ଶ୍ରୀମନ୍ଦିରରେ ସ୍ନାନଯାତ୍ରା ପ୍ରସ୍ତୁତି, ବିଭିନ୍ନ ନୀତି ଲାଗି ଆଜିଠୁ ଦଇତାପତିଙ୍କ ପ୍ରବେଶ
ପୁରୀ ୨୦।୦୬ : ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି। ସଂଧ୍ୟା ଧୂପ ପରେ ଦଇତପତି ମାନେ ମହାପ୍ରଭୁଙ୍କର ବାହୁଟକଣ୍ଟ ନୀତି କରିବେ। ସେହିପରି ସ୍ନାନଯାତ୍ରା ପହଣ୍ତି ପାଇଁ କୋଠସୁଆଂସିଆ ସେବକମାନେ ଆଜି ରତ୍ନସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି।ଶୁକ୍ରବାର ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରିବେ। ଏ ସମସ୍ତ ନୀତି ପାଇଁ ଦଇତାପତି ମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।
ପୁରୀ ୨୦।୦୬ : ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି। ସଂଧ୍ୟା ଧୂପ ପରେ ଦଇତପତି ମାନେ ମହାପ୍ରଭୁଙ୍କର ବାହୁଟକଣ୍ଟ ନୀତି କରିବେ।
ସେହିପରି ସ୍ନାନଯାତ୍ରା ପହଣ୍ତି ପାଇଁ କୋଠସୁଆଂସିଆ ସେବକମାନେ ଆଜି ରତ୍ନସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି।ଶୁକ୍ରବାର ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରିବେ। ଏ ସମସ୍ତ ନୀତି ପାଇଁ ଦଇତାପତି ମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।