ଗଣଦୁଷ୍କର୍ମ ପୀଡ଼ିତା ପରିବାରକୁ ଭେଟିଲେ ବିଜେଡି ସଭାନେତ୍ରୀ । କୋରାପୁଟରେ ନାବାଳିକା ସହ ହୋଇଥିଲା ଦୁଷ୍କର୍ମ ।

କନକ ବ୍ୟୁରୋ: ଗଣଦୁଷ୍କର୍ମ ପୀଡ଼ିତା ପରିବାରକୁ ଭେଟିଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ନାବାଳିକା ସହ ହୋଇଥିଲା ଦୁଷ୍କର୍ମ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବା ସହ ସ୍ଥିତି ପରଖିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । କେଉଁ ପରିସ୍ଥିତିରେ ଏପରି ଘଟିଲା, ସେ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ । ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାର କ’ଣ ସହାୟତାର ହାତ ବଢ଼ାଇଛନ୍ତି, ସେ ନେଇ ପ୍ରଶ୍ନ କରିଛନ୍ତି । ଦୁଷ୍କର୍ମରେ ସମ୍ପୃକ୍ତ ୪ଜଣ ଯୁବକଙ୍କ ସହ ଆହୁରି ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ଆଉ କହିଛନ୍ତି, ଓଡିଶାରେ ପ୍ରତ୍ୟକ ଦିନ ଆଦିବାସୀ ଝିଅ ନିର୍ଯାତିତ ହେଉଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଏବଂ ଗୃହ ବିଭାଗ ତାଙ୍କ ହାତରେ ଥାଇ ମଧ୍ୟ କାହିଁକି ଏମିତି ଘଟଣା ଘଟୁଛି ବୋଲି ପ୍ରଶ୍ନ କରିଛନ୍ତି । ଏହି ଅବସରରେ ସ୍ନେହାଙ୍ଗିନୀ ଛୁରିଆ, କୋରାପୁଟ ଅତିରିକ୍ତ ଏସପି ମନୋଜ ପୂଜାରୀଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଛନ୍ତି । ନାବାଳିକାକୁ ନ୍ୟାୟ ନମିଳିଲେ, ବଡ଼ ଧରଣର ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଜେଡ଼ି ନେତ୍ରୀ

ଗଣଦୁଷ୍କର୍ମ ପୀଡ଼ିତା ପରିବାରକୁ ଭେଟିଲେ ବିଜେଡି ସଭାନେତ୍ରୀ । କୋରାପୁଟରେ ନାବାଳିକା ସହ ହୋଇଥିଲା ଦୁଷ୍କର୍ମ ।

କନକ ବ୍ୟୁରୋ: ଗଣଦୁଷ୍କର୍ମ ପୀଡ଼ିତା ପରିବାରକୁ ଭେଟିଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ନାବାଳିକା ସହ ହୋଇଥିଲା ଦୁଷ୍କର୍ମ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବା ସହ ସ୍ଥିତି ପରଖିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । କେଉଁ ପରିସ୍ଥିତିରେ ଏପରି ଘଟିଲା, ସେ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ । ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାର କ’ଣ ସହାୟତାର ହାତ ବଢ଼ାଇଛନ୍ତି, ସେ ନେଇ ପ୍ରଶ୍ନ କରିଛନ୍ତି । ଦୁଷ୍କର୍ମରେ ସମ୍ପୃକ୍ତ ୪ଜଣ ଯୁବକଙ୍କ ସହ ଆହୁରି ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ଆଉ କହିଛନ୍ତି, ଓଡିଶାରେ ପ୍ରତ୍ୟକ ଦିନ ଆଦିବାସୀ ଝିଅ ନିର୍ଯାତିତ ହେଉଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଏବଂ ଗୃହ ବିଭାଗ ତାଙ୍କ ହାତରେ ଥାଇ ମଧ୍ୟ କାହିଁକି ଏମିତି ଘଟଣା ଘଟୁଛି ବୋଲି ପ୍ରଶ୍ନ କରିଛନ୍ତି । ଏହି ଅବସରରେ ସ୍ନେହାଙ୍ଗିନୀ ଛୁରିଆ, କୋରାପୁଟ ଅତିରିକ୍ତ ଏସପି ମନୋଜ ପୂଜାରୀଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଛନ୍ତି । ନାବାଳିକାକୁ ନ୍ୟାୟ ନମିଳିଲେ, ବଡ଼ ଧରଣର ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଜେଡ଼ି ନେତ୍ରୀ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା, କୋରାପୁଟ ପୂର୍ବତନ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପ୍ରଭୁ ଯାନୀ ପ୍ରମୁଖ ରହିଥିଲେ  କ୍ଷ