋଇ ୧୧୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ତେବେ ଧନ ବୃଦ୍ଧି ସତ୍ତ୍ଵେ ମୁକେଶ ଅମ୍ବାନୀ ବିଶ୍ୱର ଶୀର୍ଷ ବିଲିୟନେୟାର ମାନ୍ୟତାରେ ଦଶମ ସ୍ଥାନକୁ ଆସିଛନ୍ତି। ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ।୧୫ ତମ ସ୍ଥାନରେ ଗୌତମ ଆଦାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ୧୫ ତମ ସ୍ଥାନରେ ଅ
ମୁମ୍ଵାଇ ୨୭।୦୩: ମୁମ୍ବାଇ ବର୍ତ୍ତମାନ ଏସିଆର କୋଟିପତିଙ୍କ ରାଜଧାନୀ ପାଲଟିଛି। ଏଠାରେ କୋଟିପତିଙ୍କ ସଂଖ୍ୟା ବର୍ତ୍ତମାନ ବେଜିଂ ତୁଳନାରେ ଅଧିକ ହୋଇଛି। ରିସର୍ଚ୍ଚର ୨୦୨୪ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ ମୁମ୍ବାଇରେ ୯୨ ଅରବପତି ଥିବାବେଳେ ବେଜିଂରେ ୯୧ ଅରବପତି ଅଛନ୍ତି। ଭାରତରେ ୨୭୧ ତୁଳନାରେ ଚାଇନାରେ ମୋଟ ୮୧୪ ବିଲିୟନେୟାର ଅଛନ୍ତି। ବିଶ୍ଵସ୍ତର ହିସାବରେ ମୁମ୍ବାଇ ବର୍ତ୍ତମାନ ନ୍ୟୁୟର୍କ ପରେ କୋଟିପତିଙ୍କ ଦୃଷ୍ଟିରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନ୍ୟୁୟର୍କରେ ଅରବପତିଙ୍କ ସଂଖ୍ୟା ୧୧୯। ତାଲିକା ଅନୁଯାୟୀ, ସାତ ବର୍ଷ ପରେ ଲଣ୍ଡନ ୯୭ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ। ଯିଏକି ୨୦୨୪ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକାରେ ଶ୍ରେଷ୍ଠ ୧୦ ଅରବପତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି
ରିପୋର୍ଟ ଅନୁଯାୟୀ, ୬୬ ବର୍ଷିୟ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୪୦ ପ୍ରତିଶତ ବୃଦ୍ଧି ହୋଇ ୧୧୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ତେବେ ଧନ ବୃଦ୍ଧି ସତ୍ତ୍ଵେ ମୁକେଶ ଅମ୍ବାନୀ ବିଶ୍ୱର ଶୀର୍ଷ ବିଲିୟନେୟାର ମାନ୍ୟତାରେ ଦଶମ ସ୍ଥାନକୁ ଆସିଛନ୍ତି। ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ।
୧୫ ତମ ସ୍ଥାନରେ ଗୌତମ ଆଦାନୀ
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ୧୫ ତମ ସ୍ଥାନରେ ଅଛନ୍ତି ଏବଂ ବିଲିୟନେୟାର ତାଲିକାରେ ଅମ୍ବାନୀଙ୍କ ପରେ ସେ ପରବର୍ତ୍ତୀ ଭାରତୀୟ ଅଟନ୍ତି। ୬୧ ବର୍ଷିୟ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ହେଉଛି ୮୬ ବିଲିୟନ ଡଲାର । ଆସନ୍ତୁ ଆପଣଙ୍କୁ କହିବା ଯେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ଅଂଶଧନ ବୃଦ୍ଧି ହେତୁ ତାଙ୍କ ସମ୍ପତ୍ତି ୩୩ ବିଲିୟନ ଡଲାରରେ ବୃଦ୍ଧି ପାଇଛି।
ମୁମ୍ବାଇରେ କେତେ ନୂଆ କୋଟିପତି ଅଛନ୍ତି?
ହୁରୁନ୍ ତାଲିକାରେ ଦର୍ଶାଯାଇଛି ଯେ ଚଳିତ ବର୍ଷ ମୁମ୍ବାଇରେ ୨୬ ଟି ନୂଆ ଅରବପତି ଯୋଡି ହୋଇଥିବାବେଳେ ବେଜିଂରେ ବିଲିୟନେୟାରଙ୍କ ସଂଖ୍ୟା ୧୮ ହ୍ରାସ ପାଇଛି।
ଅଧିକାଂଶ କୋଟିପତି ମୁମ୍ବାଇରେ ରୁହନ୍ତି
ମୁମ୍ବାଇ ଦୁନିଆର ଦ୍ରୁତତମ ବୃଦ୍ଧି ପାଉଥିବା ବିଲିୟନେୟାର ରାଜଧାନୀ ଭାବରେ ଉଭା ହୋଇଛି। ରିପୋର୍ଟ ଅନୁଯାୟୀ, 2023 ମସିହାରେ ମୁମ୍ବାଇରେ ୨୬ ନୂତନ ବିଲିୟନେୟାର ଯୋଗ ଦେବେ। ଏହା ସହିତ ମୁମ୍ବାଇ ସହର ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଯେଉଁଠାରେ ସର୍ବାଧିକ ବିଲିୟନେୟାର ବସବାସ କରନ୍ତି ।
ମୁମ୍ବାଇର ଅରବପତିମାନଙ୍କର ମୋଟ ସମ୍ପତ୍ତି କେତେ?
ମୁମ୍ବାଇର ଅରବପତିମାନଙ୍କର ମୋଟ ସମ୍ପତ୍ତି ହେଉଛି ୪୪୫ ବିଲିୟନ ଡ଼ଲାର। ଯାହା ଗତ ବର୍ଷ ତୁଳନାରେ ୪୭% ଅଧିକ । ଅନ୍ୟପକ୍ଷରେ, ବେଜିଂର ମୋଟ ଅରବପତି ସମ୍ପତ୍ତି ୨୬୫ ବିଲିୟନ ଡ଼ଲାର ଅଟେ। ମୋଟ ଉପରେ ୨୮% ହ୍ରାସ ଘଟିଛି । ମୁକେଶ ଅମ୍ବାନୀଙ୍କ ପରି ବଡ ବିଲିୟନେୟାରମାନେ ଏହି କ୍ଷେତ୍ରଗୁଡିକରୁ ବିପୁଳ ଲାଭ କରିଛନ୍ତି ।