ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ ହାରିବା ପରେ ଦଳକୁ ପ୍ରଥମ ରାଉଣ୍ଡରୁ ହଟାଇବାକୁ ପଡିଲା। ଏହି ମ୍ୟାଚରେ ଚେନ୍ନାଇର ୨୧୦ ରନ୍‌ର ଲକ୍ଷ୍ୟ ଥିଲା, ଏହାର ଉତ୍ତରରେ ମହେନ୍ଦ୍ର ସିଂ ଧୋନିଙ୍କ ଦଳ ୭ ୱିକେଟ ପାଇଁ ମାତ୍ର ୧୯୧ରନରେ ପହଞ୍ଚିପାରିଥିଲା। ପୂର୍ବତନ ଅଧିନାୟକ ଏହି ପରାଜୟକୁ ନେଇ ଅତ୍ୟନ୍ତ ନିରାଶ ହୋଇ ଦେଖାଯାଉଥିଲେ ଏବଂ […] The post ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି appeared first on Dharitri Odia News.

ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ ହାରିବା ପରେ ଦଳକୁ ପ୍ରଥମ ରାଉଣ୍ଡରୁ ହଟାଇବାକୁ ପଡିଲା। ଏହି ମ୍ୟାଚରେ ଚେନ୍ନାଇର ୨୧୦ ରନ୍‌ର ଲକ୍ଷ୍ୟ ଥିଲା, ଏହାର ଉତ୍ତରରେ ମହେନ୍ଦ୍ର ସିଂ ଧୋନିଙ୍କ ଦଳ ୭ ୱିକେଟ ପାଇଁ ମାତ୍ର ୧୯୧ରନରେ ପହଞ୍ଚିପାରିଥିଲା। ପୂର୍ବତନ ଅଧିନାୟକ ଏହି ପରାଜୟକୁ ନେଇ ଅତ୍ୟନ୍ତ ନିରାଶ ହୋଇ ଦେଖାଯାଉଥିଲେ ଏବଂ ମ୍ୟାଚ ପରେ ତୁରନ୍ତ ଡ୍ରେସିଂ ରୁମକୁ ଯାଇଥିଲେ। ଏପରିକି ବିପକ୍ଷ ଦଳର ସାଥୀଙ୍କ ସହ ହାତ ମିଳାଇ ନ ଥିବାରୁ ସମସ୍ତଙ୍କ ନଜରକୁ ଆସିଥିଲେ।

ଚେନ୍ନାଇ ସୁପର କିଙ୍ଗ୍ସକୁ ୫ଥର ଆଇପିଏଲ ଚାମ୍ପିୟନ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଏହା ଏକ ଶେଷ ଟୁର୍ନାମେଣ୍ଟ ହୋଇପାରେ। ମ୍ୟାଚରେ ଟାର୍ଗେଟକୁ ଗୋଡାଇବା ବେଳେ ସେ ଦଳକୁ ବିଜୟ ଆଡକୁ ନେଇପାରିନଥିଲେ। ସେ ଏହା ଉପରେ ଅତ୍ୟଧିକ ଆଘାତପ୍ରାପ୍ତ ହୋଇ ମ୍ୟାଚର ଗୋଟିଏ ଦିନ ପରେ ନିଜ ସହର ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ। ଘରକୁ ଫେରିବା ପରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

The post ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି appeared first on Dharitri Odia News.