ରିଲିଜ୍ ହେଲା ‘କଲ୍କୀ ୨୮୯୮ ଏଡି’, ଆଡଭାନ୍ସ ଟିକେଟ୍ ବୁକିଂରେ କଲା ରେକର୍ଡ
ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲ୍କୀ ୨୮୯୮ ଏଡି’ । ତେବେ ରିଲିଜ୍ ପୂର୍ବରୁ ଏହା ଏକାଧିକ ରେକର୍ଡ କରିଛି । ‘କଲ୍କୀ’ ଏ ବର୍ଷର ପ୍ରଥମ ଭାରତୀୟ ଫିଲ୍ମ ହୋଇଛି। ଯାହା ଆଡ୍ଭାନ୍ସ ଟିକଟ କିଂର ପ୍ରଥମ ଦିନ ଭାରତରେ ୧୩ ଲକ୍ଷ ଟିକଟ ବିକ୍ରି କରିଛି । ପ୍ରଭାସ, ଦୀପିକା ପାଦୁକୋନ ଓ ଅମିତାଭ ବଚ୍ଚନ ଷ୍ଟାରର୍ ଏହି ଫିଲ୍ମ ଅଦ୍ୟାବଧି ଅଗ୍ରୀମ ଟିକେଟ୍ ବୁକିଂ ମାମଲାରେ ୩୭.୨୫ କୋଟିରୁ ଅଧିକ ବ୍ୟବସାୟ କରିସାରିଛି । ଟ୍ରେଡ୍ ୱେବ୍ସାଇଟ୍ ସ୍ୟାକ୍ନିଲ୍କରେ ପ୍ରକାଶିତ ରିପୋର୍ଟ ଅନୁସାରେ, ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅଗ୍ରୀମ ଟିକଟ ବୁକ୍ରେ ପ୍ରାୟ ୫୦ କୋଟି ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ‘କଲ୍କୀ ୨୮୯୮ ଏଡି’ ଅଗ୍ରୀମ ଟିକଟ ବିକ୍ରିର ପ୍ରଥମ ଦିନ ହାଇଦ୍ରାବାଦରେ ସର୍ବକାଳୀନ ରେକର୍ଡ କରିଛି । ପ୍ରଥମ ଦିନ ଏହା ୧୪ କୋଟି ଟଙ୍କାର ଟିକଟ ବିକ୍ରି କରିଛି । ଫିଲ୍ମ ‘ସାଲାର’ଠୁ ଏହା ୨ କୋଟି ଟଙ୍କାରୁ ଅଧିକ । ବୁକିଂର ପ୍ରଥମ ଦିନ ୧୧ ଲକ୍ଷ ଟିକଟ ବିକ୍ରି କରି ତେଲୁଗୁ ମାର୍କେଟ୍ ଆଗରେ ଅଛି । ଏହା ୩୧.୫୫ କୋଟି ଟଙ୍କା ଆୟ କରିଛି । ତା’ପଛକୁ ରହିଛି ହିନ୍ଦୀ ମାର୍କେଟ୍ । ‘ସାଲାର-ଭାଗ-୧’ଠୁ ‘କଲ୍କୀ’ର ଅଧିକ ଅଗ୍ରୀମ ଟିକଟ ବୁକ୍ ହୋଇଛି, ଯାହା ଫିଲ୍ମ ପାଇଁ ଶୁଭ ସଙ୍କେତ । କେବଳ ଭାରତରେ କାହିଁକି, ବିଦେଶରେ ମଧ୍ୟ ‘କଲ୍କୀ’ ଆଡ୍ଭାନ୍ସ ଟିକଟ ବୁକିଂରେ ଭଲ ବ୍
ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲ୍କୀ ୨୮୯୮ ଏଡି’ । ତେବେ ରିଲିଜ୍ ପୂର୍ବରୁ ଏହା ଏକାଧିକ ରେକର୍ଡ କରିଛି । ‘କଲ୍କୀ’ ଏ ବର୍ଷର ପ୍ରଥମ ଭାରତୀୟ ଫିଲ୍ମ ହୋଇଛି। ଯାହା ଆଡ୍ଭାନ୍ସ ଟିକଟ କିଂର ପ୍ରଥମ ଦିନ ଭାରତରେ ୧୩ ଲକ୍ଷ ଟିକଟ ବିକ୍ରି କରିଛି । ପ୍ରଭାସ, ଦୀପିକା ପାଦୁକୋନ ଓ ଅମିତାଭ ବଚ୍ଚନ ଷ୍ଟାରର୍ ଏହି ଫିଲ୍ମ ଅଦ୍ୟାବଧି ଅଗ୍ରୀମ ଟିକେଟ୍ ବୁକିଂ ମାମଲାରେ ୩୭.୨୫ କୋଟିରୁ ଅଧିକ ବ୍ୟବସାୟ କରିସାରିଛି ।
ଟ୍ରେଡ୍ ୱେବ୍ସାଇଟ୍ ସ୍ୟାକ୍ନିଲ୍କରେ ପ୍ରକାଶିତ ରିପୋର୍ଟ ଅନୁସାରେ, ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅଗ୍ରୀମ ଟିକଟ ବୁକ୍ରେ ପ୍ରାୟ ୫୦ କୋଟି ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ‘କଲ୍କୀ ୨୮୯୮ ଏଡି’ ଅଗ୍ରୀମ ଟିକଟ ବିକ୍ରିର ପ୍ରଥମ ଦିନ ହାଇଦ୍ରାବାଦରେ ସର୍ବକାଳୀନ ରେକର୍ଡ କରିଛି । ପ୍ରଥମ ଦିନ ଏହା ୧୪ କୋଟି ଟଙ୍କାର ଟିକଟ ବିକ୍ରି କରିଛି । ଫିଲ୍ମ ‘ସାଲାର’ଠୁ ଏହା ୨ କୋଟି ଟଙ୍କାରୁ ଅଧିକ । ବୁକିଂର ପ୍ରଥମ ଦିନ ୧୧ ଲକ୍ଷ ଟିକଟ ବିକ୍ରି କରି ତେଲୁଗୁ ମାର୍କେଟ୍ ଆଗରେ ଅଛି । ଏହା ୩୧.୫୫ କୋଟି ଟଙ୍କା ଆୟ କରିଛି । ତା’ପଛକୁ ରହିଛି ହିନ୍ଦୀ ମାର୍କେଟ୍ ।
‘ସାଲାର-ଭାଗ-୧’ଠୁ ‘କଲ୍କୀ’ର ଅଧିକ ଅଗ୍ରୀମ ଟିକଟ ବୁକ୍ ହୋଇଛି, ଯାହା ଫିଲ୍ମ ପାଇଁ ଶୁଭ ସଙ୍କେତ । କେବଳ ଭାରତରେ କାହିଁକି, ବିଦେଶରେ ମଧ୍ୟ ‘କଲ୍କୀ’ ଆଡ୍ଭାନ୍ସ ଟିକଟ ବୁକିଂରେ ଭଲ ବ୍ୟବସାୟ କରିଛି । ଫିଲ୍ମଟି ଦେଶରେ ୧୨୦ କୋଟିରୁ ଅଧିକ ଏବଂ ବିଦେଶରେ ୬୦ କୋଟିରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି । ଫିଲ୍ମର ମୋଟ୍ ବ୍ୟବସାୟ ୨୦୦ କୋଟି ପାର କରିବ ବୋଲି ସିନେ ବିଶ୍ଳେଷକମାନେ କହୁଛନ୍ତି । ଯଦି ଏହା ୨୦୦ କୋଟି ପାର୍ କରିବ, ତେବେ ‘ଆର୍ଆର୍ଆର୍ (୨୦୨୦) ଓ ‘ବାହୁବଲୀ’ (୨୦୧୭) ପରେ ବିଶ୍ୱ ବକ୍ସ ଅଫିସ୍ରେ ୩ୟ ଭାରତୀୟ ବଡ଼ ଓପ୍ନର ଫିଲ୍ମ ହେବ ।